Posts

अगर मैं ब्राह्मण हूं तो

Image
ब्राम्हण प्रिविलेज क्या है । इस लेख के वीडियो देखने के लिए नीचे दिया गया लिंक पर क्लिक करें और वीडियो देखेंhttps://youtu.be/00x1Q_NkTgQ अगर मैं ब्राह्मण हूं तो समाज में मुझे ज्यादा आदर मिलेगा और मेरे नाम के साथ जी या पंडित जोड़ा जाएगा । अगर मैं ब्राह्मण हूं तो मुझे देश की किसी भी हाउसिंग सोसाइटी में घर मिलने में दिक्कत नहीं होगी।  सारे पब्लिक स्पेस मेरे लिए खुले होंगे।  देशभर में हर जगह मेरे सांस्कृतिक अभिरुचि का भोजन परोसने वाले. रेस्टोरेंट्स मिल जाएंगे।  अगर मेरे पड़ोसी या को ट्रेलर को अचानक मेरी जाति का पता चल जाए तो इसकी वजह से वह मुझसे नफरत नहीं करेगा ज्यादा ही मुझे नीची निगाह से देखेगा । अगर मैं ब्राह्मण हूं तो ब्राह्मण मैट्रिमोनी डॉट कॉम में अपनी बेटी या बेटा की प्रोफाइल डालने के बावजूद मुझे जातिवादी नहीं माना जाएगा । अगर मैं ब्राह्मण हूं तो इस बात के काफी मौके हैं कि. यूनिवर्सिटी में एडमिशन के लिए होने वाले इंटरव्यू बोर्ड में मेरी जाति के लोग जरूर होंगे।  अगर मैं ब्राह्मण हूं और गरीब हो तो भी मेरी इज्जत समाज में बनी रहेगी।  एक गांव का एक गरी...

ମୁଁ ଯଦି ଜଣେ ବ୍ରାହ୍ମଣ

Image
ନମସ୍କାର ଜୟଭୀମ ନମୋ ବୁଦ୍ଧାୟ। ଏହି ଲେଖାଟି ର ଭିଡିଓ ଦେଖିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ଆଉ ଭିଡିଓ ଦେଖନ୍ତୁ https://youtu.be/00x1Q_NkTgQ ଯଦି ମୁଁ ଜଣେ ବ୍ରାହ୍ମଣ ତେବେ ମୁଁ ସମାଜରେ ଅଧିକ ସମ୍ମାନ ପାଇବି ଏବଂ ମୋର ନାମ ସହିତ ଗୋସାଇଁ ଜୀ କିମ୍ବା ପଣ୍ଡିତ ବୋଲି ଯୋଡା ହେବ | ଯଦି ମୁଁ ଜଣେ ବ୍ରାହ୍ମଣ, ତେବେ ଦେଶର କୌଣସି ଗୃହ ସମାଜରେ ଘର ପାଇବାରେ ଭଡ଼ା ପାଇଁ କିଛି ଅସୁବିଧା ହେବ ନାହିଁ।   ସମସ୍ତ ସର୍ବସାଧାରଣ ସ୍ଥାନ ମୋ ପାଇଁ ଖୋଲା ରହିବ | ଦେଶର ପ୍ରତ୍ୟେକ ସ୍ଥାନରେ ସାଂସ୍କୃତିକ ସୁସ୍ୱାଦର ଖାଦ୍ୟ ପରିବେଷଣ କରିବା ରେଷ୍ଟୁରାଣ୍ଟ ଉପଲବ୍ଧ ହୋଇଯିବ | ଯଦି ମୋର ପଡ଼ୋଶୀ କିମ୍ବା ଅନ୍ୟମାନଙ୍କୁ ହଠାତ୍ ମୋ ଜାତି ବିଷୟରେ ଜାଣିବାକୁ ମିଳେ, ତେବେ ସେ କେବଳ ମୋତେ ଘୃଣା କରିବେ ନାହିଁ, ବରଂ ମୋ ଉପରେ ଦୃଷ୍ଟି ଦେବେ | ଯଦି ମୁଁ ଜଣେ ବ୍ରାହ୍ମଣ, ତେବେ ମୁଁ ମୋ ଝିଅ କିମ୍ବା ପୁଅର ପ୍ରୋଫାଇଲକୁ ବ୍ରାହ୍ମଣମେଟ୍ରିମୋନି ଡଟ୍ କମ୍ ରେ ଅପଲୋଡ଼ କଲା ପରେ ମଧ୍ୟ ମୁଁ ଜାତିବାଦୀ ଭାବରେ ବିବେଚିତ ହେବି ନାହିଁ | ଯଦି ମୁଁ ଜଣେ ବ୍ରାହ୍ମଣ, ତେବେ ଏଥିରେ ବହୁତ ସମ୍ଭାବନା ଅଛି ଯେ ଯଦି କୌଣସି । ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ଇଣ୍ଟଭ୍ୟୁ ବୋର୍ଡରେ ନିଶ୍ଚିତ ଭାବରେ ମୋ ଜାତିର ଲୋକ ରହିଥିବେ | ଯଦିଓ ମୁଁ ଜଣେ ବ୍ରାହ୍ମଣ ଏବଂ ଗରିବ ହେଲେ ସୁଦ୍ଧା ମୋର ମାନ ସମ୍ମାନ ସମାଜରେ...

ହେତୁ ବାଦୀ ମାନଙ୍କ ଭାବନା କୁ ମଧ୍ୟ ଆହତ ହୁଏ

ହେତୁବାଦୀମାନଙ୍କ ମନ ମଧ୍ୟ ଆହତ ହୁଏ  ହେତୁବାଦୀମାନେ ଯେତେବେଳେ ଈଶ୍ବରଙ୍କ କାଳ୍ପନିକ ଅସ୍ତିତ୍ବ କିମ୍ବା ଧର୍ମ ଗ୍ରନ୍ଥରେ ଲେଖାଥିବା ଅସଂଖ୍ୟ ଅବୈଜ୍ଞାନିକ ଓ ଅବିଶ୍ୱାସନୀୟ କାହାଣୀ ଉପରେ ନିଜର ମତ ବ୍ୟକ୍ତ କରନ୍ତି କିମ୍ବା ନାଟକ ଓ ସିନେମା ମାଧ୍ୟମରେ ତର୍କ ସଙ୍ଗତ ବିଚାର ପ୍ରକଟ କରନ୍ତି , ସେତେବେଳେ ଆସ୍ତିକମାନଙ୍କ ଧାର୍ମିକ ଭାବନା ଆହତ ହୋଇଥାଏ ବୋଲି ପ୍ରତିବାଦ କରିଥାନ୍ତି । କିନ୍ତୁ କରିଥାଏ ? ଆପଣ ଜାଣନ୍ତି କି ? ଆସ୍ତିକମାନଙ୍କ କେଉଁ କେଉଁ କର୍ମ ଓ ଆଚରଣ ଯୋଗୁ ହେତୁବାଦୀମାନଙ୍କ ଭାବନାକୁ ଆହତ ସେଗୁଡିକର ନିମ୍ନ ଲିଖ୍ତ ଏକ ଲମ୍ବା ତାଲିକା ପ୍ରସ୍ତୁତ କରିହେବ ।  ୧ . ଯେତେବେଳେ ସଦ୍ୟ ବିଧବା ହୋଇଥିବା ସ୍ତ୍ରୀମାନଙ୍କୁ ସ୍ବାମୀର ଚିନ୍ତାନଳରେ ଜବରଦସ୍ତି ଶୁଆଇ ଦିଆ ଯାଉଥିଲା , ସେତେବେଳେ ହେତୁବାଦୀଙ୍କ ମନକୁ ଗଭୀରଭାବେ ଆହତ କରୁଥିଲା ।  ୨ . ଯେତେବେଳେ ସ୍ତ୍ରୀମାନଙ୍କୁ ଦେବଦାସୀ ରୂପେ ମନ୍ଦିର ଭିତରେ ଆଜୀବନ ଶୋଷଣ କରାଯାଉଥିଲା , ସେତେବେଳେ ହେତୁବାଦୀଙ୍କ ଭାବନାକୁ ଗଭୀର ଭାବେ ଆହତ କରୁଥିଲା ।  ୩ . ଯେତେବେଳେ ତାନ୍ତ୍ରିକମାନେ ନିଜର ତନ୍ତ୍ର - ମନ୍ତ୍ର ସାଧନା କରିବାପାଇଁ ନରବଳୀ ଦେଉଥିଲେ , ସେତେବେଳେ ହେତୁବାଦୀଙ୍କ ମନକୁ ଗଭୀର ଭାବେ ଆହତ କରୁଥିଲା ।  ୪ . ଯେତେବେଳେ ମୂଲ୍ୟବାନ ଘିଅ ଓ ଦୁଗ୍ଧ ମନ୍ଦିର ଭିତରେ ଅପବ୍ୟୟ ହେଉଛି , ଠାକୁରଙ୍କୁ ଛପନ ଭୋଗରେ ପୂଜା ହେଉଛି ଏବଂ ବାହାରେ...

ଦାତା ଓ ଦାତ୍ରି

Good morning friends ଜୟଭୀମ ନମୋ ବୁଦ୍ଧାୟ ଦାତା , ଆଉ ଦାତ୍ରୀ କାହାକୁ କୁହାଯାଏ  ଯେତେବେଳେ ଆମର ଶିକ୍ଷା ଅଧିକାର ନଥିଲା ସେତେବେଳେ ବିଦ୍ୟାଦାତା ବିଦ୍ୟାର ଭଣ୍ଡାର ଗଣେଷ ଓ ବିଦ୍ୟାଦାତ୍ରୀ ବ୍ରହ୍ମା ଙ୍କ ଝିଅ ବା ସ୍ତ୍ରୀ ବାଗେଶ୍ଵରୀ ମାତା ସରସ୍ୱତୀ କ'ଣ କରୁଥିଲେ ? ଯେ ଆମକୁ ଶିକ୍ଷାରୁ ବଞ୍ଚିତ ରଖାଯାଇଥିଲା। ଆଉ ଆମକୁ ଶିକ୍ଷା ଅଧିକାର ସେତେବେଳେ ମିଳିପାରିଲା ନାହିଁ । ଯେତେବେଳେ DR BR AMBEDKAR constitutional rights ମାଧ୍ୟମରେ ଶୁଦ୍ର ଓ ଅତି ଶୁଦ୍ର ମାନଙ୍କୁ ଶିକ୍ଷ୍ୟା ର ଅଧିକାର ଦେଲେ ବର୍ତ୍ତମାନ ର SC ST OBC ତାପରେ ଯାକ ଶିକ୍ଷା ର ଅଧିକାର ପାଇଲେ। ଏବେ ଆମେ କାହା ନିକଟରେ କୃତଜ୍ଞ ରହିବା ? ଯିଏ ଆମକୁ ଶିକ୍ଷା ଅଧିକାର ଦେଲା ନାହିଁ ତାହାକୁ କେମିତି ବିଦ୍ୟାର ଦାତା ବୋଲି କହିବା। ଆଉ ଏହି ତଥାକଥିତ ଗଣେଷ ସରସ୍ୱତୀଙ୍କର ପୂଜା କରିବା ଆମର ସମ୍ପତ୍ତିଗତ ଅଧିକାର ନଥିଲା । ଏହି ଅଧିକାର ପାଇବା ପରେ ବହୁ କଷ୍ଟ ସହି ପରିଶ୍ରମ କରି ଧନ ଉପାର୍ଜନ କଲା ପରେ ଆମେ ଧନଦାତ୍ରୀ ମାତା ମହାଲକ୍ଷ୍ମୀ କାହାକୁ କହିବା ? ଯେତେବେଳେ ଭୋକ ଉପାସରେ ମରୁଥିଲେ ସେତେବେଳେ ଏହି ଧନଦାତ୍ରୀ ମାତା ଅନ୍ନପୂର୍ଣ୍ଣା କ'ଣ କରୁଥିଲେ ? ଛଟପଟ ହୋଇ ନିଜର ପିଲାଛୁଆ ଭୋକ ଉପାସରେ ମରୁଥିଲେ ଏହି ଆମର ମା ଧନଦାତ୍ରି ମହାଲକ୍ଷ୍ମୀ କେଉଁଠି ଥିଲେ। କେବେ ଛପର ଫାଡି ଦେଇଥିଲେ କି ? ଯଦି ନୁହେଁ ତେବେ ଏମାନଙ୍କୁ ଆମେ ପୂଜା କର...

ସମାଜକୁ ସାଧୁ ସନ୍ୟାସୀ ମାନେ କେତେ ଆବଶ୍ୟକ?

Image
ସମାଜକୁ ସାଧୁ- ସନ୍ନ୍ୟାସୀ କେତେ ଆବଶ୍ୟକ ?  ଲେଖକ ହେତୁବାଦୀ ବାଲ୍ମୀକି Mobile 9482016260 ଏହି ଲେଖାର voice audio ଶୁଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ ଓପନ୍ କରନ୍ତୁ ଆଉ ଭିଡିଓ ଦେଖନ୍ତୁ https://youtu.be/CZyFRVfXxdU ଭାରତକୁ ମୁନି , ଋଷି , ଯୋଗୀ , ସାଧୁ , ସନ୍ନ୍ୟାସୀଙ୍କ ଦେଶ ବୋଲି ବହୁତ କାଳରୁ କୁହାଯାଉଛି । ଭାରତୀୟମାନେ ଏଥିପାଇଁ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି । ପ୍ରକୃତରେ ଏହି ଦେଶରେ ଯେତେ ବହୁତ ସଂଖ୍ୟାରେ ସାଧୁ , ସାଧବୀ , ସନ୍ନ୍ୟାସୀ , ସନ୍ନ୍ୟାସୀନୀ , ଯୋଗୀ , ଯୋଗିନୀ , ସ୍ବୟଂଭୂ ଭଗବାନ , ସ୍ବାମୀ , ବାବା , ମାତା , ତାନ୍ତ୍ରିକ , ଗୁଣିଆ , ଜ୍ୟୋତିଷ ଇତ୍ୟାଦି ରୂପରେ ଅଛନ୍ତି , ଅନ୍ୟ କୌଣସି ଦେଶରେ ସେତିକି ନାହାନ୍ତି । ସେଥିପାଇଁ ଭାରତୀୟ ଲୋକମାନେ ନିଜ ଦେଶକୁ ସର୍ବୋତ୍ତମ ବୋଲି ମାନୁଛନ୍ତି । ମୁନି - ଋଷିମାନଙ୍କ ଦ୍ବାରା ଦିଆ ଯାଉଥିବା ଆଧ୍ୟାତ୍ମିକ ଜ୍ଞାନକୁ ବିଶ୍ବର ଶ୍ରେଷ୍ଠ ଓ ଅନ୍ତିମ ଜ୍ଞାନ ବୋଲି ବିଶ୍ବାସ ବି କରୁଛନ୍ତି । ସାଧୁ - ସନ୍ଥମାନଙ୍କୁ ସମାଜର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଏବଂ ଆବଶ୍ୟକ ଅଙ୍ଗ ରୂପେ ମାନ୍ୟତା ପ୍ରାପ୍ତ ଅଛି । କାରଣ ଆରମ୍ଭରୁ ହିଁ ସେହିମାନେ ସମାଜକୁ ଦିଶା ପ୍ରଦର୍ଶନ କରୁଥିଲେ । ଧର୍ମକର୍ମ ସହିତ , ପୂଜା ପାଠ କରି , ଦାନ - ପୂଣ୍ୟ କଲେ , ପାପରୁ ମୁକ୍ତି ପ୍ରାପ୍ତ କରିବାର ଉପଦେଶ ଦେଇ ଆସୁଛନ୍ତି ।  ଭାରତର ଇତିହାସ ଓ ପୁରାଣ ଶ...

ଭଗବତ ଗୀତାର ପ୍ରେରଣା କେତେ ଲାଭ ଦାୟକ ?

Image
  ଭଗବତ ଗୀତାର ପ୍ରେରଣା କେତେ ଲାଭ ଦାୟକ ?  ହିନ୍ଦୁମାନଙ୍କର ଅନେକ ଧର୍ମଗ୍ରନ୍ଥ ମଧ୍ୟରୁ ଭଗବତ ଗୀତାକୁ ସର୍ବଶ୍ରେଷ୍ଠ ଏବଂ ପ୍ରଧାନ ଧର୍ମଗ୍ରନ୍ଥ ବୋଲି କୁହାଯାଇଛି । ଧାର୍ମିକ ଦୃଷ୍ଟିକୋଣରୁ ତ ଏହାକୁ ଅତ୍ୟନ୍ତ ମହିମା ମଣ୍ଡିତ କରାଯାଇଛି । ବୌଦ୍ଧିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଅନୁପମ ବୋଲି କୁହାଯାଏ । ଗୀତାରେ ଦିଆଯାଇଥିବା ଉପଦେଶ ମାଳାକୁ ବ୍ୟାଖ୍ୟା ଏବଂ ତାର ପ୍ରଭାବକୁ ବର୍ଣ୍ଣନା କରିବାପାଇଁ ଯେତିକି କଷ୍ଟ କରାଯାଉଛି , ସେଥୁରୁ ଅତି ସାମାନ୍ୟ ପରିଶ୍ରମ କରି ଯଦି ଗୀତାର ପ୍ରଭାବକୁ ପରୀକ୍ଷା କରିବା ପାଇଁ ବ୍ୟୟ କରାଯାଆନ୍ତା ତାହେଲେ ହୁଏତ ହିନ୍ଦୁ ସମାଜ ଆଜି ଏତେ ପଳାୟନବାଦୀ , ଅକର୍ମଣ୍ୟ , ଅଳସୁଆ ଏବଂ ପରିଣାମତ ଏତେ ପଛୁଆ ହୋଇ ନଥାନ୍ତା ।  ଗୀତା ମୁଖ୍ୟତଃ ସବୁ କିଛି ଈଶ୍ବରଙ୍କ ଭରସାରେ ଛାଡ଼ିଦେଇ ଆପେ ଆପେ ଯାହା ଘଟିଯିବ ସେଇଆକୁ ସମ୍ବଳକରି ଜୀବନ ଅତିବାହିତ କରିବାକୁ ପ୍ରେରଣା ଦିଏ । ଲୋକେ ଟଣା ଓଟରାକରି ଗୀତାର ଶ୍ଳୋକମାନଙ୍କରୁ କର୍ମର ପ୍ରେରଣା ବାହାର କରୁଛନ୍ତି । କେତେକ ଗୀତାକୁ କର୍ମ ସହିତ ସମ୍ବନ୍ଧ ଯୋଡିବା ପାଇଁ " କର୍ମଯୋଗ ' ନାମକ ଟୀକା , ଟିପ୍ପଣୀ ଲେଖୁଛନ୍ତି ।  କିନ୍ତୁ କଥାଟି ଅତି ସହଜ ଓ ସିଧା ଭାବେ ବିଚାର କଲେ ଜାଣିବା ଯେତେବେଳେ କୌଣସି ଲୋକକୁ ଜଣା ପଡିବ ଯେ ସେ ଯାହା କର୍ମକରିବ ତାର ଫଳଉପରେ ଆଦୌ ଅଧିକାର ରହିବ ନାହିଁ , ତେବେ ସେ ଉକ୍ତ କର୍ମ କରିବାପାଇଁ କାହିଁକି ମନ ବଳା...

ଧର୍ମାଳୟରେ ନିଶା ସେବନ ଉଚିତକି ?

Image
  ଧର୍ମାଳୟରେ ନିଶା ସେବନ ଉଚିତକି ?  ଆଦିମ କାଳରୁ ମଣିଷ ସମାଜରେ ବିଭିନ୍ନ ପ୍ରକାର ନିଶା ସେବନ ଚାଲି ଆସିଛି । ନିଶା ଦ୍ରବ୍ୟ ମଣିଷ ଶରୀର ପାଇଁ ହାନିକାରକ ତତ୍ତ୍ବ ହୋଇଥିବାରୁ , ଏହାକୁ ସାମାଜିକ ସ୍ତରରେ ନିବାରଣ କିମ୍ବା ନିୟନ୍ତ୍ରଣ କରିବାକୁ ପ୍ରୟାସ ମଧ୍ୟ ଲାଗିରହିଛି ନିଶାସକ୍ତ ବ୍ୟକ୍ତିଙ୍କୁ ସମାଜ ଯଥୋଚିତ ସମ୍ମାନ ଦେଇନଥାଏ । ନିଶାଦ୍ରବ୍ୟର ଅପକାରିତା ସମ୍ପର୍କରେ ଡାକ୍ତର , ଶିକ୍ଷକ , ଗୁରୁଜନ ଓ ବିଭିନ୍ନ ସ୍ବୟଂସେବକ ସଂସ୍ଥା ଲୋକମାନଙ୍କୁ ସଚେତନ କରୁଛନ୍ତି । ନିଶା ସେବନ କରି ଘରେ ବା ବାହାରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ , ପୋଲିସ ଆଇନଗତ ପଦକ୍ଷେପ ନେଉଛନ୍ତି । ଏହିସବୁ ପ୍ରତିବନ୍ଧ ଯୋଗୁ , ନିଶା ସେବନ ସମ୍ପୂର୍ଣ୍ଣ ବନ୍ଦ ନହେଲେ ମଧ୍ୟ ନିୟଂତ୍ରଣ ଭିତରେ ରହୁଛି ।  ଏହାର ବିପରୀତ ଆମେ ଦେଖୁଛୁ , ସମାଜ ଦ୍ବାରା ସ୍ବୀକୃତ ଧାର୍ମିକ ବ୍ୟବସ୍ଥା , ନିଶା ସେବନକୁ ନିବାରଣ କରିବା ପରିବର୍ତ୍ତେ , ଖୋଲା ଖୋଲି ଭାବେ ଉତ୍ସାହିତ କରୁଛି । ଅଧିକାଂଶ ଧର୍ମସ୍ଥଳ , ଯେଉଁଠି ସ୍ବୟଂ ଦେବୀ - ଦେବତା ବାସ କରୁଛନ୍ତି ବୋଲି ସମସ୍ତଙ୍କର ବିଶ୍ଵାସ , ସେଇଠି ମଣିଷକୁ ଶାରୀରିକ ଓ ମାନସିକ ଭାବେ ପଙ୍ଗୁ କରିଦେବାଭଳି ନିଶାଦ୍ରବ୍ୟର ପ୍ରଚଳନ କାହିଁକି ଚାଲିଆସିଛି ?  ଏହାର ତର୍କ ସଂଗତ ଉତ୍ତର କାହାରି ପାଖରେ ନାହିଁ । ମଠ , ମନ୍ଦିର ଓ ଆଶ୍ରମମାନଙ୍କରେ ସଂସାର ତ୍ୟାଗୀ ତଥାକଥିତ ଧର୍ମଗୁର...