ଯୋଗ କେତେ ଉପଯୋଗୀ ?



ଯୋଗ କେତେ ଉପଯୋଗୀ ? 

ମୁନି , ଋଷିଙ୍କ ଯୁଗପରେ ପରାଧୀନ ଭାରତରେ ଲୋକମାନେ ଶାରୀରିକ ଓ ମାନସିକ ଗୋଲାମୀର ସନ୍ତାପ ଭୋଗ କରୁଥିବା ବେଳେ ଯୋଗାଭ୍ୟାସ କରିବା ପ୍ରାୟ ଭୁଲି ଯାଇଥିଲେ । ଦେଶ ସ୍ବାଧୀନ ହେବାପରେ ହିଁ କିଛି ହିନ୍ଦୁ ଧର୍ମଗୁରୁଙ୍କ ପ୍ରଭାବ ବିସ୍ତାର ଲାଭକଲା । ସେହି ସମୟରେ କେତେଜଣ ସାଧୁ , ସନ୍ୟାସୀ ଯୋଗାଭ୍ୟାସକୁ ପ୍ରଚାର କଲେ । ତଥାପି ଯୋଗକୁ ବହୁଳ ଭାବେ ପ୍ରଚାର କରିବା ସମ୍ଭବ ପ୍ରଚଳନ ଯୋଗୁ , ଟିଭି ମାଲିକ ଓ ହୋଇନଥିଲା । ଗତ କିଛି ବର୍ଷ ତଳେ ଟେଲିଭିଜନର ଯୋଗଗୁରୁମାନଙ୍କର ପରସ୍ପର ବୁଝାମଣା ହୋଇ , ସାଧାରଣ ଲୋକମାନଙ୍କୁ ଯୋଗ ଓ ପ୍ରାଣାୟାମ ସମ୍ପର୍କରେ ସୂଚନା ପ୍ରସାରଣ କରାଗଲା ।

 ଏହି ସମୟରେ ବାବା ରାମଦେବ ଆଗରୁ ଅଭ୍ୟାସ କରିଥିବା ହଠଯୋଗକୁ ବିଭିନ୍ନ ଶୈଳୀରେ ଟିଭି କ୍ୟାମେରା ଆଗରେ ପ୍ରଦର୍ଶନ କଲେ । ଏହି ଦୃଶ୍ୟ ଦର୍ଶକମାନଙ୍କୁ ଖୁବଶୀଘ୍ର ପ୍ରଭାବିତ କଲା । ଯୋଗର ଲାଭ ସମ୍ପର୍କରେ ବାବା ରାମଦେବଙ୍କ ଦ୍ବାରା ଏକ ମହତ୍ତ୍ଵ ପୂର୍ବ ସୂଚନା ଦିଆଗଲା ଯେ ଯୋଗ ସାଧନା ଦ୍ବାରା ସମସ୍ତ ପ୍ରକାର ବ୍ୟାଧୁରୁ ମୁକ୍ତ ହୋଇପାରିବ । 

ଟିଭି ଦର୍ଶକମାନଙ୍କ ଭିତରେ ଯୋଗପ୍ରତି ପ୍ରବଳ ଉତ୍କଣ୍ଠା ଜାତହେଲା । ବାବା ରାମଦେବ ରାତାରାତି ବିଖ୍ୟାତ ହୋଇଗଲେ । କୃଷକ ଓ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ବ୍ୟତୀତ , ମାନସିକ ପରିଶ୍ରମ କରୁଥିବା ଏବଂ କିଛି ବି କାମ କରୁନଥିବା ଅଳସୁଆ ଲୋକଙ୍କ ଭିତରେ ଯୋଗ କରିବାପାଇଁ ସତେ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଗଲା । ସମସ୍ତେ ଯୁଦ୍ଧସ୍ତରରେ ଯୋଗ ସ୍ଥଳମାନଙ୍କୁ ଦୌଡ଼ିଲେ । ରାମଦେବଙ୍କ ଦ୍ବାରା ପ୍ରଦର୍ଶିତ ଆସନ ଓ ମୁଦ୍ରା ସମସ୍ତଙ୍କୁ ସହଜ ସାଧନ ଭଳି ଲାଗିଲା । ରାମଦେବ କହିଲେ - 
ପ୍ରତିଦିନ ନିୟମିତ ଭାବେ କିଛିସମୟ ଯୋଗ ଓ ପ୍ରାଣାୟାମ କଲେ ସୁସ୍ଥ ଲୋକ ବେମାର ହେବନାହିଁ ଏବଂ ବେମାର ହୋଇଥିବା ଲୋକ ଆରୋଗ୍ୟ ଲାଭ କରିବ । ସାଧାରଣ ସରଳ ବିଶ୍ବାସୀ ମଣିଷମାନଙ୍କୁ ଅଧିକ କ'ଣ ବା ଦରକାର ? ' ସ୍ବାସ୍ଥ୍ୟ ହିଁ ସମ୍ପଦ ' ଯୋଗଦ୍ବାରା ଯଦି ସ୍ବାସ୍ଥ୍ୟ ରୂପକ ସମ୍ପଦ ମାଗଣାରେ ମିଳିଯିବ ତ ଆଉ ଚିନ୍ତା କଅଣ ? ସେଥ୍ପାଇଁ ଦେଖାଗଲା ଛୋଟରୁ ବଡ଼ ପର୍ଯ୍ୟନ୍ତ ନିଜଘରେ ଟିଭି ଆଗରେ ବସି ଯୋଗାଭ୍ୟାସ କଲେ । ଆଉ କେତେକ ଘର ବାହାରେ , ପାର୍କରେ , ଖେଳପଡ଼ିଆରେ , ବଗିଚାରେ ଏପରିକି ରାସ୍ତାକଡର କୌଣସି ପୋଲ ଉପରେ ବସି ଯୋଗ ମୁଦ୍ରା କରିବାକୁ ଲାଗିଲେ । ସବୁଆଡେ ଯୋଗର ଚର୍ଚ୍ଚା ହେଲା । ଦେଶର ବାତାବରଣ ଯୋଗମୟ ହୋଇଗଲା । 
ଯୋଗାଭ୍ୟାସ ଦ୍ବାରା ଆଧ୍ୟାତ୍ମିକ ମାର୍ଗରେ କିଏ କେତେ ଦୂର ଆଗେଇଛି , କିଏ ମୋକ୍ଷ ପ୍ରାପ୍ତକରି ସ୍ବର୍ଗସୁଖ ଭୋଗ କରିଛି - ସେକଥା କେବଳ ସେହିମାନେ ହିଁ କହି ପାରିବେ ,

 ଯେଉଁମାନେ ଯୋଗକୁ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ କରିବାର ଉତ୍କୃଷ୍ଟ ସାଧନ ବୋଲି ବିଶ୍ବାସର ସହ ଦାବି କରୁଛନ୍ତି । ଆମର ସେଥିପାଇଁ କୌଣସି ଆପତ୍ତିନାହିଁ । ତେଣେ ଚିକିତ୍ସା ବୈଜ୍ଞାନୀଙ୍କ ପକ୍ଷରୁ ଯୋଗାଭ୍ୟାସ ଦ୍ବାରା ରୋଗମୁକ୍ତ ହେବାର ଦାବି ମିଥ୍ୟା ଓ ପ୍ରବଞ୍ଚନା ବୋଲି ପ୍ରମାଣିତ ହେଲାଣି । କିଛିଦିନ ଟିଭିରେ କିଛି ସରଳ ଯୋଗମୁଦ୍ରା ଯଥା : କପାଳଭାରି , ଅନୁଲୋମ ବିଲୋମ ଓ ଭ୍ରାମରୀ ଆଦି ଯୋଗମୁଦ୍ରା ଅଭ୍ୟାସ କରିବାକୁ କହିଲେ । ଏହା ଦ୍ଵାରା ଶରୀରର ଓଜନ କମିଯିବ , ଦୃଷ୍ଟିଶକ୍ତି ଠିକ ହୋଇଯିବ ଏବଂ ମଧୁମେହ ରୋଗ ମଧ୍ୟ ଠିକ ହୋଇଯିବ ବୋଲି ଦୃଢ଼କଣ୍ଠରେ ଦାବିକଲେ । ଲୋକମାନେ ପ୍ରତିଦିନ କ୍ରମାଗତ ଭାବେ ଚାରି , ଛ ' ମାସ ପର୍ଯ୍ୟନ୍ତ ସବୁ ଯୋଗମୁଦ୍ରା ଅଭ୍ୟାସ କରି ମଧ୍ୟ ମଧୁମେହ ରୋଗ ଦୂର ହେବା ତ ଦୂରର କଥା , କାହାରି ଓଜନ କମିଲା ନାହିଁ , କିମ୍ବା କାହାରି ଆଖୁରୁ ଚଷମା ଓହ୍ଲେଇଲା ନାହିଁ । 

ମଜାକଥା ହେଉଛି ଯେ ବାବା ନିଜର ଯୋଗ ଶିବିରମାନଙ୍କରେ ଶହ ଶହ ସଂଖ୍ୟାରେ ଭାଗନେଇଥିବା ଲୋକମାନଙ୍କ ଭିତରୁ ଜଣେ ଠିଆ ହୋଇ କହନ୍ତି - ' ବାବା ଧନ୍ୟ ହୋ - । - ମୁଁ ମାତ୍ର ପନ୍ଦର ଦିନ ଯୋଗକରି ଚାରି କିଲୋ ଓଜନ କମେଇ ପାରିଛି । ଆଉଜଣେ ଠିଆହୋଇ କହନ୍ତି - ବାବା ମାତ୍ର ମାସେ ଯୋଗ କରିବା ପରେ ମୁଁ ଆଉ ଚଷମା ପିନ୍ଧିବା ଦରକାର ପଡୁନି । ଆଉ ଜଣେ ଦାବି କରନ୍ତି - ମୋର Blood Sugar ଆଶାତୀତ ଭାବେ Control ହୋଇ ଯାଇଛି । " ଏହି ସବୁ ଦୃଶ୍ୟ ଟିଭିରେ ପ୍ରସାର ହେଉଥିଲା । ନିଜ ଘରେ ଅଭ୍ୟାସ କରୁଥିବା ଲୋକମାନେ , ଏହାଦେଖୁ ସନ୍ଦେହରେ ପଡିଗଲେ ଯେ ଯୋଗ ଶିବିରରେ ଲୋକମାନେ ତ ଠିକ ହେଉଛନ୍ତି ମୋର କାହିଁକି ହେଉନି ? କାଳେ ଯୋଗାଭ୍ୟାସରେ କିଛି ତୃଟି ରହିଯାଉଛି ? ଏହାଭାବି ଆଗରୁ ମାଗଣାରେ ଟିଭି ଦେଖି , ଯୋଗ ଶିଖୁଥିବା ଲୋକମାନେ , ବାବାଙ୍କ ଯୋଗ ଶିବିରକୁ ଯାଇ ହଜାର ହଜାର ଟଙ୍କାର ଟିକଟ କାଟି ଯୋଗାଭ୍ୟାସ କଲେ । ତଥାପି ଲୋକମାନେ ନିରାଶ ହେଲେ । କାହାରି କିଛି ଫାଇଦା ହେଲାନି । ଏଥିରୁ ଲୋକମାନଙ୍କ ମନରେ ବାବା ରାମଦେବଙ୍କ ଯୋଗ ପ୍ରତି ସନ୍ଦେହ ଜାତ ହେଲା । ଟିଭିରେ ଯେଉଁମାନେ କହୁଥିଲେ " ଆମେ ଯୋଗଦ୍ୱାରା ଆରୋଗ୍ୟ ହୋଇଛୁ ' , ସେମାନେ ଅଭିନୟ କରୁଥିବା ଟିଭି କଳାକାର ନୁହନ୍ତି ତ ? 
ବାବା ଏଥର କହିଲେ – ' ' ଖାଲି ଯୋଗ କଲେ ରୋଗ ଭଲ ହେବନାହିଁ । ତା'ସହିତ ମୁଁ ତିଆରିକରିଥିବା ଶୁଦ୍ଧ ଆୟୁର୍ବେଦିକ ଔଷଧ ମଧ୍ୟ ସେବନ କରିବାକୁପଡିବ । ” ପ୍ରଚାର କଲେ ଯେ ପ୍ରତିଦିନ 

ସକାଳୁ ଗୋଟିଏ ଗ୍ଲାସ କଞ୍ଚା ଲାଭରସ ସେବନ କଲେ ମଧୁମେହ ରୋଗ ଶୀଘ୍ର ଭଲ ହୋଇଯିବ । ଏହା ଶୁଣି ସାରା ଭାରତର ରୋଗୀମାନେ ଲାଭରସ ପିଇବା ଆରମ୍ଭ କରିଦେଲେ । ଲାଉ ଏକ ଶସ୍ତାପରିବା ଥିଲା ଭାରତରେ । ହଠାତ ଲାଉ ମହଙ୍ଗା ହୋଇଗଲା । ପ୍ରତି ଗଳି ଓ ପାର୍କ ଆଗରେ ଚାହା ଦୋକନଭଳି ଲାଭରସ ଦୋକାନ ଖୋଲିଗଲା । ଲାଉକୁ ଘୃଣା କରୁଥିବା ଲୋକମାନେ , ନାକ ବନ୍ଦକରି ଲାଭରସ ପିଇବାରେ ଲାଗିଲେ । ତାହା ମଧ୍ୟ ଫେଲ ମାରିଲା । ବର୍ତମାନ ଆଉ କେହି କଞ୍ଚା ଲାଭରସ ପିଉଥିବା ଦେଖାଯାଉନି । 

ପରବର୍ତୀ ସମୟରେ ବାବା ରାମଦେବ ନିଜର ଯୋଗ ଶିବିର ଛାଡି , କେବଳ ଔଷଧ ତିଆରି କରିବାପାଇଁ ଅତ୍ୟାଧୁନିକ ଯନ୍ତ୍ର ଲଗାଇ କାରଖାନା ବସେଇଲେ । ତାଙ୍କର ବାର୍ଷିକ ଆର୍ଥିକ ସମୃଦ୍ଧି କେତେ ବୃଦ୍ଧି ପାଇଲାଣି ତାହା କାହାକୁ ଅଜଣା ନୁହେଁ । ବର୍ତମାନ ଲୋକେ କହୁଛନ୍ତି – “ ସେ ବାବା ରାମଦେବ ନା ସେଠ ରାମଦେବ ? ' ଅନ୍ୟାନ୍ୟ ସବୁ ଯୋଗଗୁରୁଙ୍କ ଅବସ୍ଥା ମଧ୍ୟ ସେଇୟା । ଯୋଗ କର , କିନ୍ତୁ ତା ସହିତ ଔଷଧ ମଧ୍ୟ ଖାଅ । 

ଏଇଠି ପ୍ରଶ୍ନ ଉଠୁଛି - ଯଦି ଔଷଧ ନଖାଇଲେ ରୋଗ ଭଲ ହେବନି , ତେବେ ଯୋଗ କରିବା ଆବଶ୍ୟକ କଅଣ ? ଯୋଗ କରୁନଥିବା ଲୋକମାନେ ମଧ୍ୟ କେବଳ ଔଷଧ ସେବନ କରି ହିଁ ରୋଗମୁକ୍ତ ହୋଇ ପାରୁଛନ୍ତି । ଯୋଗ ଯଦି ସବୁ ରୋଗକୁ ଭଲ କରିପାରେ , ତେବେ ଔଷଧର ଆବଶ୍ୟକତା କଅଣ ? 

ଯୋଗ ଭାରତର ଛଅଟି ଦର୍ଶନଶାସ୍ତ୍ର ମଧ୍ୟରୁ ଗୋଟିଏ ଦର୍ଶନ । ଖ୍ରୀ.ପୂ .1200 ଠାରୁ ଖ୍ରୀ.ପୂ .2500 ପର୍ଯ୍ୟନ୍ତ ଭାରତରେ , ଛଅଟି ପ୍ରାଚୀନ ଦର୍ଶନଶାସ୍ତ୍ର ସମୟ ସମୟରେ ଜନ୍ମ ନେଇଥିଲା । ସେଗୁଡିକ ହେଉଛି - ନ୍ୟାୟ , ବୈଶେଷିକ , ମୀମାଂସା , ଯୋଗ , ସାଂଖ୍ୟ ଓ ବେଦାନ୍ତ । ବାସ୍ତବରେ ସମସ୍ତ ଦର୍ଶନ , ମାନବ ଇତିହାସରେ ପଦାର୍ଥବାଦୀ ରୁପକୁ ପ୍ରକଟ କରୁ କରୁ କର୍ମକାଣ୍ଡ ଓ ବିରୁଦ୍ଧ ମତ ପାଲଟି ଯାଇଛି । ସମାଜରେ ସମ୍ପୂର୍ଣ ଇତିହାସ - ଉତ୍ପାଦନ , ବଣ୍ଟନ ଏବଂ ଉପଭୋଗ କରିବାର ସିଦ୍ଧାନ୍ତ ଉପରେ ନିର୍ଭର କରୁଛି । ଏଥ୍‌ପାଇଁ ମୀମାଂସା ଦର୍ଶନ ପର୍ଯ୍ୟନ୍ତ ସମାଜ ତିନୋଟି ଗୋଡ଼ରେ ( ଧର୍ମ , ଅର୍ଥ ଓ କାମ , ଅର୍ଥାତ ଉତ୍ପାଦନ କରିବା , ବଣ୍ଟନ କରିବା ଏବଂ ଉପଭୋଗ କରିବା ) ଠିଆ ହୋଇଥିବା କଥା ମାନୁଥିଲେ । କିନ୍ତୁ କିଛି ବର୍ଷପରେ ଏହାକୁ ବିଭ୍ରାନ୍ତ କରି ପ୍ରଚାର କରାଗଲା ଯେ ଏହାର ଚତୁର୍ଥ ଗୋଡଟିଏ ମଧ୍ୟ ଅଛି । ତାହା ହେଉଛି ' ମୋକ୍ଷ ' । ଶେଷ ଗୋଡ଼ଟି ଜାତକରି ୟାକୁ ଆତ୍ମାର ମୋକ୍ଷ ସହିତ ଯୋଡି ଦିଆଗଲା । ଏହାପରେ ଧର୍ମଗୁରୁମାନଙ୍କ ଦ୍ବାରା ଭକ୍ତମାନଙ୍କୁ ଶୋଷଣ କରିବା ବାଟ ସହଜରେ ଖୋଲିଗଲା । କିଛି ଧୂଇଁ ଲୋକ ଯୋଗଗୁରୁ ସାଜି ଯୋଗକୁ , କାମଚୋର ଲୋକଙ୍କର ମତ ବନେଇଦେଲେ । ସେମାନେ 
ଅନ୍ୟ ସବୁ ଉତ୍ପାଦନ ମୂଳକ କାମ ଛାଡି , ରାତିଦିନ କେବଳ ହଠଯୋଗ ଅଭ୍ୟାସ କଲେ । ଏହାଦ୍ବାରା ସେମାନେ କୌଣସି ଏକ ବା ଅନେକ ଅଙ୍ଗ ଦ୍ବାରା ବିଶେଷ କ୍ରିୟା କରିପାରିବାର ଦକ୍ଷତା ହାସଲ କରିପାରିଲେ । ହଠ ଯୋଗୀମାନଙ୍କ ପାଖରେ ଅଭୂତ ଦୈବୀଶକ୍ତି ରହିଥିବାର ଭ୍ରମ ଧାରଣା ଲୋକମାନଙ୍କ ମନରେ ଅଛି । ଯୋଗ ଦ୍ବାରା ଅଧ୍ୟାତ୍ମଜ୍ଞାନ ଓ ମୋକ୍ଷ ପ୍ରାପ୍ତି କରିବାର ଏକ ଅବୈଜ୍ଞାନିକ ବିଶ୍ବାସ ମଧ୍ୟ ରହିଛି । ଧୂରେ ଧିରେ ସହଜ ଯୋଗ ସମାପ୍ତ ହୋଇଗଲା ଏବଂ ହଠଯୋଗ ହିଁ ଆଜି ଭଲ ବ୍ୟବସାୟ କରୁଛି । ଆଚାର୍ଯ୍ୟ ପତଞ୍ଜଳି ଯୋଗଶାସ୍ତ୍ରର ସଂସ୍ଥାପକ ରୂପେ ମାନ୍ୟତା ପାଇଛନ୍ତି । ତାଙ୍କ ଅନୁସାରେ " ଚିତ୍ତ ବୃତ୍ତିକୁ ସ୍ଥିର ରଖୁବା ହେଉଛି ଯୋଗ । ସେ ପ୍ରଥମେ ଆତ୍ମସଞ୍ଜମ ତଥା ବୈରାଗ୍ୟକୁ ସ୍ଥାନ ଦେଲେ । ଦ୍ୱିତୀୟରେ ୟମଃ , ନିୟମ , ଆସନ , ପ୍ରାଣାୟାମ , ପ୍ରତ୍ୟାହାର , ଧ୍ୟାନ , ଧାରଣ ଓ ସମାଧ୍ 
( ଅଷ୍ଟାଙ୍ଗ ମାର୍ଗ ) କୁ ସ୍ଥାନ ଦେଲେ । ତୃତୀୟରେ ଯୋଗର ବିଭୁତି , ଚତୁର୍ଥରେ ଯୋଗର ଫଳ ( ମୋକ୍ଷ ଓ ମୁକ୍ତି ) କୁ ସ୍ଥାନ ଦେଲେ । କିନ୍ତୁ ବର୍ତ୍ତମାନ ଏସବୁ କେତେଦୂର ପାଳନ କରାଯାଉଛି ? 

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଯୋଗର ଆନ୍ତରିକ ଭାବକୁ କେତେଜଣ ବୁଝି ପାରୁଛନ୍ତି ? ଯୋଗଶାସ୍ତ୍ର ପଢି ବୁଝିବା ଭଳି ଜ୍ଞାନ ନାହିଁ କିମ୍ବା ଯୋଗଗୁରୁଙ୍କ ପାଖରେ ରହି ଯୋଗ ଶିକ୍ଷା କରିବା ପାଇଁ ସମୟ ନାହିଁ । ତେଣୁ ଯାହି ତାହି ଯୋଗାସନ କେତୋଟି ଅଭ୍ୟାସ କରିଦେଇ , ଶରୀରକୁ ସୁସ୍ଥ ରଖିବାର ପ୍ରଚାର ଦେଖ୍ ଲୋକମାନେ ଯୋଗସ୍ଥଳକୁ ହଜାର ହଜାର ଟଙ୍କାର ଟିକଟ କାଟି ଯାଉଛନ୍ତି । ଏହା ଏକ ସୁନ୍ଦର ଓ ଲାଭପ୍ରଦ ବ୍ୟବସାୟରେ ପରିଣତ ହୋଇଗଲାଣି । 
ବାସ୍ତବରେ ଜଣେ ସୁସ୍ଥ ଲୋକ ଶାରୀରିକ ବ୍ୟାୟାମ ସହିତ ଯଦି ଯୋଗାଭ୍ୟାସ କରିବ , ତେବେ ତାଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ , ଶରୀରର ଅସ୍ଥି ଓ ମାଂସପେଶୀ ସୁଦୃଢ଼ ହେବ । ଯେଉଁମାନଙ୍କୁ ଏଡ଼ସ , କ୍ୟାନସର , କୁଷ୍ଠ , ହୃଦରୋଗ , ରକ୍ତଚାପ , ମଧୁମେହ ଆଦି ରୋଗ ଆକ୍ରାନ୍ତ କରିଛି , ସେମାନେ ଔଷଧ ସେବନ ନକରି , ଯେତେ ପ୍ରକାରେ ଯୋଗ ବା ପ୍ରାଣାୟାମ କଲେ ମଧ୍ୟ , ଆଦୌ ଭଲ ହେବନାହିଁ । ଲୋକମାନେ ବୁଝିବା ଉଚିତ ଯେ - ଯୋଗ ଏକ ରୋଗ ପ୍ରତିଷେଧକ କ୍ରିୟା , ରୋଗ ନିବାରକ କ୍ରିୟା ନୁହେଁ । ଯେଉଁମାନଙ୍କ ପାଖରେ ଧନ , ସମୟ ଓ ଧୈର୍ଯ୍ୟ ଅଛି , ସେମାନେ ଶରୀରକୁ ସୁସ୍ଥ ରଖିବା ପାଇଁ , କୌଣସି ଯୋଗ୍ୟ ଯୋଗଗୁରୁଙ୍କ ପାଖକୁ ଯାଇ ଯୋଗ ଶିକ୍ଷା କରନ୍ତୁ । ଅଧା ଅଧୁରା ଜ୍ଞାନ ରଖୁଥିବା ଯୋଗଗୁରୁମାନଙ୍କ ଠାରୁ ଯୋଗ ଶିଖ୍ ବିଗିଡି ଯାଇଥିବା ଅଙ୍ଗକୁ ଠିକ କରିବା ପାଇଁ ହୁଏତ ଡାକ୍ତରଙ୍କ ପାଖକୁ ଯିବାକୁ ପଡିପାରେ । 

ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ

Comments

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ