Posts

Showing posts from February, 2022

ଧର୍ମାଳୟରେ ନିଶା ସେବନ ଉଚିତକି ?

Image
  ଧର୍ମାଳୟରେ ନିଶା ସେବନ ଉଚିତକି ?  ଆଦିମ କାଳରୁ ମଣିଷ ସମାଜରେ ବିଭିନ୍ନ ପ୍ରକାର ନିଶା ସେବନ ଚାଲି ଆସିଛି । ନିଶା ଦ୍ରବ୍ୟ ମଣିଷ ଶରୀର ପାଇଁ ହାନିକାରକ ତତ୍ତ୍ବ ହୋଇଥିବାରୁ , ଏହାକୁ ସାମାଜିକ ସ୍ତରରେ ନିବାରଣ କିମ୍ବା ନିୟନ୍ତ୍ରଣ କରିବାକୁ ପ୍ରୟାସ ମଧ୍ୟ ଲାଗିରହିଛି ନିଶାସକ୍ତ ବ୍ୟକ୍ତିଙ୍କୁ ସମାଜ ଯଥୋଚିତ ସମ୍ମାନ ଦେଇନଥାଏ । ନିଶାଦ୍ରବ୍ୟର ଅପକାରିତା ସମ୍ପର୍କରେ ଡାକ୍ତର , ଶିକ୍ଷକ , ଗୁରୁଜନ ଓ ବିଭିନ୍ନ ସ୍ବୟଂସେବକ ସଂସ୍ଥା ଲୋକମାନଙ୍କୁ ସଚେତନ କରୁଛନ୍ତି । ନିଶା ସେବନ କରି ଘରେ ବା ବାହାରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ , ପୋଲିସ ଆଇନଗତ ପଦକ୍ଷେପ ନେଉଛନ୍ତି । ଏହିସବୁ ପ୍ରତିବନ୍ଧ ଯୋଗୁ , ନିଶା ସେବନ ସମ୍ପୂର୍ଣ୍ଣ ବନ୍ଦ ନହେଲେ ମଧ୍ୟ ନିୟଂତ୍ରଣ ଭିତରେ ରହୁଛି ।  ଏହାର ବିପରୀତ ଆମେ ଦେଖୁଛୁ , ସମାଜ ଦ୍ବାରା ସ୍ବୀକୃତ ଧାର୍ମିକ ବ୍ୟବସ୍ଥା , ନିଶା ସେବନକୁ ନିବାରଣ କରିବା ପରିବର୍ତ୍ତେ , ଖୋଲା ଖୋଲି ଭାବେ ଉତ୍ସାହିତ କରୁଛି । ଅଧିକାଂଶ ଧର୍ମସ୍ଥଳ , ଯେଉଁଠି ସ୍ବୟଂ ଦେବୀ - ଦେବତା ବାସ କରୁଛନ୍ତି ବୋଲି ସମସ୍ତଙ୍କର ବିଶ୍ଵାସ , ସେଇଠି ମଣିଷକୁ ଶାରୀରିକ ଓ ମାନସିକ ଭାବେ ପଙ୍ଗୁ କରିଦେବାଭଳି ନିଶାଦ୍ରବ୍ୟର ପ୍ରଚଳନ କାହିଁକି ଚାଲିଆସିଛି ?  ଏହାର ତର୍କ ସଂଗତ ଉତ୍ତର କାହାରି ପାଖରେ ନାହିଁ । ମଠ , ମନ୍ଦିର ଓ ଆଶ୍ରମମାନଙ୍କରେ ସଂସାର ତ୍ୟାଗୀ ତଥାକଥିତ ଧର୍ମଗୁର...

ଧାର୍ମିକ ମେଳା ଓ ପର୍ବ ବେଳେ ବିପଦ

Image
  ଧାର୍ମିକ ମେଳା ଓ ପର୍ବ ବେଳେ ବିପଦ  ଧାର୍ମିକ ମେଳା , ଯାତ୍ରା ଏବଂ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରୁଥିବାରୁ ଭାରତର ସାରା ଦୁନିଆରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଆମର ' ସଂସ୍କୃତି ' ତଥାକଥ୍ତ ଦେବୀ ଦେବତାଙ୍କ ପର୍ବ ପର୍ବାଣି ସହିତ ଓତପ୍ରୋତ ଭାବେ ଜଡିତ । ସେଥିପାଇଁ ଭାରତର ଜନତା ପର୍ବଗୁଡିକୁ ଆଗ୍ରହ ସହକାରେ ପାଳନ କରିବାକୁ ଅପେକ୍ଷା କରିଥାନ୍ତି ।  ପ୍ରତ୍ୟେକ ବ୍ୟକ୍ତିଙ୍କର ଆନ୍ତରିକ ଇଛା ଥାଏ ଯେ ପର୍ବ ଓ ମେଳାଗୁଡିକ ନିର୍ବିଘ୍ନରେ , ଶାନ୍ତି ଶୃଙ୍ଖଳା , ହର୍ଷ ଓ ଉଲ୍ଲାସ ସହିତ ସମ୍ପନ୍ନ ହେଉ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ କିମ୍ବା କୌଣସି ଦୁର୍ଘଟଣା ନ ଘଟୁ । ଦୁଃଖ ଓ ପରିତାପର ବିଷୟ ହେଉଛି - ଭାରତରେ ଆୟୋଜିତ ହେଉଥିବା ପ୍ରତ୍ୟେକଟି ଧାର୍ମିକ ମେଳାରେ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଏଇଟା ଅବଶ୍ୟ ସତ କଥା ଯେ ଯେଉଁଠି ଅସଂଖ୍ୟ ଆବାଳବୃଦ୍ଧବନିତାଙ୍କ ସମାବେଶ ହେବ , ସେଇଠି ସବୁ ପ୍ରକାର ଅବ୍ୟବସ୍ଥା ଦେଖାଯିବ । ମୂଖ୍ୟ ସମସ୍ୟାଗୁଡ଼ିକ ନିମ୍ନରେ ପ୍ରଦତ୍ତ ହୋଇଛି -  ( କ ) ଖାଦ୍ୟ - ମେଳାମାନଙ୍କରେ ଅଧିକ ଲାଭ ପାଇବାପାଇଁ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ହୋଟେଲ ମାଲିକମାନେ ଯଦିଓ ଆସ୍ତିକ ଶ୍ରେଣୀରେ ଗଣା ହୁଅନ୍ତି କିନ୍ତୁ ନିଜର ଅପକର୍ମପାଇଁ ଜମା ଅପରାଧବୋଧ ଅନୁଭବ କରନ୍ତିନାହିଁ । ( ଖ ) ସ୍ଥାନ - ଋତୁ ଓ ପାଗ ଅନୁସାରେ ଟାଣ ଖରା , ପ୍ରବଳ ବର୍ଷା...

ଯମପୁର ଭାରତରେ ହିଁ ଅଛି

Image
ହିନ୍ଦୁ ଧର୍ମର ମାନ୍ୟତା ପ୍ରାପ୍ତ ଅଷ୍ଟାଦଶ ପୁରାଣ ମଧ୍ୟରେ , ଗରୁଡ଼ ପୁରାଣର ଏକ ବିଶେଷ ମହତ୍ତ୍ୱ ରହିଛି । କାରଣ ମଣିଷ ନିଜ ଜୀବନ କାଳରେ , କରିଥିବା ପାପ ଓ ପୂଣ୍ୟ କର୍ମ ଅନୁସାରେ , ତା'ର ମୃତ୍ୟୁ ପରେ ନର୍କକୁ ଯାଇ , ଦଣ୍ଡ ଭୋଗ କିମ୍ବା ମୋକ୍ଷ ପ୍ରାପ୍ତ କରି ସ୍ବର୍ଗ ଭୋଗ କରିବା ଭଳି ବର୍ଣ୍ଣନା , ଏହି ପୁରାଣରେ ଉଲ୍ଲେଖ ଅଛି ।  ମଣିଷର ଅନେକ ପ୍ରକାର ଭୟ ମଧ୍ୟରୁ , ମୃତ୍ୟୁ ଭୟ ସବୁଠାରୁ ଯନ୍ତ୍ରଣା ଦାୟକ I ମୃତ୍ୟୁ ପରେ ମଣିଷକୁ ସମସ୍ତ ଭୟରୁ ମୁକ୍ତି ମିଳି ଯାଇଥିବା କଥା ସତ ବୋଲି ସମସ୍ତେ ଜାଣିଥିଲେ ବି ଦଣ୍ଡ ମିଳୁଥିବା କଥା ଶୁଣିଲେ ବଞ୍ଚିଥିବା ମଣିଷମାନେ ଏକ ଅହେତୁକ ଭୟ ମନରେ ସ୍ଥାପନ କରି ଆତଙ୍କିତ ହୋଇରହନ୍ତି ।  ଗରୁଡ ପୁରାଣକୁ ଯେଉଁ ସରଳ ବିଶ୍ବାସୀ ଲୋକମାନେ ପଢୁଛନ୍ତି କିମ୍ବା ଶୁଣିଛନ୍ତି , ସେମାନେ ପୁରାଣ ବର୍ଣ୍ଣିତ ତଥ୍ୟଗୁଡିକୁ କେତେ ଦୂର ବୁଝି ପାରୁଛନ୍ତି ତାହା ହିଁ ଏକ ବଡ଼ ପ୍ରଶ୍ନ ।  ଏଇଠି ଆମେ ମୂଳ ସଂସ୍କୃତ ଗରୁଡ଼ ପୁରାଣରୁ ପଣ୍ଡିତ ଶ୍ରୀ ଚନ୍ଦ୍ରଶେଖର ନନ୍ଦଙ୍କ ଦ୍ବାରା ପଦ୍ୟାନୁବାଦ ପୁସ୍ତକ ଉପରେ ମୁକ୍ତ ମନରେ ବିଚାର କରିବା । ଗରୁଡ଼ ପୁରାଣ ମୋଟ ଅଠର ଗୋଟି ଅଧ୍ୟାୟରେ ସମ୍ପୂର୍ଣ୍ଣ ହୋଇଛି ।  ପ୍ରଥମରୁ ଶେଷ ଅଧ୍ୟାୟ ପର୍ଯ୍ୟନ୍ତ , ଯେଉଁ ସବୁ ତଥ୍ୟ ଓ କାହାଣୀ ବର୍ଣ୍ଣନା କରାଯାଇଛି , ସେଗୁଡିକ ପଢିବାପରେ , ଆମଭଳି ସାଧାରଣ ଜ୍ଞାନ ରଖୁଥିବା କିଛି ମଣିଷମାନଙ୍କ ମନରେ , କି...

ସତୀଙ୍କ ନାମରେ ଶକ୍ତିପୀଠମାନଙ୍କ ରହସ୍ୟ

Image
ସତୀଙ୍କ ନାମରେ ଶକ୍ତିପୀଠମାନଙ୍କ ରହସ୍ୟ ଧର୍ମଶାସ୍ତ୍ର ମାନଙ୍କରେ ମହାଦେବ ଶିବଙ୍କ ପତ୍ନୀ ପାର୍ବତୀଙ୍କ ଅନେକ ନାମ ଉଲ୍ଲେଖ ଅଛି । ଦୁର୍ଗା , କାଳୀ ଓ ସତୀ ବି କୁହାଯାଏ । ସତୀଙ୍କ ନାମରେ ଭାରତ ଓ ସିଂହଳ ଦେଶରେ ଅନେକ ଶକ୍ତିପୀଠ ନିର୍ମାଣ ହୋଇଛି ।  ଶକ୍ତିପୀଠ ସମ୍ପର୍କରେ ବିଭିନ୍ନ ଗ୍ରନ୍ଥରେ ବିଭିନ୍ନ ପ୍ରକାର ମତ ରହିଛି । କେଉଁଠି ଲେଖା ଅଛି 108 ଗୋଟି ଶକ୍ତିପୀଠ , ଅନ୍ୟ ଗ୍ରନ୍ଥରେ 51 ଗୋଟି ରହିଛି । ଆଦିଶଙ୍କରାଚାର୍ଯ୍ୟଙ୍କ ମତରେ 18 ଗୋଟି ଶକ୍ତିପୀଠ ରହିଛି । ସମସ୍ତ ଶକ୍ତିପୀଠର ତାଲିକା ମଧ୍ୟ ରହିଛି । ଏଇଠି ତାଲିକା ଦେଲେ ପ୍ରବନ୍ଧଟି ଲମ୍ବା ହୋଇଯିବ । ଏହାର ଆବଶ୍ୟକତା ବି ନାହିଁ । ଶକ୍ତିପୀଠ ନିର୍ମାଣର ପ୍ରଚଳିତ କାହାଣୀ ନିମ୍ନରେ ବର୍ଣ୍ଣନା କରିବା ।  ମହାଭାରତ କାହାଣୀରେ ଦକ୍ଷପ୍ରଜାପତି ଗୋଟିଏ ଯଜ୍ଞ ଅନୁଷ୍ଠିତ କରିଥିଲେ । ସେ ତାଙ୍କର ସମସ୍ତ କନ୍ୟା ଓ ଜାମାତାଙ୍କୁ ଯଜ୍ଞରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଥିଲେ କିନ୍ତୁ ଜାଣିଶୁଣି ପାର୍ବତୀ ଓ ଶିବଙ୍କୁ ଡାକି ନଥିଲେ ।  ପାର୍ବତୀ ଏହି ଖବର ନାରଦଙ୍କଠାରୁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଏହାର କାରଣ ଜାଣିବାପାଇଁ ସେ ବାପଘରକୁ ଯିବାକୁ ଶିବଙ୍କ ଅନୁମତି ମାଗିଲେ । ଶିବ କହିଲେ ବିନା ନିମନ୍ତ୍ରଣରେ ଯିବା ଉଚିତ ନୁହେଁ ।  ପାର୍ବତୀ କିନ୍ତୁ ନମାନି ବାପଘରକୁ ଦୌଡ଼ି ଯାଇଥିଲେ । ପାର୍ବତୀଙ୍କୁ ଦେଖୁ ଦକ୍ଷପ୍ରଜାପତି ଆଦର ସମ୍ମାନ ଦେବା ବଦଳର...