କର୍ମ ସିଦ୍ଧାନ୍ତ ଓ ସମାଜ ଗଠନ

 

କର୍ମ ସିଦ୍ଧାନ୍ତ ଓ ସମାଜ ଗଠନ

 ମଣିଷ ସମାଜପାଇଁ କିଛି ଗୁରୁତ୍ବ ପୃଷ୍ଠି ପ୍ରଶ୍ନ ହେଉଛି - ଗୋଟିଏ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ କିଏ ଦାୟୀ ? କିଏ ଏହି ବ୍ୟବସ୍ଥା ତିଆରି କରିଛି ? ଏଥ୍‌ରେ ସମୟାନୁସାରେ ପରିବର୍ତ୍ତନ କିପରି ଆସେ ? କିଏ ଏହି ପରିବର୍ତ୍ତନ କରେ ?

 ଏହିସବୁ ପ୍ରଶ୍ନର ଦେବାକୁ ଦୁନିଆର ଅନେକ ଦାର୍ଶନିକ , ସମାଜଶାସ୍ତ୍ରୀ , ଐତିହାସିକ ଏବଂ ଧର୍ମଗୁରୁମାନେ ନିଶ୍ଚୟ ଅକ୍ଲାନ୍ତ ପ୍ରୟାସ କରିଛନ୍ତି କିନ୍ତୁ ଯିଏ ମଧ୍ୟ ଏହି ବିଷୟରେ ଯେତିକି ଅଧ୍ୟୟନ କରିଛନ୍ତି , ସେମାନେ ସେତିକି ବିଭ୍ରାନ୍ତ ହୋଇଛନ୍ତି । କାରଣ ପ୍ରଶ୍ନ ଗୁଡିକର ତଥ୍ୟ ମୂଳକ ଉତ୍ତର ଦେବା କଷ୍ଟକର ହୋଇ ପଡିଛି । ପ୍ରତ୍ୟେକ ବ୍ୟକ୍ତି ଏହି ବିଷୟରେ ନିଜ ନିଜର ଜ୍ଞାନର ସୀମା ଓ ଦୃଷ୍ଟିକୋଣରୁ ହିଁ ବିଚାର କରିଛନ୍ତି । କେତେକ ବିଚାର ମୂଳରେ ସେମାନଙ୍କର ନ୍ୟସ୍ତ ସ୍ବାର୍ଥ ଥିବା ଭଳି ମଧ୍ୟ ଲାଗୁଛି । ହୁଏତ ସେଇଥୂପାଇଁ , ଏଭଳି ସିଦ୍ଧାନ୍ତ ପ୍ରତିପାଦିତ କରି ଦିଆଯାଇଛି , ଯାହା ଦ୍ବାରା , ସାମାଜିକ ବ୍ୟବସ୍ଥା ସ୍ଥାୟୀ ରୂପେ କାମକରିବ ଏବଂ ଏହି ବ୍ୟବସ୍ଥାକୁ ନେଇ କୌଣସି ବାଦ ବିବାଦ ହେବନାହିଁ । ବ୍ୟବସ୍ଥାକୁ ପ୍ରଚଳନ କରିଥିବା ଗୋଷ୍ଠୀର ସ୍ବାର୍ଥ ସାଧନ ହୋଇପାରିବ । କେତେକ ସ୍ଥଳରେ ଦେଖାଯାଇଛି , ବୈଜ୍ଞାନିକ ସିଦ୍ଧାନ୍ତକୁ ମଧ୍ୟ କାଳାନ୍ତରରେ ସମ୍ପୂର୍ଣ୍ଣ ଓଲଟା ଅର୍ଥରେ ପ୍ରତିପାଦିତ କରି ଦିଆଯାଇଛି । ଯାହାଦ୍ବାରା ସ୍ବାର୍ଥନ୍ୱେଷୀ ଲୋକମାନଙ୍କର ହିଁ ଫାଇଦା ହେବ । 

ଏଠାରେ ଆଉକିଛି ପ୍ରଶ୍ନ ଉପରେ ବିଚାରକରିବା - 

କିଛି ମଣିଷ ଗରିବ କାହିଁକି ? ସେ ଗରିବ ଘରେ ଜନ୍ମ ହେଲା କାହିଁକି ? କିଏ ଉଚ୍ଚ ଜାତିର ଓ କିଏ ନୀଚ୍ଚ ଜାତିର ବୋଲି କୁହାଯାଏ କାହିଁକି ? ସମାଜ ବିଜ୍ଞାନ ଅନୁସାରେ ଏହି ସବୁ ପ୍ରଶ୍ନର ଉତ୍ତର ତର୍କସଂଗତ ଭାବେ ଦିଆଯାଇ ପାରିବ କିନ୍ତୁ ଧର୍ମଗୁରୁମାନେ କୁହନ୍ତି - ବ୍ୟକ୍ତିର ଗରିବ ହେବା କିମ୍ବା ନୀଚ୍ଚ ଜାତିରେ ଜନ୍ମ ଗ୍ରହଣ କରିବା ପଛରେ ଥିବା ମୂଖ୍ୟ କାରଣ ହେଉଛି - ପୂର୍ବ ଜନ୍ମରେ ସେମାନେ କରିଥିବା ଅପକର୍ମର ଫଳ । ଏହି ଜୀବନରେ ସବୁ କିଛି ପୂର୍ବ ଜନ୍ମର ଫଳ । ମଣିଷ ଭୋଗ କରୁଥିବା ସୁଖ , ଦୁଃଖ , ରୋଗ , ବୈରାଗ , ଯଶ , ଅପଯଶ , ଧନୀ , ଗରିବ , ଛୁଆଁ , ଅଛୁଆଁ କେବଳ ବ୍ୟକ୍ତି ଉପରେ ଲାଗୁ ହେଉଥିବା ଏହି ସିଦ୍ଧାନ୍ତ କ୍ରମେ କ୍ରମେ ସମାଜ ଉପରେ ମଧ୍ୟ ଲାଗୁକରି ସମାଜ ଗଠନ ହୋଇଛି । ଅର୍ଥାତ ସମସ୍ତ ପାପୀଙ୍କ ଗୋଷ୍ଠୀ ଅଲଗା ସମାଜ ଓ ସମସ୍ତ ଧାର୍ମିକ ଗୋଷ୍ଠୀଙ୍କ ଅଲଗା ସମାଜ । ଏହାକୁ ବିଜ୍ଞାନ ସିଦ୍ଧ ସମାଜ ବୋଲି ମଧ୍ୟ ଦାବି କରାଯାଉଛି ।  ଋଷର ପ୍ରସିଦ୍ଧ ଦାର୍ଶନିକ କାର୍ଲମାର୍କ୍ସ କହିଥିଲେ - ଗରିବ ଓ ଧନୀ ହେଉଛି , ସାମାଜିକ ଢାଞ୍ଚାର ପରିଣାମ । ସମାଜରେ ବ୍ୟକ୍ତଗତ ଭାବେ ଧନସଞ୍ଚୟ କରିବାପାଇଁ ଖୋଲା ଅନୁମତ ଥିବାରୁ , କେତେକ ଚତୁର ଲୋକ , ଜମି , ସୁନା , ପଶୁ ଓ ଉତ୍ପାଦନ ବସ୍ତୁ ଉପରେ ଆଧ୍ୟାପତ୍ୟ ବିସ୍ତାର କରି ନେଉଛନ୍ତି । ସେମାନେ ଅନ୍ୟମାନଙ୍କୁ ଧନପାଇଁ ସହଜରେ ଶୋଷଣ କରି ପାରୁଛନ୍ତି । ମଣିଷକୁ ସଫଳତା କେବଳ କର୍ମ ଦ୍ବାରା ହିଁ ମିଳି ପାରିବ । ଏହି ବୈଜ୍ଞାନିକସିଦ୍ଧାନ୍ତକୁ କିଏ ବା ଅସ୍ବୀକାର କରିବ ? ' ' ଯେମିତି କର୍ମ , ସେମିତି ଫଳ " ଏଥ୍‌ରେ ମଧ୍ୟ କୌଣସି ବିବାଦ ନାହିଁ । ବିବାଦ ହେଉଛି - ପୂର୍ବଜନ୍ମରେ କରିଥିବା କର୍ମର ଫଳ ଏହିଜନ୍ମରେ କିପରିମିଳିବ ? କିମ୍ବା ଏହି ଜନ୍ମରେ କରିଥିବା କର୍ମ ପାଇଁ ଏହି ଜନ୍ମରେ ଫଳ ନପାଇ ଆସନ୍ତା ଜନ୍ମରେ କିପରି ପାଇବ ? ଏଥୁରୁ ସ୍ପଷ୍ଟ ବୁଝାପଡୁଛି ଯେ ପୂର୍ବଜନ୍ମର କର୍ମ ସିଦ୍ଧାନ୍ତ ସବୁ ଭୁଲ ଏବଂ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ଦ୍ବାରା କେବଳ ଶୋଷଣ କରିବାପାଇଁ ପ୍ରଚାର କରାଯାଉଛି । ସେଥୂପାଇଁ ଅନେକ ବିଜ୍ଞାନ ସିଦ୍ଧ କର୍ମଗୁଡିକୁ ମଧ୍ୟ ଧର୍ମ ସହିତ ଗୋଳେଇ ଘାଣ୍ଟି ବିକୃତ କର୍ମ ସିଦ୍ଧାନ୍ତ ରୂପେ ସମାଜରେ ସ୍ଥାୟୀ ବ୍ୟବସ୍ଥା ବନେଇ ଦିଆ ଯାଇଛି । ଏହି ଜୀବନର ଦୁଃଖ , ରୋଗ , ନିର୍ଜନ ହେବାର କାରଣ ପୂର୍ବ ଜନ୍ମର କର୍ମର ଫଳ ବୋଲି ଧର୍ମଗୁରୁମାନଙ୍କର ପ୍ରବଚନ ଶୁଣି ଶୁଣି ଧର୍ମଭୀରୁ ମଣିଷମାନେ ଦୁଃଖ ସହ୍ୟ କରି ବଞ୍ଚି ରହିବା ଶିଖ୍ ଯାଉଛନ୍ତି । ଅନ୍ୟାୟ , ଅତ୍ୟାଚାର , ଆର୍ଥିକ ଓ ଶାରୀରିକ ଶୋଷଣ ବିରୁଦ୍ଧରେ ପ୍ରତିବାଦ କରିବାକୁ ମଧ୍ୟ ସେମାନେ ଭୟ କରୁଛନ୍ତି । ଏହି ଜନ୍ମରେ କଷ୍ଟ ଭୋଗକଲେ ହିଁ ଆସନ୍ତା ଜନ୍ମରେ ସୁଖ ମିଳିବ ଭାବି ଚୁପ ରୁହନ୍ତି । ଅସଲ କଥା ହେଉଛି , ସେମାନଙ୍କ ଜୀବନ ସୁଧାରିବା ପାଇଁ କିଏ ନାହିଁ । ସୁଧାରିବାର ଉପାୟ ସେମାନଙ୍କୁ ବୁଝାଇବ କିଏ ? ବ୍ୟକ୍ତି ବର୍ତ୍ତମାନ କର୍ମ କରି ଧନ ପ୍ରାପ୍ତ କରିବା ଏକ ଅଲଗା କଥା କିନ୍ତୁ ଧନୀ ଘରେ ଜନ୍ମ ହୋଇ କର୍ମ ନକରି ବହୁ ସମ୍ପରିର ମାଲିକ ହେବା ଅଲଗା କଥା । ଧନୀ ବ୍ୟକ୍ତି ପୂର୍ବ ଜନ୍ମରେ କରିଥିବା ପ୍ରଣ୍ୟ କର୍ମ ଯୋଗ ଆଜି ଧନୀ ହୋଇଛି ବୋଲି ଗର୍ବ କରିବା ଏକ ଆତ୍ମ ପ୍ରବଞ୍ଚନା ମାତ୍ର । ଏଥୁରୁ ପ୍ରମାଣିତ ହେଉଛି ଯେ ଗରିବ ବା ଧନୀ ହେବା , କର୍ମ ଉପରେ କମ ଆଧାରିତ ବରଂ ସାମାଜିକ ବ୍ୟବସ୍ଥା ଉପରେ ବେଶୀ ନିର୍ଭର କରୁଛି । ସମାଜର ଯେଉଁଭଳି ବ୍ୟବସ୍ଥା ହେବ , ସେଭଳି ଧନୀ ଓ ଗରିବଙ୍କ ଅନୁପାତ ମଧ୍ୟ ରହିବ । ଜଣେ ବ୍ୟକ୍ତି ଧନ ରୋଜଗାର କରି ପେଟ ପୋଷିବା ହେଉଛି ବରମାନ କର୍ମର ଫଳ କିନ୍ତୁ ବାପା ଅର୍ଜନ କରି ଛାଡି ଯାଇଥିବା ଧନ , ପୁତ୍ର ଭୋଗ କରିବା ହେଉଛି ସାମାଜିକ ବ୍ୟବସ୍ଥା , ଏହା କୌଣସି ପୂର୍ବଜନ୍ମର ଫଳନୁହେଁ । ଯଦି ସମାଜ ବ୍ୟବସ୍ଥାରେ ପିତା , ପୁତ୍ରପାଇଁ ଧନ ଛାଡ଼ିଯିବା ଠିକ ନୁହେଁ , ପୁତ୍ର ନିଜେ କର୍ମ କରି ଧନ ରୋଜଗାର କରିବାପାଇଁ ନିୟମ ରହିବ , ତେବେ ପରମ୍ପରା କ୍ରମେ ଚାଲିଆସିଥ୍‌ ଧନୀ ଓ ଗରିବ ଅନୁପାତ କମ ହୋଇଯିବ । ସାମାଜିକ ବ୍ୟବସ୍ଥା ଅନେକ ଦେଶରେ ପରିବର୍ତ୍ତନ ହୋଇଛି । ଆମ ଦେଶରେ ମଧ୍ୟ ଅନେକ ଦିନରୁ ରାଜା , ମହାରାଜମାନଙ୍କ ଭୂସମ୍ପରିକୁ ସରକାର ଦଖଲ କରିନେଇଛନ୍ତି । ଆୟ ବହିର୍ଭୂତ ସମ୍ପରି ଉପରେ ଅଧିକାରକୁ ବେଆଇନ ଘୋଷଣା କରାଯାଇଛି । ଆଇନକୁ ଆଖୁର ମାରି , ଧନୀ ଲୋକମାନେ ସରକାରଙ୍କୁ କର ବା ଟିକସ ନଦେଇ ଧର୍ମ ଅର୍ଜନ ନାମରେ କୋଟି କୋଟି ଟଙ୍କା ମନ୍ଦିରକୁ ଦାନକରି ଦେଉଛନ୍ତି କିନ୍ତୁ ଦୁଃଖୀ ଓ ଗରିବ ଲୋକଙ୍କୁ ନଦେଇ କାମଚୋର ଏବଂ ଅଳସୁଆ ପୂଜକମାନଙ୍କୁ ଦେଉଛନ୍ତି । ମନ୍ଦିରକୁ ଦାନ ଦେଉଥିବା ଅର୍ଥରେ ଯଦି ସେହି ଧର୍ମାତ୍ମାମାନେ ଜନସେବା ପାଇଁ ବିଭିନ୍ନ ଜାଗାରେ ସ୍କୁଲ , କଲେଜ , ପାଠାଗାର , ହସପିଟାଲ , ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ତିଆରି କରନ୍ତେ କିମ୍ବା ଅନେକ ପ୍ରତିଭା ଶାଳୀ କିନ୍ତୁ ଗରିବ ପିଲାଙ୍କୁ ପାଠ ପଢିବାରେ ସାହାଯ୍ୟ କରନ୍ତେ ତେବେ ସେମାନଙ୍କୁ ସତରେ ମାନସିକ ସୁଖ ସହିତ ଲୋକମାନଙ୍କ ଆଶୀର୍ବାଦ ଓ ପୁଣ୍ୟ ବି ପ୍ରାପ୍ତ ହୁଅନ୍ତା । ଅବଶ୍ୟ କିଛି ବଦାନ୍ୟ ବ୍ୟକ୍ତି ଏହି କାମ ମଧ୍ୟ କରୁଛନ୍ତି କିନ୍ତୁ ସେଗୁଡିକର ସଂଖ୍ୟା ବହୁତ କମ । କାରଣ ବେଶୀ ଟଙ୍କା ଦାନ ଧର୍ମରେ ହିଁ ବ୍ୟୟ ହୋଇଯାଉଛି । ଆମ ସମାଜରେ ଆହୁରି ଅନେକ ପ୍ରକାର ସୁଧାର ଆଣିବା ଦରକାର ଅଛି ।

(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)

Comments

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ