ଭଗବତ ଗୀତାର ପ୍ରେରଣା କେତେ ଲାଭ ଦାୟକ ?
ଭଗବତ ଗୀତାର ପ୍ରେରଣା କେତେ ଲାଭ ଦାୟକ ? ହିନ୍ଦୁମାନଙ୍କର ଅନେକ ଧର୍ମଗ୍ରନ୍ଥ ମଧ୍ୟରୁ ଭଗବତ ଗୀତାକୁ ସର୍ବଶ୍ରେଷ୍ଠ ଏବଂ ପ୍ରଧାନ ଧର୍ମଗ୍ରନ୍ଥ ବୋଲି କୁହାଯାଇଛି । ଧାର୍ମିକ ଦୃଷ୍ଟିକୋଣରୁ ତ ଏହାକୁ ଅତ୍ୟନ୍ତ ମହିମା ମଣ୍ଡିତ କରାଯାଇଛି । ବୌଦ୍ଧିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଅନୁପମ ବୋଲି କୁହାଯାଏ । ଗୀତାରେ ଦିଆଯାଇଥିବା ଉପଦେଶ ମାଳାକୁ ବ୍ୟାଖ୍ୟା ଏବଂ ତାର ପ୍ରଭାବକୁ ବର୍ଣ୍ଣନା କରିବାପାଇଁ ଯେତିକି କଷ୍ଟ କରାଯାଉଛି , ସେଥୁରୁ ଅତି ସାମାନ୍ୟ ପରିଶ୍ରମ କରି ଯଦି ଗୀତାର ପ୍ରଭାବକୁ ପରୀକ୍ଷା କରିବା ପାଇଁ ବ୍ୟୟ କରାଯାଆନ୍ତା ତାହେଲେ ହୁଏତ ହିନ୍ଦୁ ସମାଜ ଆଜି ଏତେ ପଳାୟନବାଦୀ , ଅକର୍ମଣ୍ୟ , ଅଳସୁଆ ଏବଂ ପରିଣାମତ ଏତେ ପଛୁଆ ହୋଇ ନଥାନ୍ତା । ଗୀତା ମୁଖ୍ୟତଃ ସବୁ କିଛି ଈଶ୍ବରଙ୍କ ଭରସାରେ ଛାଡ଼ିଦେଇ ଆପେ ଆପେ ଯାହା ଘଟିଯିବ ସେଇଆକୁ ସମ୍ବଳକରି ଜୀବନ ଅତିବାହିତ କରିବାକୁ ପ୍ରେରଣା ଦିଏ । ଲୋକେ ଟଣା ଓଟରାକରି ଗୀତାର ଶ୍ଳୋକମାନଙ୍କରୁ କର୍ମର ପ୍ରେରଣା ବାହାର କରୁଛନ୍ତି । କେତେକ ଗୀତାକୁ କର୍ମ ସହିତ ସମ୍ବନ୍ଧ ଯୋଡିବା ପାଇଁ " କର୍ମଯୋଗ ' ନାମକ ଟୀକା , ଟିପ୍ପଣୀ ଲେଖୁଛନ୍ତି । କିନ୍ତୁ କଥାଟି ଅତି ସହଜ ଓ ସିଧା ଭାବେ ବିଚାର କଲେ ଜାଣିବା ଯେତେବେଳେ କୌଣସି ଲୋକକୁ ଜଣା ପଡିବ ଯେ ସେ ଯାହା କର୍ମକରିବ ତାର ଫଳଉପରେ ଆଦୌ ଅଧିକାର ରହିବ ନାହିଁ , ତେବେ ସେ ଉକ୍ତ କର୍ମ କରିବାପାଇଁ କାହିଁକି ମନ ବଳା...