ସମାଜକୁ ସାଧୁ ସନ୍ୟାସୀ ମାନେ କେତେ ଆବଶ୍ୟକ?
ସମାଜକୁ ସାଧୁ- ସନ୍ନ୍ୟାସୀ କେତେ ଆବଶ୍ୟକ ? ଲେଖକ ହେତୁବାଦୀ ବାଲ୍ମୀକି Mobile 9482016260 ଏହି ଲେଖାର voice audio ଶୁଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ ଓପନ୍ କରନ୍ତୁ ଆଉ ଭିଡିଓ ଦେଖନ୍ତୁ https://youtu.be/CZyFRVfXxdU ଭାରତକୁ ମୁନି , ଋଷି , ଯୋଗୀ , ସାଧୁ , ସନ୍ନ୍ୟାସୀଙ୍କ ଦେଶ ବୋଲି ବହୁତ କାଳରୁ କୁହାଯାଉଛି । ଭାରତୀୟମାନେ ଏଥିପାଇଁ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି । ପ୍ରକୃତରେ ଏହି ଦେଶରେ ଯେତେ ବହୁତ ସଂଖ୍ୟାରେ ସାଧୁ , ସାଧବୀ , ସନ୍ନ୍ୟାସୀ , ସନ୍ନ୍ୟାସୀନୀ , ଯୋଗୀ , ଯୋଗିନୀ , ସ୍ବୟଂଭୂ ଭଗବାନ , ସ୍ବାମୀ , ବାବା , ମାତା , ତାନ୍ତ୍ରିକ , ଗୁଣିଆ , ଜ୍ୟୋତିଷ ଇତ୍ୟାଦି ରୂପରେ ଅଛନ୍ତି , ଅନ୍ୟ କୌଣସି ଦେଶରେ ସେତିକି ନାହାନ୍ତି । ସେଥିପାଇଁ ଭାରତୀୟ ଲୋକମାନେ ନିଜ ଦେଶକୁ ସର୍ବୋତ୍ତମ ବୋଲି ମାନୁଛନ୍ତି । ମୁନି - ଋଷିମାନଙ୍କ ଦ୍ବାରା ଦିଆ ଯାଉଥିବା ଆଧ୍ୟାତ୍ମିକ ଜ୍ଞାନକୁ ବିଶ୍ବର ଶ୍ରେଷ୍ଠ ଓ ଅନ୍ତିମ ଜ୍ଞାନ ବୋଲି ବିଶ୍ବାସ ବି କରୁଛନ୍ତି । ସାଧୁ - ସନ୍ଥମାନଙ୍କୁ ସମାଜର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଏବଂ ଆବଶ୍ୟକ ଅଙ୍ଗ ରୂପେ ମାନ୍ୟତା ପ୍ରାପ୍ତ ଅଛି । କାରଣ ଆରମ୍ଭରୁ ହିଁ ସେହିମାନେ ସମାଜକୁ ଦିଶା ପ୍ରଦର୍ଶନ କରୁଥିଲେ । ଧର୍ମକର୍ମ ସହିତ , ପୂଜା ପାଠ କରି , ଦାନ - ପୂଣ୍ୟ କଲେ , ପାପରୁ ମୁକ୍ତି ପ୍ରାପ୍ତ କରିବାର ଉପଦେଶ ଦେଇ ଆସୁଛନ୍ତି । ଭାରତର ଇତିହାସ ଓ ପୁରାଣ ଶ...