ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ
ହିନ୍ଦୁ ଶବ୍ଦର ଐତିହାସିକ ତଥ୍ୟ
ବର୍ତ୍ତମାନ ଭାରତରେ ହିନ୍ଦୁ ଶବ୍ଦକୁ ନେଇ ଅନେକ ପ୍ରକାର ବାଦ - ବିବାଦ ଚାଲିଛି ।
ହିନ୍ଦୁ ଏକ ଧର୍ମ ଓ ତା'ର ସଂସ୍କୃତି ହେଉଛି ହିନ୍ଦୁ ସଂସ୍କୃତି ବୋଲି ବହୁଳ ଭାବେ ପ୍ରଚାର ଚାଲିଛି ।
ଆମର ହିନ୍ଦୁ ଧର୍ମ ଓ ହିନ୍ଦୁ ସଂସ୍କୃତି ବର୍ଗମାନ ଧ୍ଵଂସ ହେବାକୁ ଯାଉଥିବା କଥା ମଧ୍ୟ ପ୍ରଚାର ହେଉଛି ।
ଏହାକୁ ସାଧାରଣ ଲୋକ ନିଜର ଅସ୍ଥିତାର ପ୍ରଶ୍ନ ଭାବେ ମଧ୍ୟ ନେଉଛନ୍ତି ।
କିନ୍ତୁ ଆମ ଦେଶର ବିଦ୍ବାନ ଓ ପଣ୍ଡିତମାନେ ମାନିଲେଣି ଏକ ଧର୍ମ ନୁହେଁ ବରଂ ଏହା ଏକ ଜୀବନପଦ୍ଧତି ।
ମାନନୀୟ ସୁପ୍ରିମକୋର୍ଟ ମଧ୍ୟ ଏହା କହିଛନ୍ତି ।
ଆସନ୍ତୁ ଦେଖିବା - ହିନ୍ଦୁ ଶବ୍ଦର ଅସଲ ଅର୍ଥ ଓ ଆରମ୍ଭର ଇତିହାସ । ପ୍ରଥମେ ଆମେ ଦେଖିବା ଆମର ବହୁମାନ୍ୟ ଧର୍ମଶାସ୍ତ୍ରମାନଙ୍କରେ କେଉଁଠି ହିନ୍ଦୁଶବ୍ଦଟି ଅଛି ?
ପଣ୍ଡିତମାନେ ହିଁ କହୁଛନ୍ତି - କେଉଁଠି ମଧ୍ୟ ନାହିଁ ।
ବେଦ , ଉପନିଷଦ , ମନୁସଂହିତା , ରାମାୟଣ , ମହାଭାରତ , ଗୀତା , ଭାଗବତ ଓ ଅନ୍ୟାନ୍ୟ ପୁରାଣରେ ହିନ୍ଦୁ ଶବ୍ଦର ଉଲ୍ଲେଖ ନାହିଁ ।
ଧର୍ମ ଶାସ୍ତ୍ରରେ ଆର୍ଯ୍ୟ ଶବ୍ଦର ବହୁଳ ବ୍ୟବହାର ହୋଇଛି ।
ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କୁ ଆର୍ଯ୍ୟପୁତ୍ର , ମହାଭାରତର ସମସ୍ତ ମହାନାୟକମାନଙ୍କୁ ( କେବଳ କୃଷ୍ଣଙ୍କ ବ୍ୟତୀତ ) ଆର୍ଯ୍ୟ ବୋଲି ଉଲ୍ଲେଖ ଅଛି । ଅର୍ଥାତ ସେତେବେଳେ ହିନ୍ଦୁ ନୁହେଁ ଆର୍ଯ୍ୟବର୍ଗ ଧର୍ମ ଥିଲା ।
ଏଇଠି ପ୍ରଶ୍ନ ଉଠୁଛି - ପୌରାଣିକ ଧର୍ମଗ୍ରନ୍ଥମାନଙ୍କରେ ତ ବିଭିନ୍ନ ଦେବୀ - ଦେବତା , ମାନବ ଦାନବ , ପଶୁ - ପକ୍ଷୀ , ଆକାଶ - ପାତାଳ , ସ୍ବର୍ଗ - ନର୍କ , ଆତ୍ମା - ପରମାତ୍ମା ଇତ୍ୟାଦି ବିଷୟରେ ଅନେକ କିଛି ଲେଖାଯାଇଛି କିନ୍ତୁ ହିନ୍ଦୁ ଧର୍ମର ନାମ ଲେଖା ଯାଇନାହିଁ କାହିଁକି ?
ତେଣୁ ପ୍ରଶ୍ନ ଉଠୁଛି - ଆମ ଧର୍ମର ନାମ ହିନ୍ଦୁଧର୍ମ ହେଲା କିପରି ?
ଇତିହାସ ଅନୁସାରେ ଗତ 1030 ମସିହାରେ ଯେତେବେଳେ ମହମ୍ମଦ ଗଜନୀ ଭାରତକୁ ଆସିଥିଲା , ତା ' ସହିତ ପାର୍ଶୀ ଐତିହାସିକ ' ' ଅଲବେରୁଣି ' ' ମଧ୍ୟ ଆସିଥିଲା ।
ସେସମୟର ଭାରତୀୟ ଲୋକମାନଙ୍କ ଦେହର କଳାରଙ୍ଗ ,
ସେମାନଙ୍କର ରହଣୀ ଶୈଳୀ ଓ ଜାତିପ୍ରଥା ଯୋଗୁ ନୀଚଜାତି ପ୍ରତି ହେଉଥିବା ଅସଭ୍ୟ ବ୍ୟବହାର ଦେଖ୍ ' ଅଲବେରୁନି ' ସେମାନଙ୍କୁ ପ୍ରଥମେ ହିନ୍ଦୁ ଲୋକ ବୋଲି ସମ୍ବୋଧନ କରିଥିଲା ।
ହିନ୍ଦୁ ଶବ୍ଦ ପାର୍ଶୀ ଭାଷାକୋଷ " ଗୟାଶୂଲସୌଗତ ' ରୁ ଆସିଛି ।
ଯାହାର ଶାବ୍ଦିକ ଅର୍ଥ ହେଉଛି “ କାଲା ଚୋର , ଡାକୁ , ରାହାଯାନ , ଗୋଲାମ , କାଫେର ଓ ଅସଭ୍ୟ । ”
ହିନ୍ଦୁ ଶବ୍ଦର ଅର୍ଥ ଆରବୀ ଓ ଉର୍ଦୁ ଭାଷାକୋଷରେ ମଧ୍ୟ ଏକାଭଳି ଲେଖାଯାଇଛି । ସେତେବେଳେ ମୋଗଲମାନଙ୍କର ଭାରତୀୟ ଲୋକମାନଙ୍କ ପ୍ରତି ଥିବା ଘୃଣ୍ୟ ତଥା ନିକୃଷ୍ଟ ମନୋଭାବର ଏହା ହେଉଛି ଜ୍ଵଳନ୍ତ ଉଦାହରଣ ।
ହିନ୍ଦୁ ଶବ୍ଦ ଅପମାନ ସୂଚକ ଗାଳି ହୋଇଥିଲେ ମଧ୍ୟ କେତେକ ପଣ୍ଡିତ ଅପ୍ରିୟ ସତ୍ୟକୁ ଏଡାଇ ଦେବାକୁ ଯୁକ୍ତି କରି କହିଲେ -
ସିନ୍ଧୁ ନଦୀ କୂଳରେ ବାସକରୁଥିବା ଲୋକମାନଙ୍କୁ ସେମାନେ ସିନ୍ଧୁ ପରିବର୍ତ୍ତେ ହିନ୍ଦୁ କହୁଥିଲେ , କାରଣ ସେମାନେ ' ସ ' କୁ ' ହ ' ଉଚ୍ଚାରଣ କରୁଥିବାରୁ ସିନ୍ଧୁକୁ ହିନ୍ଦୁ କହିଲେ ।
ଏହି ତର୍କ ଆଦୌ ଠିକ ନୁହେଁ । କାରଣ ତାଙ୍କ ଭାଷାକୋଷରେ ଅସଂଖ୍ୟ ' ସ ' ଜଡିତ ଶବ୍ଦ ମଧ୍ୟ ଅଛି ।
ସେମାନେ ପାର୍ଶୀକୁ ତ ' ପାରହି ' , ମୁସଲମାନକୁ ' ମୁହଲମାନ ' ଶରୀୟତକୁ ' ହରିୟତ ' , ମସଜିଦକୁ ' ମହଜିଦ ' ସିନ୍ଧୁଘାଟିକୁ ' ହିନ୍ଦୁଘାଟୀ ' କହୁ ନାହାନ୍ତି ।
ଅନ୍ୟ ଏକ ଉଦାହରଣ :
ସେତେବେଳେ ବ୍ରାହ୍ମଣ ସମାଜ । ହିନ୍ଦୁ ବୋଲି ମଧ୍ୟ ମାନୁ ନଥିଲେ ।
ଏହାର ପ୍ରମାଣ - ଆର୍ଯ୍ୟ ଧର୍ମର ପ୍ରବର୍ତ୍ତକ , ସ୍ଵାମୀ ଦୟାନନ୍ଦ ସରସ୍ବତୀ ' ସତ୍ୟାର୍ଥ ପ୍ରକାଶ " ରେ ଲେଖିଲେ -
ହିନ୍ଦୁ ଶବ୍ଦ ସଂସ୍କୃତ ଶବ୍ଦ ନୁହେଁ ।
ଏହା ମୋଗଲମାନଙ୍କ ଦ୍ବାରା ଦିଆଯାଇଥିବା ଏକ ଅପମାନ ସୂଚକ ଗାଳି ।
ଏଥୂପାଇଁ ଆମେ ନିଜକୁ ହିନ୍ଦୁ କହିବା ଉଚିତ ନୁହେଁ ।
ଆମେ ଆର୍ଯ୍ୟ ଏବଂ ଆମର ଧର୍ମ ହେଉଛି ଆର୍ଯ୍ୟବର୍ତ ଧର୍ମ ।
ଆମେ ନିଜକୁ ଆର୍ଯ୍ୟ ବୋଲି କହିବା ଉଚିତ । " ସେ ନିଜେ ନୈଷ୍ଠିକ ବ୍ରାହ୍ମଣ ହୋଇ ମଧ୍ୟ ନିଜକୁ ହିନ୍ଦୁ ବୋଲି ସ୍ବୀକାର କରିନଥିଲେ ।
ଦ୍ଵିତୀୟ ଉଦାହରଣ : - ଇତିହାସ କହୁଛି - ଯେତେବେଳେ ମୋଗଲମାନଙ୍କ ଦ୍ବାରା ଭାରତୀୟ ଅଣ - ମୁସଲମାନ ଏବଂ ହିନ୍ଦୁ ଲୋକମାନଙ୍କ ଉପରେ ଜିଜିଆ କର ଲାଗୁ ହେଲା , ସେତେବେଳେ ବ୍ରାହ୍ମଣ ସମାଜ ଜିଜିଆ କର ଦେବାକୁ ମନାକଲେ । ସେମାନେ ଯୁକ୍ତି କରି କହିଲେ – “ ଆମେ ହିନ୍ଦୁ ନୁହେଁ ।
ଆମେ ମଧ୍ୟ ତୁମମାନଙ୍କ ଭଳି ବିଦେଶୀଲୋକ । ଆମେ ଆର୍ଯ୍ୟ ଶାସକ ଭାବେ ତୁମମାନଙ୍କଠାରୁ ବହୁ ଆଗରୁ ଏଠାକୁ ଆସିଛୁ । ତେଣୁ ଆମେ ଜିଜିଆ କର ଦେବୁନାହିଁ ।
ମୋଗଲ ଶାସକ ଏହାକୁ ମାନି ସେମାନଙ୍କୁ ଜିଜିଆ କରରୁ ମୁକ୍ତ ରଖିଲେ । ମୋଗଲମାନଙ୍କ ଶାସନ ସମାପ୍ତ ହେବାପରେ , ଇଂରେଜମାନଙ୍କ ଶାସନ କାଳରେ 1918 ମସିହାରେ ବ୍ରାହ୍ମଣମାନେ ପ୍ରଥମେ ନିଜକୁ ହିନ୍ଦୁ ବୋଲି ଘୋଷଣାକଲେ । କହିଲେ - ' ଆସ ଆମେ ଗର୍ବର ସହ କହିବା ' ଆମେ ହିନ୍ଦୁ ' ।
ସେତେବେଳେ ସେମାନେ ହୁଏତ ହିନ୍ଦୁ ଶବ୍ଦର ପ୍ରକୃତ ଅର୍ଥ ବୁଝି ନଥୁଲେ କିମ୍ବା କୌଣସି ରାଜନୈତିକ କୁଟନୀତି ଯୋଗୁ କିମ୍ବା ହିନ୍ଦୁ ଏକ ଅପଭ୍ରଂଶ ଶବ୍ଦ ଭାବି ଏହାକୁ ସ୍ବୀକାର କରିଥିଲେ ଜାଣିବା କଷ୍ଟ ।
ମଜା କଥା ହେଉଛି - ହିନ୍ଦୁ ଏକ ମହାନ ଜାତି ବୋଲି ଦାବି କରୁଥିବା ଯେକୌଣସି ହିନ୍ଦୁ ଲୋକଙ୍କୁ ଆପଣଙ୍କ ଜାତି କ'ଣ ବୋଲି ପଚାରିଲେ , ଉତ୍ତର ମିଳିବ - ମୁଁ ବ୍ରାହ୍ମଣ , ମୁଁ କାରଣ , ମୁଁ ଖଣ୍ଡାୟତ , ମୁଁ ବଣିଆ , ମୁଁ ବଢ଼େଇ , ମୁଁ ବାରିକ , ମୁଁ ଧୋବା ଇତ୍ୟାଦି ।
କେହି କିନ୍ତୁ କହୁନାହାନ୍ତି ଯେ ମୁଁ ହିନ୍ଦୁଜାତିର ଲୋକ । ସେହି ପ୍ରଶ୍ନ ଅନ୍ୟ ଧର୍ମର ଲୋକମାନଙ୍କୁ ପଚାରିଲେ , ସେମାନେ ନିଜର ପରିଚୟ ବୌଦ୍ଧ , ଜୈନ , ପାର୍ଶୀ , ମୁସଲମାନ , ଖ୍ରୀଷ୍ଟିୟାନ ବୋଲି ଉତ୍ତର ଦିଅନ୍ତି ।
କାରଣ ସେମାନଙ୍କର ଏତେ ସଙ୍ଖ୍ୟାରେ ଜାତିନାହିଁ ।
ଏଇଠି ଆଉ ଗୋଟିଏ ବିଚାର ଯୋଗ୍ୟ ତଥ୍ୟ ହେଉଛି - ପୁରାତନ କାଳରେ ଏହି ଦେଶର ଜଣେ ‘ ଭରତ ’ ନାମକ ରାଜାଙ୍କ ନାମ ଅନୁସାରେ ଦେଶର ନାଁ ଭାରତବର୍ଷ ଦିଆଯାଇଥିଲା ।
ଏବେ ବି ଆମେ ସମସ୍ତେ ନିଜକୁ ଭାରତୀୟ ବୋଲି କହୁଛୁ ।
ପୁଣି ବେଳେବେଳେ ଦେଶର ନାଁ ' ହିନ୍ଦୁସ୍ଥାନ " କିମ୍ବା ' ' ଇଣ୍ଡିଆ ' ' ବୋଲି କାହିଁକି କହୁଛନ୍ତି ?
ଆମେ ' ' ହିନ୍ଦୁସ୍ଥାନୀ ' ' କିମ୍ବା ଆମେ ' ଇଣ୍ଡିଆନ " ବୋଲି କାହିଁକି କହୁଛନ୍ତି ?
ଇଣ୍ଡିଆ ଶବ୍ଦର ଅର୍ଥ ଇନ୍ଦ୍ରନଦୀ ( ସିନ୍ଧୁ ନଦୀ ) ନାମରୁ ସୃଷ୍ଟି ହୋଇଛି ବୋଲି ସମସ୍ତେ ଯୁକ୍ତି କରୁଛନ୍ତି ।
କେତେବେଳେ ସିନ୍ଧୁ ଅପଭ୍ରଂଶ ହୋଇ ହିନ୍ଦୁ ହୋଇ ଯାଉଛି ତ କେତେବେଳେ ଇନ୍ଦୁରୁ ଇଣ୍ଡିଆ ହୋଇଯାଉଛି ।
ଇତିହାସ କହୁଛି - ଇଣ୍ଡିଆ ଶବ୍ଦ ଆମେରିକାର ଲୋକମାନେ ବ୍ୟବହାର କରିଛନ୍ତି । ପରିତାପର ବିଷୟ ହେଉଛି ଯେ ଏହି ଦୁଇଟିଯାକ ଶବ୍ଦ ବିଦେଶୀ । ତେଣୁ ପ୍ରଶ୍ନ ଉଠୁଛି - ଆମ ଦେଶର ଦେଶୀ ଶବ୍ଦ ' ଭାରତ ' କୁଆଡେ ଗଲା ?
ବିଦେଶୀ ଧର୍ମ ଓ ବିଦେଶୀ ସଂସ୍କୃତିକୁ ଆକଣ୍ଠ ଘୃଣା କରୁଥିବା ଆମ ଦେଶର ମହାମହିମ ଧର୍ମଗୁରୁ ଓ ରାଜନେତାମାନେ ଏହି ଦୁଇଟି ଶବ୍ଦକୁ , ଦେଶରୁ ବହିଷ୍କାର କରିବାକୁ ସାହସ କରିପାରୁ ନାହାନ୍ତି କାହିଁକି ?
ଆମ ଦେଶର ଅନେକ ରାଜ୍ୟ ଏବଂ ସ୍ଥାନର ନାମ ତ ପରିବର୍ତ୍ତନ ହୋଇ ପାରୁଛି , ଦେଶର ନାମ ପରିବର୍ତ୍ତନ ହୋଇ ପାରିବନାହିଁ କାହିଁକି ?
ଦ୍ୱିତୀୟରେ - 1900 ଶତାବ୍ଦୀରେ ପ୍ରକାଶିତ Oxford English Dictionary , Page 789 ରେ ଇଣ୍ଡିଆର ଅର୍ଥ " Poor , Old fashioned , Criminal people " ବୋଲି ଲେଖା ଅଛି । ଏହା ଯଦି ସତ , ତେବେ ଆମ ଦେଶର ନାମକୁ ପରିବର୍ତ୍ତନ କରି , ' ଭାରତ ' କିମ୍ବା ' ଭାରତ ବର୍ଷ ' ରଖୁଲେ ଅସୁବିଧା କଅଣ ହେବ ?
ଏଇଠି ପୁଣି ପ୍ରଶ୍ନ ଉଠୁଛି - ବିଦେଶରୁ ଆସିଥିବା ବ୍ରାହ୍ମଣମାନେ ଯଦି ଆର୍ଯ୍ୟ ଏବଂ ଏଠିକା ଅଧ୍ୟାବାସୀ ଯଦି ମୂଳନିବାସୀ କିମ୍ବା ଦ୍ରାବିଡ଼ , ତେବେ ହିନ୍ଦୁ କିଏ ? ଆଦିମ କାଳରୁ ମୁନି ଋଷିମାନେ ଯେଉଁ ‘ ସନାତନ ’ ଧର୍ମକୁ ଦୁନିଆର ଶ୍ରେଷ୍ଠ ଧର୍ମ ବୋଲି କହି ଆସୁଥିଲେ , ଆଧୁନିକ ଯୁଗରେ ତାହା ହିନ୍ଦୁ ଧର୍ମରେ ପରିଣତ ହୋଇଗଲା କିପରି ?
ହିନ୍ଦୁ ଯଦି ଧର୍ମ ନୁହେଁ ତାକୁ ନେଇ ଏତେ ହୋ - ହାଲା ହେଉଛି କାହିଁକି ?
ଧର୍ମକୁ ନେଇ ରାଜନୀତି କରୁଥିବା ଏବଂ ବ୍ୟବସାୟ କରୁଥିବା ନ୍ୟସ୍ତସ୍ବାର୍ଥ ଲୋକମାନଙ୍କର ଏହା ଏକ କୁଟୀଳ ଚକ୍ରାନ୍ତ କହିଲେ ଭୁଲ ହେବ କି ?
ମୋଗଲ ଏବଂ ଇଂରେଜମାନଙ୍କ ଦ୍ବାରା ଦିଆଯାଇଥିବା ଗାଳି ଶବ୍ଦ ଗୁଡିକୁ ଯଦି ଆମେ ତିରସ୍କାର ନକରି ସ୍ଵୀକାର କରିବା , ' ଗୋଲାମ ' ଓ ' ଗରିବ ' ଶବ୍ଦକୁ ନିଜ କପାଳରେ ଚନ୍ଦନଟୀକା ଭଳି ଲଗେଇ ଗର୍ବ ଅନୁଭବ କରିବା , ତେବେ ଦୁନିଆ ଆମର ମୂର୍ଖତା ଦେଖ୍ ଉପହାସ କରିବ ନାହିଁ କାହିଁକି ?
ଆମ ଦେଶର ସ୍ବାଭିମାନ କୁଆଡେ ଗଲା ? ଦୁଃଖ ଓ ପରିତାପର ବିଷୟ ହେଉଛି ଯେ ଭାରତୀୟମାନେ ପ୍ରାୟ ଅଢେଇହଜାର ବର୍ଷ ଧରି ମୋଗଲ ଓ ଇଂରେଜମାନଙ୍କ ଦ୍ବାରା ଗୋଲାମ ରହି , ସ୍ବାଧୀନ ହେବାପରେ ମଧ୍ୟ ଆମ ମଥାରୁ " ଗୋଲାମ " ର କଳଙ୍କ ଲିଭିନାହିଁ ।
ହିନ୍ଦୁ ଅର୍ଥାତ " ଗୋଲାମ " ଏବଂ ଇଣ୍ଡିଆ ଅର୍ଥାତ " ଗରିବ " ଶବ୍ଦକୁ ଗର୍ବର ସହିତ ଆମେ ଆପଣେଇ ରଖୁଛୁ । . ଜଣେ ଅତ୍ୟାଧୁନିକ ହିନ୍ଦୁପ୍ରେମୀଯୁବକ ଯୁକ୍ତିକରି କହିଲେ – ନାମରେ କ'ଣ ଅଛି ?
ଆମେ ହିନ୍ଦୁ ନାମରେ ଦୁନିଆରେ ପରିଚିତ । ତେଣୁ ଏହାକୁ ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ । ସେ ହୁଏତ ଭାବୁଛନ୍ତି - ହିନ୍ଦୁ ବଦଳରେ ଅନ୍ୟ କିଛି ନାମ ହେଲେ ଆମକୁ ଦୁନିଆ ଚିହ୍ନି ପାରିବନାହିଁ । ସେ ବୁଝି ନାହାନ୍ତି ଯେ ନାମର ମହତ୍ତ୍ଵ କେତେ ?
ଗୋଟିଏ ଅପମାନ ସୂଚକ ଗାଳିକୁ ଯିଏ ନିଜର ଗୌରବ ବୋଲି ଭାବିବ , ତେବେ ତାଙ୍କୁ ଆଉ କ'ଣ କହିବା ?
ଏହା ହେଉଛି ଜଡ଼ ମାନସିକତା । ଧର୍ମର ନାମଟି ଯାହା ଯେମିତି ଅଛି , ଭଲ ହେଉ କି ମନ୍ଦ , ସେମିତି ଥାଉ । ପୁରୁଣା ଦିନରେ ଆମ ବାପା ଓ ମାଆ ବାଛି ବାଛି ସୁନ୍ଦର ଅର୍ଥ ଥିବା ନାମ ଗୁଡିକୁ ତାଙ୍କର ପିଲାମାନଙ୍କୁ ଦେଉଥିଲେ ।
ଆଜିକାଲି ଅତ୍ୟାଧୁନିକ ବାପା ଓ ମାଆମାନେ ନିଜର ପିଲାଙ୍କ ନାମ ଅର୍ଥହୀନ ଓ ସହଜରେ ଉଚ୍ଚାରଣ କରି ହେଉନଥିବା ନାମ ଦେଉଛନ୍ତି ।
ପଚାରିଲେ କହୁଛନ୍ତି -- “ ଆମ ପିଲାଙ୍କ ନାମ ସ୍ବତନ୍ତ୍ର ( Special ) ହେବା ଦରକାର । ହିନ୍ଦୁ ଦେବୀ - ଦେବତାଙ୍କୁ ରାତିଦିନ ସ୍ମରଣ କରୁଥିବା , ସେହି ଭଦ୍ର ଲୋକମାନେ କହୁଛନ୍ତି - ପିଲାଙ୍କୁ ପୁରୁଣା କାଳର ଦେବୀ ଦେବତାଙ୍କ ନାମ ଦେଲେ ପିଲା ଆଧୁନିକ ହୋଇପାରିବ ନାହିଁ । ପିଲାମାନେ ମଧ୍ୟ ସେଇ ପୁରୁଣା କାଳିଆ ନାମ ପସନ୍ଦ କରୁନାହାନ୍ତି ।
ସେମାନଙ୍କର ମାନସିକ ରୋଗିଲା ପଣକୁ ମାନିବାକୁ ପଡିବ । ପରିତାପର ବିଷୟ ହେଉଛି ଯେ ଆଜିର ସମୟରେ ହିନ୍ଦୁ ଶବ୍ଦର ଅସଲ ଅର୍ଥ ଜାଣିନଥିବା ଲୋକମାନେ ତଥାକଥ୍ତ ହିନ୍ଦୁଧର୍ମର ରକ୍ଷକ ସାଜି , ଅଣହିନ୍ଦୁ ଏବଂ ହେତୁବାଦୀମାନଙ୍କ ପ୍ରତି ତୀବ୍ର ଅସହିଷ୍ଣୁତା ପ୍ରଦର୍ଶନ କରୁଛନ୍ତି ।
ସେମାନେ ଟିକିଏ ଶାନ୍ତ ଚିତ୍ତରେ ବସି ନିଜକୁ ଏହି ପ୍ରଶ୍ନ କରିବା ଉଚିତ ଯେ ମୁଁ ଯଦି ହିନ୍ଦୁ ନୁହେଁ , ତେବେ ହିନ୍ଦୁଧର୍ମ ପ୍ରତି ଏତେ ସମ୍ବେଦନଶୀଳ କାହିଁକି ?
ଉପରୋକ୍ତ ସମସ୍ତ ତଥ୍ୟ ଗୁଡିକରେ ଯଦି ଭୁଲ ବା ତୃଟି ଥାଏ , ଆମର ସୁଧୀ ପାଠକମାନଙ୍କୁ ବିନୀତ ଅନୁରୋଧ , ସେମାନେ ଭୁଲ ସୁଧାରିବା ପାଇଁ ଉପଯୁକ୍ତ ପ୍ରମାଣ ସହ ମୋତେ ସାହାଯ୍ୟ କରନ୍ତୁ । ଜୟ ଭାରତ ।
ମୁଳ ଲେଖା ହେତୁ ବାଦି ବାଲ୍ମୀକି ନାୟକ
ଜୟ ଭିମ୍ ନମୋଃ ବୁଦ୍ଧାୟ ବନ୍ଧୁଗଣ
Jai bheem Namah budhaya
ReplyDeleteChal achhe ak number..
ReplyDelete