Posts

Showing posts from January, 2022
Image
 ପୁସ୍ତକ ର ନାମ ହେତୁବାଦୀ ରହସ୍ୟ  ଏଥିରେ 28 ଅଧ୍ୟାୟ ଅଛି 96 page book size 21×14cm ଯଦି ଏହି ପୁସ୍ତକଟିକୁ କିଣିବାକୁ ଚାହୁଁଛନ୍ତି ତେବେ ଏହି numberରେ ଯୋଗାଯୋଗ କରନ୍ତୁ 9482016260 E-mail balmikinayak@gmail.com 1. ସଂସ୍କୃତିର ପରିଭାଷା  2. ସତୀଙ୍କ ନାମରେ ଶକ୍ତିପୀଠମାନଙ୍କ ରହସ୍ୟ  3. ଆତ୍ମା ଏକ ତଥ୍ୟ ନା କେବଳ ତର୍କ ?  4 . ମାନବୀୟ ସମସ୍ୟା ଓ ଦୈବୀ ସମାଧାନ  5. ବାବା ମାର୍କା ନକଲି ଧନ୍ଦା  6. ଅହେତୁକ ବିଶ୍ବାସର ହେତୁ  7. ପ୍ରାକୃତିକ ବିପର୍ଯ୍ୟୟ ଦୈବୀ ପ୍ରକୋପ ନୁହେଁ  8. ଈଶ୍ବର ସବୁବେଳେ ନିରବ - ବିଜ୍ଞାନ ନୁହେଁ  9. ନୈତିକତା ବନାମ ଧାର୍ମିକତା  10. ବିଭୂତିର ମାୟା  11. ଭିତ୍ତିହୀନ ବିଶ୍ବାସର ସଙ୍କେତ  12. ଭକ୍ତର ଭଗବାନ : ଏକ ବିଶ୍ଳେଷଣ  13. ଭିତ୍ତିହୀନ ବିଶ୍ବାସ କେବେ ଦୂର ହେବ ?  14. ଧାର୍ମିକ ଅସହିଷ୍ଣୁତା କାହିଁକି ? 15. ଭବିଷ୍ୟତରେ ନାସ୍ତିକବାଦର ସ୍ଥିତି  16. ମିଡ଼ବ୍ରେନ ଆକ୍ଟିଭେସନ : ଏକ ଗୋଲକ ଧନ୍ଦା  17. ଭିଭିହୀନ ବିଶ୍ବାସ ବିରୁଦ୍ଧରେ ସଂଘର୍ଷ  18. ନିରୀଶ୍ବରବାଦୀ ପରମ୍ପରା  19. ଅସହିଷ୍ଣୁତାର ପରିଭାଷା  20. କେବଳ ପ୍ରଶ୍ନ ନୁହେଁ , ତର୍କସଙ୍ଗତ ଉତ୍ତର ସତ୍ୟକୁ ସିଦ୍ଧ କରେ  21. ସଫଳତା ଓ ବିଫଳତାର ହେତୁ  22. ଭୟରୁ ଈଶ୍ବର ସୃ...

ନାସ୍ତିକତାର ଆବଶ୍ୟକତା ଅଛି କି ?

Image
  ନାସ୍ତିକତାର ଆବଶ୍ୟକତା ଅଛି କି ?  ଦୁନିଆର ପ୍ରାୟ ଅଧିକାଂଶ ମଣିଷ ସମାଜ ଆସ୍ତକବାଦ ଭଲ ଓ ଗ୍ରହଣୀୟ ବୋଲି ଧରି ନେଇଥାନ୍ତି । ସେମାନେ ଦାବି କରିଥାନ୍ତି ଯେ ଆସ୍ତକବାଦ ହିଁ ମଣିଷ ସମାଜରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିପାରେ । ଯଦି ଏହା ସତ ତେବେ ପ୍ରଶ୍ନଉଠୁଛି ନାସ୍ତିକବାଦ ସୃଷ୍ଟି ହେଲା କାହିଁକି ?  ଆସ୍ତିକବାଦକୁ ତ୍ୟାଗ କରି ନାସ୍ତିକ ହେବାକୁ କିଛି ଲୋକ ଇଛା କରୁଛନ୍ତି କାହିଁକି ?  ଏମିତି କ'ଣ ଧିରେ ଧିରେ ସମସ୍ତ ଆସ୍ତିକ ଦିନେ ନାସ୍ତିକ ହୋଇପାରିବେ ?  ଆସନ୍ତୁ ଏହିସବୁ ପ୍ରଶ୍ନ ଉପରେ ବିଚାର କରିବା ।  କିଛି ଲୋକ ବିତର୍କ କରି କହୁଛନ୍ତି  ଆସ୍ତିକ ଓ ନାସ୍ତିକ ଏକା କଥା କିମ୍ବା ମୁଦ୍ରାର ଦୁଇପାଖ । ସେମାନଙ୍କ  ମତ ନାସ୍ତିକତା ମଧ୍ୟ ଏକ ଧର୍ମ ବା ବିଶ୍ବାସ । ମୁଁ କିନ୍ତୁ ଆସ୍ତିକ ନୁହେଁ କି ନାସ୍ତିକ ବି ନୁହେଁ । ମୁଁ ଅନ୍ଧ ବିଶ୍ବାସୀ ମଧ୍ୟ ନୁହେଁ । ମୁଁ ଏକ ବାସ୍ତବିକ ମଣିଷ ।  ମାନସିକ ଦ୍ଵନ୍ଦରେ ରହୁଥିବା ତଥାକଥିତ ଆସ୍ତିକମାନେ ଏହିଭଳି ଯୁକ୍ତି ଦେଇଥାନ୍ତି । ଯିଏ ପ୍ରକୃତରେ ନାସ୍ତିକ ସିଏ ଏଭଳି କଥା କହେନାହିଁ ।  ଏହାକୁ ଆମେ ବିତର୍କ ବୋଲି କହିବା କାହିଁକି ଆସନ୍ତୁ ବିଚାର କରିବା । ନାସ୍ତିକତା ସ୍ବୟଂ କୌଣସି ମାର୍ଗ ବା ପନ୍ଥା ନୁହେଁ ବରଂ ଆସ୍ତିକତାର ଈଶ୍ବର ରୂପୀ ଅସତ୍ୟ ଏବଂ ଭ୍ରମ ବିରୁଦ୍ଧରେ ଏକ ବିରୋଧ ଏବଂ ବିଦ୍ରୋହ ମାତ୍ର । ଯଦି ଆସ...

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ

Image
  ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ  ବୈଜ୍ଞାନିକ ଦୃଷ୍ଟିକୋଣକୁ ଯେଉଁମାନେ ନାସ୍ତିକତା ବୋଲି କହୁଛନ୍ତି ସେମାନେ ଭୁଲ କହୁଛନ୍ତି । ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ନାସ୍ତିକତା ଭିତରେ ପ୍ରଭେଦ ରହିଛି । ବିନା କୌଣସି କାରଣ ଦର୍ଶାଇ ଈଶ୍ୱର ସତ୍ତାକୁ ଅସ୍ବୀକାର କରୁଥିବା ଯେକୌଣସି ବ୍ୟକ୍ତିକୁ ନାସ୍ତିକ କୁହାଯାଇପାରେ ।  ସେଭଳି ବ୍ୟକ୍ତି ଅନେକ ପ୍ରକାର ଭିତ୍ତିହୀନ ବିଶ୍ବାସ ତା ' ମନରେ ଭରି ରଖୁଥାଏ । ସେ ଈଶ୍ବରକୁ ମୁହଁରେ ଅସ୍ବୀକାର କରୁଥିଲେ ବି ମନରେ ଈଶ୍ବର ପ୍ରତି ଭୟ ନିଶ୍ଚୟ ଥାଏ । ମଜା କଥା ହେଲା ତା'ର ଈଶ୍ବର ପ୍ରତି ଭୟଥିଲେ ମଧ୍ୟ ଅପରାଧ କଲା ବେଳକୁ ଈଶ୍ବରକୁ ଖାତିର କରେନାହିଁ । ସେ ତା'ର ବ୍ୟକ୍ତିଗତ ଅନୁଭବରୁ ଜାଣିଥାଏ ଯେ ମୋର ଏହି ଅପରାଧ ଯଦି କେହି ମଣିଷ ଦେଖୁନାହାନ୍ତି କିମ୍ବା ଜାଣି ନାହାନ୍ତି ତେବେ ଈଶ୍ବର ବି କିଛି କରି ପାରିବେନାହିଁ ।  ଅପରାଧ ଜନିତ ମନରେ ଗ୍ଲାନିବୋଧ ହେଲେ ନାସ୍ତିକ ବ୍ୟକ୍ତି କେବେ କେମିତି ମନ୍ଦିରକୁ ଯାଇ ପୂଜା କରି କିଛି ଦାନ ଦକ୍ଷିଣା ଦେଇଦେଲେ ସବୁ ପାପରୁ ମିଳିଯିବାର ଆତ୍ମସନ୍ତୋଷ ପାଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣ ରଖୁଥିବା ବ୍ୟକ୍ତି ପ୍ରତ୍ୟେକ ଘଟଣା ଓ ବସ୍ତୁ ସମ୍ପର୍କରେ ପ୍ରଥମେ ଜାଣିବାକୁ ଚେଷ୍ଟା କରେ । ତାହାର ଉପକାରିତା ଓ ଅପକାରିତା ସମ୍ପର୍କରେ ତଥ୍ୟ ସଂଗ୍ରହ କରେ । ଶାନ୍ତ ଚିତ୍ତରେ ବିଚାର କରେ ଘଟଣା ବା ବସ୍ତୁ ଯଦି ବ୍ୟକ୍ତି , ପରିବାର ଓ...

ଧର୍ମୀୟ ଶ୍ରଦ୍ଧା ଓ ଆସ୍ଥା କେତେ ଉପଯୋଗୀ ?

Image
  ଧର୍ମୀୟ ଶ୍ରଦ୍ଧା ଓ ଆସ୍ଥା କେତେ ଉପଯୋଗୀ ?  ମଣିଷ ଗୋଟିଏ ତର୍କଶୀଳ ପ୍ରାଣୀ । ସଭ୍ୟତାର ବିକାଶ ହେବା ସହିତ ମଣିଷ ମନରେ ପ୍ରଶ୍ନ ମଧ୍ୟ ଜାତ ହୋଇଛି । ପ୍ରାକୃତିକ ଘଟଣା ସମୂହର କାରଣଗୁଡିକ ଜାଣିବାପାଇଁ ସେ ସର୍ବଦା ପ୍ରୟାସ କରିଛି ।  କଅଣ , କାହିଁକି , କିପରି ଇତ୍ୟାଦି ପ୍ରଶ୍ନ ତା ' ମନକୁ ବିଚଳିତ କରିଛି । ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ନିଜକୁ ସୁରକ୍ଷିତ କରିବାପାଇଁ ଅସହାୟ ଅନୁଭବ କରିଛି । ଏମିତି କାହିଁକି ହେଉଛିର ଉତ୍ତର ସେତେବେଳେ କାହାରିକୁ ଜଣା ନଥିଲା ।  କେତେକ ବୁଦ୍ଧିଆ ଲୋକ ଭାବିଲେ - ଏସବୁ କୌଣସି ଅଦୃଶ୍ୟ ମହାଶକ୍ତିର କାମ । ସେହି କାଳ୍ପନିକ ମହାଶକ୍ତିକୁ ସର୍ବଶକ୍ତିମାନ ଈଶ୍ବର ନାମ ଦିଆଗଲା । ସେମାନେ ଭାବିଲେ - ତଥାକଥିତ ଈଶ୍ବର ଯଦି ଶାନ୍ତ ରହନ୍ତି , ପ୍ରକୃତି ମଧ୍ୟ ଶାନ୍ତ ରହେ , ଆଉ ଯଦି ଈଶ୍ବର ଅସନ୍ତୁଷ୍ଟ ହୁଅନ୍ତି , ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ।  ନିଜ ଜୀବନକୁ ସୁରକ୍ଷିତ କରିବାର ଏକ ସହଜ ଉପାୟ ହେଲା ଈଶ୍ବରଙ୍କ ଉପରେ ଆସ୍ଥା ରଖି ତାଙ୍କୁ ଶ୍ରଦ୍ଧା ସହ ପୂଜା ଓ ପ୍ରାର୍ଥନା କଲେ ସେ ଆମକୁ ବିପଦରୁ ରକ୍ଷା କରିବେ । ସେହି ଅବଧାରଣା , ସେହିକାଳରୁ ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ମନକୁ ଆକ୍ରାନ୍ତ କରିରଖିଛି ।  ଶ୍ରଦ୍ଧା ଓ ଆସ୍ଥା ଦୁଇଟି ମଣିଷର ସଦଗୁଣ । ଭୌତିକ ଦୁନିଆରେ ସୁଖ ଓ ଶାନ୍ତିରେ ଜୀବନ ବିତେଇବାପାଇଁ ଶ୍ରଦ୍ଧା ଓ ଆସ୍ଥା ନିହାତି ଆବଶ...

ନଜର ଲାଗିବାର ଭୟ

Image
ଜୟ ଭୀମ ନମଃ ବୁଦ୍ଧାୟ ବନ୍ଧୁଗଣ ଆଜି ଆଉ ଗୋଟିଏ ନୁଆ ଟପିକ୍ ବିଷୟରେ ଜାଣିବା ନଜର ଲାଗିଗଲେ କେବଳ ଅନିଷ୍ଟ ହିଁ ହୁଏ , ନଜର ଲାଗି କାହାର ଭଲ ହେଉଥିବା କଥା କେହି କହୁନାହାନ୍ତି ।  ଧାର୍ମିକ ବିଶ୍ବାସ ଅନୁସାରେ ଅତୃପ୍ତ ବା ଦୁଷ୍ଟ ଆତ୍ମାର ନଜର ଲାଗିଯାଏ ଏବଂ ମଣିଷର ମଧ୍ୟ ଖରାପ ଦୃଷ୍ଟି ପଡିଥାଏ ।  ସତରେ ବୁଝା ପଡୁନି ନଜର ବା ଦୃଷ୍ଟିରେ ଏମିତି କି ଶକ୍ତିଅଛି ଯାହା ଅନ୍ୟର କ୍ଷତି କରି ଦେଇପାରୁଛି ?  ମଣିଷର କ'ଣ ଭଲଦୃଷ୍ଟି ନାହିଁ ?  ଭଲଦୃଷ୍ଟି ପଡିବାପାଇଁ କୌଣସି ଉପାୟ କାହିଁକିନାହିଁ । ପ୍ରଥମ କଥା ହେଲା - ଗୀତା ଜ୍ଞାନ ଅନୁସାରେ ଆତ୍ମା ଅଜର , ଅମର , ନିଆଁରେ ପୋଡିବ ନାହିଁ , ଜଳରେ ବୁଡିବ ନାହିଁ , ବାୟୁରେ ଶୁଖି ନାହିଁ , ତା'ର ଆଦି ନାହିଁ କି ଅନ୍ତ ନାହିଁ , ଜନ୍ମ ନାହିଁ କି ? ମୃତ୍ୟୁ ନାହିଁ , ଆତ୍ମା ଦୁଷ୍ଟ ନୁହେଁ କି ଶିଷ୍ଟ ନୁହେଁ , ସେ ତୃପ୍ତ ବା ଅତୃପ୍ତ ହୁଏନି , ତେଣୁ ତା'ର ଖରାପ ଦୃଷ୍ଟି ପଡୁଥିବା କଥା ମିଛ ଦ୍ଵିତୀୟରେ ମଣିଷର ଆଖିରେ କେବଳ ଦର୍ଶନ ଯୋଗ୍ୟ କ୍ଷମତା ହିଁ ଅଛି । ସେ ଅନ୍ଧାରରେ ଦେଖି ପାରୁନି , କେବଳ ଆଲୁଅରେ ହିଁ ଦେଖିପାରେ । ମଣିଷ ଯାହା ବି କାମ କରୁଛି ନିଜର ବିଭିନ୍ନ ଅଙ୍ଗ ଦ୍ବାରା କରୁଛି । ଆଖିର ମହତ୍ତ୍ୱ ପୂର୍ଣ୍ଣ କାମ ହେଉଛି - ସମସ୍ତ କାମକୁ ଟିକିନିଖି ଭାବେ ଦେଖି ମସ୍ତିଷ୍କକୁ ସୂଚନା ଦେବା । ମସ୍ତିସ୍କ ସେହି ଅନୁସାରେ ଅଙ୍ଗମାନଙ୍କୁ ନିୟନ୍...

ଭକ୍ତର ଭଗବାନ : ଏକ ବିଶ୍ଳେଷଣ

Image
  ଭକ୍ତର ଭଗବାନ : ଏକ ବିଶ୍ଳେଷଣ  ଏହି ଲେଖାଟି ବହୁତ ସରଳ ଭାବରେ ଲେଖା ହୋଇଛି ପଢନ୍ତୁ ଆଉ ବୁଝିବା କୁ ଚେଷ୍ଟା କରନ୍ତୁ ପିଲାଟି ଦିନରୁ ଆମେ ଅନେକ ପ୍ରକାର ଧର୍ମୀୟ ପ୍ରବାଦ ଓ ଆପ୍ତ ବଚନ ଶୁଣି ଆସୁଛୁ । ଧର୍ମୀୟ ଭାବନା ଓ ଈଶ୍ବର ବିଶ୍ବାସ ଯୋଗୁ ସେ ଗୁଡିକ ଉପରେ ସନ୍ଦେହ ଜାତ ହେଲେ ମଧ୍ୟ କେହି ତର୍କ ବା ପ୍ରଶ୍ନ କରନ୍ତିନାହିଁ । କୁହା ଯାଉଥିବା ଆପ୍ତ ବଚନ ଗୁଡିକ କେତେ ସତ ? କେତେ ମିଛ ?  ବିଚାରକରିବାକୁ କେହି ସାହସ କରୁନାହାନ୍ତି । ଏହାର ଦୁଇଟି କାରଣ ରହିଛି - ପ୍ରଥମ , ନିଜ ମନରେ ପିଲାଟିବେଳୁ ଗଢି ଉଠିଥିବା ବଦ୍ଧମୂଳ ଅବଧାରଣାକୁ ପରିତ୍ୟାଗ କରିବା ସହଜ ହୁଏନି ,   ଭିରିହୀନ ବିଶ୍ବାସକୁ ପରିତ୍ୟାଗ କରିବାକୁ ମନ ଚାହୁଁଥିଲେ ମଧ୍ୟ ଅହେତୁକ ଭୟ ଏବଂ ସମାଜର ବିରୋଧକୁ ସାମନା କରିବା ସହଜ ହୁଏନି ।  ସେଦ୍ୱିତୀୟରେ ଥ୍‌ପାଇଁ ଅନେକ ଉଚ୍ଚଶିକ୍ଷିତ ଓ ପ୍ରଗତିଶୀଳ ବୋଲାଉଥିବା ବ୍ୟକ୍ତି ବିଶେଷ ମଧ୍ୟ କୌଣସି ଧାର୍ମିକ ପ୍ରବାଦ ଉପରେ ନିଜର ବିରୋଧୀ ମତ ବ୍ୟକ୍ତ କରନ୍ତିନାହିଁ । ଯାହା ଯେମିତି ଚାଲିଛି ଚାଲିଥାଉ କହି ସମସ୍ୟାରୁ ଦୂରେଇ ରହନ୍ତି ।  ଆମେ ଏଇଠି ଗୋଟିଏ ବହୁ ପ୍ରଚଳିତ ଆପ୍ତବଚନ ଉପରେ ବିଚାର କରିବା । କୁହାଯାଏ " ଭକ୍ତିର ଭଗବାନ " ଏବଂ " ଯାହାର ଭକ୍ତି ଯେତେ , ତାହାର ଭଗବାନ ସେତେ "  ଦୁଇଟି ଯାକ ଆପ୍ତବଚନର ଅର୍ଥ ଏକ ଅର୍ଥାତ ଭକ୍ତି ନକଲେ ଐଶ୍ବରୀୟ କୃପା ମିଳିବନାହି...

ପରମ୍ପରା ବନାମ ଆହତ ଭାବନା

Image
ପରମ୍ପରା ବନାମ ଆହତ ଭାବନା     ପରମ୍ପରା ବନାମ ଆହତ ଭାବନା  ଦୁନିଆର ସମସ୍ତ ଧର୍ମ ସଂସ୍କୃତିରେ ଅଲଗା ଅଲଗା ପରମ୍ପରା ରହିଛି । ସମସ୍ତେ ଯଦିଓ କୁହନ୍ତି - ଭଗବାନ ଏକ କିନ୍ତୁ ସମସ୍ତଙ୍କ ଧର୍ମୀୟ କର୍ମକାଣ୍ଡ , ଆଚାର , ବିଚାର ଓ ପରମ୍ପରା ପରସ୍ପରଠାରୁ ଭିନ୍ନ ।  ଭଗବାନ ଯଦି ଏକ , ତେବେ ପରମ୍ପରା ଭିନ୍ନ କାହିଁକି ?  ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ଧର୍ମଗୁରୁ କହନ୍ତି - ଲକ୍ଷ୍ୟସ୍ଥଳ ଏକ କିନ୍ତୁ ମାର୍ଗ ଅଲଗା ଅଲଗା ହୋଇଥାଏ । ଯାହାକୁ ଯେଉଁ ମାର୍ଗ ପସନ୍ଦ ସେ ସେହି ମାର୍ଗରେ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ।  ଏଭଳି ଉତ୍ତର ଖୁବ ସରଳ ଓ ଅବୁଝା ଲାଗୁନି । ଧରନ୍ତୁ- ଦିଲ୍ଲୀରେ ପହଞ୍ଚିବାପାଇଁ କିଛି ଲୋକ ବାଙ୍ଗାଲୋରରୁ ବାହାରିଲେ । ସେମାନେ ନିଜର ପସନ୍ଦ ଓ କ୍ଷମତା ଅନୁସାରେ ବିଭିନ୍ନ ଯାନବାହାନ ବ୍ୟବହାର କରି , ଦେଶର ବିଭିନ୍ନ ପ୍ରଦେଶ ଦେଇ ଯାତ୍ରା କରି ଦିଲ୍ଲୀରେ ପହଞ୍ଚି ପାରିବେ । କେବଳ ଜାଣିବା କଥା ହେଉଛି - ଦିଲ୍ଲୀରେ କିଏ ଶୀଘ୍ର ପହଞ୍ଚିବ ?  କିଏ ସହଜରେ ପହଞ୍ଚିବ ?  କିଏ ବହୁ କଷ୍ଟରେ ଏବଂ ବିଳମ୍ବରେ ପହଞ୍ଚିବ ?  ଏଇଠି ସମସ୍ତେ କିନ୍ତୁ ଆଶ୍ବସ୍ତ ହୋଇ ଯାତ୍ରା ଆରମ୍ଭ କରନ୍ତି ଯେ ଯାତ୍ରା ସହଜ ହେଉ କି କଷ୍ଟସାଧ , ଶୀଘ୍ର ହେଉ କି ବିଳମ୍ବରେ ଦିନେ ଦିଲ୍ଲୀରେ ନିଶ୍ଚୟ ପହଞ୍ଚି ହେବ ।  ଈଶ୍ବରଙ୍କୁ ପାଇବାପାଇଁ ଆସ୍ତିକମାନଙ୍କର ଯାତ୍ରା ପୂର୍ବରୁ ମନ କିନ...

ରଖେ ହରି ମାରେ କିଏ : ଏକ ମିଥ୍ୟା ଆଶ୍ବାସନା

Image
ରଖେ ହରି ମାରେ କିଏ : ଏକ ମିଥ୍ୟା ଆଶ୍ବାସନା  ରଖେ ହରି ମାରେ କିଏ : ଏକ ମିଥ୍ୟା ଆଶ୍ବାସନା   ଏକ ମିଥ୍ୟା ଆଶ୍ବାସନା ଆମ ରାଜ୍ୟରେ ବହୁ ପ୍ରଚଳିତ ପ୍ରବାଦଟିଏ ପିଲାଟି ଦିନରୁ ଶୁଣିଆସିଛି, ରଖେ ହରି ମାରେ କିଏ , ମାରେ ହରି ରଖେ କିଏ ? ଭଗବାନଙ୍କ ସର୍ବଶକ୍ତିମାନ ଗୁଣକୁ ମହିମାନ୍ବିତ କରୁଥିବା ଏହି ଆପ୍ତବଚନଟି ସମସ୍ତେ ଖୁବ ସହଜରେ ବିଶ୍ବାସ ମଧ୍ୟ କରୁଛନ୍ତି । ଆମେ ଯଦି ମୁକ୍ତମନରେ ଏହି ଆପ୍ତବଚନର ଯଥାର୍ଥତା ଉପରେ ବିଚାର କରିବା , ତେବେ ନିମ୍ନ ଲିଖ୍ ପ୍ରଶ୍ନ ଗୁଡିକର ଉତ୍ତର ଖୋଜିବାକୁ ହେବ ।   ( କ ) ମଣିଷ ଓ ଅନ୍ୟାନ୍ୟ ପ୍ରାଣୀଜଗତରେ ଯେତେ ମୃତ୍ୟୁ ଘଟୁଛି , ସବୁ କ'ଣ ତଥାକଥିତ ହରିଙ୍କ ନିର୍ଦ୍ଦେଶ ବା ଆଦେଶରେ ହିଁ ସଂଘଟିତ ହେଉଛି ?   ( ଖ ) ଏହା ଯଦି ସତ , ତେବେ ପ୍ରାଣୀର ମୃତ୍ୟୁ ପାଇଁ ମଣିଷ ଅନ୍ୟାନ୍ୟ କାରଣକୁ ଦାୟୀ କରୁଛି କାହିଁକି ? ଯଥା : ବିଭିନ୍ନ ରୋଗ , ବିଭିନ୍ନ ଦୁର୍ଘଟଣା , ଆତଙ୍କବାଦୀଙ୍କ ଆକ୍ରମଣ ଓ ଧାର୍ମିକ ହିଂସା ଇତ୍ୟାଦି ।   ( ଗ ) ଭୂମିକମ୍ପ , ବାତ୍ୟା , ବନ୍ୟା , ବିଜୁଳି ବଜ୍ରାଘାତ ଆଦି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ବହୁତ ମଣିଷ ଓ ପ୍ରାଣୀ ମୃତ୍ୟୁ ବରଣ କରୁଥିବା ବେଳେ ଆଉକିଛି ଅକସ୍ମାତ ବଞ୍ଚି ମଧ୍ୟ ଯାଆନ୍ତି । ସେତିକିବେଳେ ଯେଉଁମାନେ ବଞ୍ଚିଗଲେ , କୁହାଯାଏ - ସେମାନଙ୍କୁ ହରି ବଞ୍ଚେଇ ଦେଲେ । କିନ୍ତୁ ଯେଉଁମାନେ ମୃତ୍ୟୁ ବରଣ...

ବିଜ୍ଞାନ କ୍ଷେତ୍ରରେ ଭାରତ ପଛୁଆ କାହିଁକି ?

Image
  ବିଜ୍ଞାନ କ୍ଷେତ୍ରରେ ଭାରତ ପଛୁଆ କାହିଁକି ?  ବିଜ୍ଞାନ କ୍ଷେତ୍ରରେ ଭାରତ ପଛୁଆ କାହିଁକି ? ପିଲାଟି ଦିନୁ ଆମେ ଶୁଣି ଆସିଛୁ ଭାରତୀୟ ଧର୍ମଶାସ୍ତ୍ରମାନଙ୍କରେ ବିଶ୍ବର ସମସ୍ତ ରହସ୍ୟ ଲିପିବଦ୍ଧ ହୋଇରହିଛି । ସ୍ୱର୍ଗରୁ ମର୍ତ୍ତ୍ୟ ଓ ପାତାଳ ( ? ) ପର୍ଯ୍ୟନ୍ତ କେଉଁଠି କ'ଣ ଅଛି ସବୁ ତଥ୍ୟର ବର୍ଣ୍ଣନା ରହିଛି । ତା'ର ଭାଷା ହେଉଛି ମୂଖ୍ୟତଃ ସଂସ୍କୃତ ।  ପ୍ରଶ୍ନ ଉଠୁଛି - ମର୍ତ୍ତ୍ୟ ଅର୍ଥାତ ଏହି ପୃଥିବୀକୁ ତ ଆମେ ଦେଖି ପାରୁଛୁ ଏବଂ ଅନୁଭବ ମଧ୍ୟ କରିପାରୁଛୁ । କିନ୍ତୁ ତଥାକଥିତ ସ୍ବର୍ଗ କେଉଁଠି ଅଛି ? ଆଜିଯାଏଁ ମଣିଷ ଖୋଜି ପାଇଲା ନାହିଁ କାହିଁକି ? ସେହିଭଳି ପୃଥ୍ବୀର କେଉଁ ତଳରେ ପାତାଳ ଅଛି ତାହାର ମଧ୍ୟ ସନ୍ଧାନ ମିଳୁନି କାହିଁକି ?  ବର୍ତ୍ତମାନ ଅନେକ ସଂସ୍କୃତ ପଣ୍ଡିତ ଦୃଢତାର ସହ ଦାବିକରୁଛନ୍ତି ' ଶାସ୍ତ୍ରଗ୍ରନ୍ଥ ଗୁଡିକରେ ବୈଜ୍ଞାନିକ ତଥ୍ୟ ଭରିରହିଛି ।  ତାହା ଯଦି ସତ , ତେବେ ପ୍ରଶ୍ନ ଉଠୁଛି - ସେହି ଜ୍ଞାନ କେଉଁ କାମରେ ଲାଗୁଛି ?ସେମାନେ ଯୁକ୍ତି କରି କହୁଛନ୍ତି - ଆମଦେଶର ଲୋକମାନେ ପଢି ବୁଝିପାରୁନାହାନ୍ତି । ବିଦେଶର ଲୋକମାନେ ସେହି ଶାସ୍ତ୍ର ଜ୍ଞାନାନୁସାରେ ବିଭିନ୍ନ ପ୍ରଯୁକ୍ତି ବିଦ୍ୟା ଶିକ୍ଷା କରି ସବୁ ତିଆରି କରିପାରିଛନ୍ତି ।  ଏଇଠି ପୁଣି ପ୍ରଶ୍ନ ଉଠୁଛି - ଅନ୍ୟ ସାଧାରଣ ଲୋକମାନେ ସିନା ବୁଝି ପାରୁନାହାନ୍ତି , କିନ୍ତୁ ଯେଉଁମାନେ ଶାସ୍ତ୍ର ରଚନା କରୁଥି...

ଭକ୍ତି ଯଦି ସତ୍ୟ , ଦୈବୀ ଶକ୍ତି ମିଥ୍ୟା କି ?

Image
  ଭକ୍ତି ଯଦି ସତ୍ୟ , ଦୈବୀ ଶକ୍ତି ମିଥ୍ୟା କି ?  ଏଭଳି ଏକ ଦାର୍ଶନିକ ପ୍ରଶ୍ନ ମନରେ ଉଠିବାର ଯଥେଷ୍ଟ କାରଣ ରହିଛି । ସମସ୍ତେ ଜାଣୁଛନ୍ତି ଓ ଅନୁଭବ ମଧ୍ୟ କରୁଛନ୍ତି ଯେ ଦୁନିଆର ସମସ୍ତ ଛୋଟ , ବଡ ଧର୍ମସମ୍ପ୍ରଦାୟର ଆର୍ଥିକବାଦୀ ମଣିଷମାନେ ନିଜର ଇଷ୍ଟ ଦେବତାଙ୍କୁ ଭକ୍ତିର ସହ ପୂଜା , ଅର୍ଜନା କରୁଛନ୍ତି । ସେହି ଧର୍ମର ସମସ୍ତ ବିଧି , ବିଧାନ ଅନୁସାରେ କର୍ମକାଣ୍ଡ ମଧ୍ୟ କରୁଛନ୍ତି । ନିଜ ନିଜ ଘରେ ଇଷ୍ଟ ଦେବୀ , ଦେବତାଙ୍କ ଫୋଟ ବା ମୂର୍ତ୍ତି ରଖି ବଂଶାନୁଗତ ଭାବେ ପୂଜା କରାଯାଉଛି । ସର୍ବସାଧାରଣ ସ୍ଥାନରେ ବହୁତ ଧର୍ମସ୍ଥଳ ନିର୍ମାଣ କରାଯାଇଛି । ଏହାଦେଖି ମନରେ ସ୍ବତଃ ପ୍ରଶ୍ନ ଉଠୁଛି ସେମାନଙ୍କର ଘରେଘରେ ପୂଜା ପାଉଥିବା ଦେବୀ ଦେବତା କ'ଣ ନକଲି ? ଅଥବା ଦୈବୀଶକ୍ତି ବିହୀନ ନିର୍ଜୀବ ଫୋଟ ବା ମୂର୍ତ୍ତି ? ଯଦି ନକଲି ଓ ଶକ୍ତି ରହିତ ନୁହନ୍ତି , ତେବେ ଅସଲି ଭଗବାନଙ୍କୁ ପାଇବା ଆଶାରେ ଲୋକମାନେ ବଡ଼ ବଡ଼ ଧର୍ମସ୍ଥଳକୁ ଦୌଡ଼ି ଯିବା ଆବଶ୍ୟକ ପଡୁଛି କାହିଁକି ? ବହୁତ ଦୂରରେ କିମ୍ବା ଅତି ଦୁର୍ଗମ ପାହାଡ ଉପରେ ଅବସ୍ଥିତ ଦେବାଳୟକୁ ଯିବାପାଇଁ ଅନେକ କଷ୍ଟ ସହ୍ୟକରି ଅନେକ ଧନଖର୍ଚ୍ଚ କରାଯାଏ । ତୀର୍ଥ ଯାତ୍ରା ସମୟରେ ବିଭିନ୍ନ କାରଣରୁ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ହୋଇଥାଏ । ଅନେକ ଲୋକ ସେହି ଯୋଗୁ ମୃତ୍ୟୁ ବରଣ କରନ୍ତି ଏବଂ ଅନେକ ଲୋକ ଆହତ ମଧ୍ୟ ହୋଇଥାନ୍ତି । ଏଇଠି ପ୍ରଶ୍ନ ଉଠୁଛି - ଘର ଦେବତା ଅପେକ୍ଷ...

ମାତା ସାବିତ୍ରୀବାଇ ଫୁଲେ

Image
ନମସ୍କାର ବନ୍ଧୁଗଣ, ଏଠାରେ ଆମେ ସାବିତ୍ରୀବାଇ ଫୁଲେ ଉପରେ କିଛି କହିବାକୁ ଯାଉଛୁ |  ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନୁରୋଧ ଦୟାକରି ଏହି ଲେଖାଟି କୁ ପଢ଼ନ୍ତୁ    (ଲେଖକ ବସନ୍ତି ମହାନନ୍ଦ ଓ ରିଙ୍କି ସୁନା) ଭାରତ ଦେଶର ପ୍ରଥମ ଶିକ୍ଷିତା ମହିଳା ,  ପ୍ରଥମ ଶିକ୍ଷୟିତ୍ରୀ ,  ପ୍ରଥମ ପ୍ରଧାନ ଶିକ୍ଷୟିତ୍ରୀ ,  ପ୍ରଥମ ଅଧ୍ୟାପିକା ,  ପ୍ରଥମ ପ୍ରିନ୍ସିପାଲ ଓ ନାରୀ ମାନଙ୍କ ନିମନ୍ତେ  ପ୍ରଥମ ବିଦ୍ୟାଳୟ ସ୍ଥାପନକାରୀ ଅବହେଳିତ ବର୍ଗକୁ ଶିକ୍ଷା , ସ୍ବାସ୍ଥ୍ୟ ଓ ଆତ୍ମସମ୍ମାନ , ମାନବିକ ମର୍ଯ୍ୟାଦା ପ୍ରଦାନ ନିମନ୍ତେ ଆୟୋତ୍ସର୍ଗ ର ମୂର୍ତ୍ତିମନ୍ତ ପ୍ରତୀକ ମାତା ସାବିତ୍ରୀବାଈ ଫୁଲେଙ୍କ 191 ତମ ଜନ୍ମ ଜୟନ୍ତୀ ରେ ସମସ୍ତ ଙ୍କୁ କ୍ରାନ୍ତିକାରୀ ଅଭିନନ୍ଦନ . ସାବିତ୍ରୀ ବାଈ ଫୁଲେ ଭାରତର ରାଷ୍ଟ୍ରମାତା , କ୍ରାନ୍ତିଯୌତି ପ୍ରଥମ ପ୍ରଧାନ ମହିଳା ଶିକ୍ଷୟତ୍ରୀ ଥିଲେ। ଏହା ସହିତ ସେ ଜଣେ କବି ଏବଂ ସାମାଜିକ ସଂସ୍କାରକ ମଧ୍ୟ ଥିଲେ | ସାବିତ୍ରୀବାଈ ଫୁଲେ 3 ଜାନୁଆରୀ 1831 ମସିହାରେ ଭାରତ ମହାରାଷ୍ଟ୍ରର ସାତାରା ଜିଲ୍ଳାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଖଣ୍ଡୋଜି ନେବସେ ପାଟିଲ ଏବଂ ମାତା ଲକ୍ଷ୍ମୀ ବାଈ ଥିଲେ।    ସାବିତ୍ରୀବାଇ 9 ବର୍ଷ ବୟସରେ 1846 ମସିହାରେ 12 ବର୍ଷୀୟ ଜୌତୀ ରାଓ ଫୁଲେଙ୍କ ସହିତ ବିବାହ କରିଥିଲେ । ଜୋଉତି ରାଓ ଫୁଲେ ସାବିତ୍ରୀ ବ...

ଧର୍ମ ଓ ବିଜ୍ଞାନ କିଏ ଆଗ ?

Image
ନମୋଃ ବୁଦ୍ଧାୟ ବନ୍ଧୁଗଣ  ଆଜି ଗୋଟିଏ ବହୁତ ସୁନ୍ଦର ପୋଷ୍ଟ ହୋଇଛି ଆପଣ ମାନଙ୍କ ଙ୍କୁ ନିଶ୍ଚୟ ଭଲ ଲାଗିବ  ଧର୍ମ ଓ ବିଜ୍ଞାନ କିଏ ଆଗ ?  ଏହି ପ୍ରଶ୍ନଟି ଶୁଣିବାକୁ ଜଟିଳ ଲାଗୁଛି । ଯେମିତି କି ପ୍ରଶ୍ନ ହେଉଛି  ମଞ୍ଜି ଆଗ ନା ଗଛ ? ଅଣ୍ଡା ଆଗ ନା କୁକୁଡ଼ା ?  ସେମିତି ଧର୍ମ ଆଗ ନା ବିଜ୍ଞାନ ? ଉତ୍ତର ର ଖୋଜିବା ସହଜ । ପ୍ରକୃତରେ ଦେଖିବାକୁ ଗଲେ , ପ୍ରଶ୍ନ ଗୁଡିକ ଅବାନ୍ତର । ଧର୍ମର ବ୍ୟାଖ୍ୟା ତ ସହଜ । ମଣିଷ , ପଶୁ , ନିଆଁ , ପାଣି ଓ ବାୟୁର ଧର୍ମ କଅଣ , ସମସ୍ତେ ଜାଣନ୍ତି । ଏଗୁଡିକ ନିଶ୍ଚିତ ଭାବେ ବିଜ୍ଞାନସମ୍ମତ ଓ ପ୍ରମାଣିତ । କାରଣ ଏହାର ଅର୍ଥ - ଗୁଣ ବା ଚରିତ୍ରକୁ ନେଇ ଧର୍ମ । ଯେକୌଣସି ଜୀବିତ ପ୍ରାଣୀର ଚରିତ୍ର ଏବଂ ନିର୍ଜୀବ ପଦାର୍ଥର ଗୁଣ ଜାଣିବାପାଇଁ ବିଜ୍ଞାନରେ ଅନେକ ଉପାୟ ଅଛି । ଏସବୁ କ୍ଷେତ୍ରରେ ଧର୍ମ ଓ ବିଜ୍ଞାନ କେହି ଆଗ ବା ପଛ ନୁହନ୍ତି ।  ଏହା ବିଜ୍ଞାନ ଆଧାରିତ ଧର୍ମ । ଅନ୍ୟ କ୍ଷେତ୍ରରେ ଯେଉଁଠି ଧର୍ମକୁ ଆଧ୍ୟାତ୍ମିକ ଜୀବନ ପଦ୍ଧତି ସହିତ ଯୋଡି ଦିଆଯାଉଛି , ସେଇଠି ବିଜ୍ଞାନ ଶହେକୋଶ ଦୂରକୁ ଚାଲିଯାଉଛି । ଆଧ୍ୟାତ୍ମିକ ଜ୍ଞାନ ଅନୁସାରେ , ଦୁନିଆର ସବୁକିଛି ଈଶ୍ବରଙ୍କ ଦ୍ବାରା ସୃଷ୍ଟି , ପରିଚାଳିତ ଓ ନିୟନ୍ତ୍ରତ ।  ଦୁନିଆର ସମସ୍ତ ଧର୍ମାବଲମ୍ବୀ ଲୋକ ଏହା କହୁଥିଲେ ମଧ୍ୟ ସେମାନଙ୍କ ଈଶ୍ବର , ଜୀବନଶୈଳୀ , ପୂଜାପଦ୍ଧତି ଓ କର୍ମକାଣ୍ଡ ପରସ୍ପର ଠାରୁ...