କେଉଁ କଥା ଫସର ଫସା ? ଢଗ ଢମାଳି
ନମସ୍କାର ବନ୍ଧୁଗଣ ନୁଆ ବର୍ଷର ଶୁଭକାମନା ଓ ଶୁଭେଚ୍ଛା 2020/2021 ତ ସମସ୍ତଙ୍କୁ ସୁଖ ଦୁଃଖ ଆଉ ଶୋକ ରେ ଦେଇଚାଲୀଗଲା 2 022ରେ ଆଣପ ଆଉ ଆପଣଙ୍କ ର ଶପରିବାରଙ୍କ ପାଇଁ ମଙ୍ଗଳ କାମନା କରୁଛି କେଉଁ କଥା ଫସର ଫସା ? ତଗ ତମାଳି ଓକିଲ ଯେବେଟି ନଜାଣେ ଫାନ୍ଦି ନୂଆ ବୋହୂ ଯେବେ ନଜାଣେ ରାନ୍ଧି।। ଚାକର ନଜାଣେ ଚାଟୁ ବଚନ। ଯେତେ ଗୁଣି ହେଲେ ସେ ଅକାରଣ। ଘୁଷୁରିକି କାହିଁ ପାଚିଲା କଦଳୀ ଅନ୍ଧହସ୍ତେ ରତ୍ନ ମୁଦି , ପେଚା ଚଢ଼େଇକି ସୁବର୍ଣ୍ଣ ପଞ୍ଜୁରୀ କୋରଡ଼ ସୁମରୀ କାନ୍ଦି ।। ପାଇକ ହୋଇ ଚରଣ ଫାଟୁଆ । ଅନ୍ଧହସ୍ତେ ହୋଇ ଚାଲଇ ମଠୁଆ।। ଗାୟକ ହୋଇ କଣ୍ଠ ମୋଟୁଆ । କହେ ଦନେଇ ଏ ଛୋଟପଣିଆ ।। ତନ୍ତୀ ହୋଇ ଯେବେ ଖାଇଲା ନିଶା । ଚଷା ହୋଇ ଯେବେ ଖେଳିଲା ପଶା ।। ଯୋଦ୍ଧା ହୋଇ ଯେବେ ରଖୁଲା ବେଶ୍ୟା । ବେଉଷା ତାଙ୍କର ଫସଲ ଫସା ।। ଫୁଲ ହୋଇ ଯେବେ ନଥାଏ ବାସ। ଫୁଲାଣିଆ ଯେବେ ହୁଏ ନରେଶ ।। ଫନ୍ଦା କରି ଯେବେ କରଇ ହେଳା । କହେ ଦନାଇ ତା ବୁଡ଼ିଲା ଭେଳା ।। ନଦୀ ହୋଇ ଯେବେ ନଥାଏ ଜଳ । ଗ୍ରାମ ହୋଇ ନାହିଁ ଗୋଳ ଚହଳ । ଯୁବାସ୍ତରୀ ମୁଣ୍ଡେ ନଥାଏ ବାଳ। କହେ ଦନେଇ ଏକଥା ନିଷ୍ଫଳ ।। ପରଶୁଣୀ ହୋଇ ସଭାରେ ଖଣ୍ଡେ। ରାଣ୍ଡ ହୋଇ ଯଦି ଦେହକୁ ମଣ୍ଡେ ।। ଦବ ଦବ ବୋଲି ନିଜତି ଭଣ୍ଡେ । ଏ ତିନିଜଣଙ୍କୁ ଦଇବ ଦଣ୍ଡେ ।।...