ଅବିଶ୍ବସନୀୟ ପୌରାଣିକ ଆବିଷ୍କାର
| ଅବିଶ୍ବସନୀୟ ପୌରାଣିକ ଆବିଷ୍କାର |
ଅବିଶ୍ବସନୀୟ ପୌରାଣିକ ଆବିଷ୍କାର
ବିଜ୍ଞାନର ବିକାଶ ଯୋଗୁ , ପୃଥିବୀରେ ମାନବ ସଭ୍ୟତାର ପ୍ରଗତି ଘଟିଛି । ବିଜ୍ଞାନର ବିକାଶ ପାଇଁ ହଜାର ହଜାର ବର୍ଷ ଲାଗିଛି । ପ୍ରକୃତିର ରହସ୍ୟ ଜାଣିବା ପାଇଁ ପ୍ରତ୍ୟେକ ଯୁଗରେ ବୈଜ୍ଞାନିକ ଦୃଷ୍ଟିକୋଣ ରଖୁଥିବା କେତେକ ମହାମନିଷୀ ମନନ , ଅନୁସନ୍ଧାନ , ଅଧ୍ୟୟନ ଓ ଗବେଷଣା ହାର ସତ୍ୟତ ସନ୍ଧାନ କରି , ମଣିଷ ସମାଜକୁ ତଥ୍ୟ ସମର୍ପଣ କରିଛନ୍ତି । ସେମାନଙ୍କ ଦ୍ବାରା ପ୍ରମାଣିତ ତଥ୍ୟ ଗୁଡିକୁ ଅନ୍ୟ ବୈଜ୍ଞାନିକମାନେ ମଧ୍ୟ ବାରମ୍ବାର ପରୀକ୍ଷା କରି ସତ୍ୟ ହୃଦବୋଧ ହେବାପରେ ହିଁ ସମସ୍ତ ମାନବ ସମାଜ ବିଶ୍ବାସ କରିଛି ଏବଂ ନିଜ ଜୀବନ ଶୈଳୀରେ ପ୍ରୟୋଗ କରିଛି । ଏହାର ବିପରୀତ ଧର୍ମଗୁରୁମାନେ , ଧର୍ମଶାସ୍ତ୍ରରୁ ଉଦ୍ଧୃତକରି ଯେଉଁସବୁ କାହାଣୀର ଉଦାହରଣ ଦେଇ , କହୁଛନ୍ତି - ପୁରାଣ ଯୁଗରେ ଯାହା ଥିଲା , ଆଜିର ବିଜ୍ଞାନ ତାହାକୁ ବ୍ୟବହାର କରି ହିଁ ସବୁ ଉଦ୍ଭାବନ ବା ଆବିଷ୍କାର କରିପାରିଛି । ସେମାନେ ଦାବି କରୁଥିବା , କିଛି ଉଦାହରଣ ଉପରେ ଆମେ ବିଚାର କରିବା ।
1. ପୃଥିବୀର ଆଧୁନିକ ଜ୍ୟୋତିର୍ବିଦ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଗ୍ରହରେ ଜୀବସତ୍ତା ଅଛି କି ନାହିଁ ଖୋଜିପାରି ନାହାନ୍ତି । ଗବେଷଣା ଓ ଅନୁସନ୍ଧାନ ଚାଲିଛି । . ଧର୍ମବିଶ୍ୱାସୀମାନେ କୁହନ୍ତି - ହିନ୍ଦୁ ଧର୍ମଶାସ୍ତ୍ରରେ ତିନିଲୋକ - ସ୍ବର୍ଗ ଲୋକ , ମର୍ତ୍ତ୍ୟ ଲୋକ ଓ ପାତାଳ ଲୋକ ନାମକ ତିନି ଗୋଟି ବାସସ୍ଥଳ ଥିବା କଥା ବର୍ଣ୍ଣନା କରାଯାଇଛି । ସ୍ବର୍ଗ କେବଳ ଦେବୀ ଓ ଦେବତାମାନଙ୍କ ପାଇଁ ସଂରକ୍ଷିତ । ପୂଣ୍ୟ ଅର୍ଜନ କରୁଥିବା କେତେକ ମଣିଷ ମଧ୍ୟ ମୋକ୍ଷ ପ୍ରାପ୍ତ ହେଲେ ସ୍ବର୍ଗକୁ ଯାଇ ବାସ କରୁଥିବା କୁହାଯାଉଛି । ମର୍ତ୍ତ୍ୟରେ ମଣିଷଙ୍କ ସହ ବିଭିନ୍ନ ପ୍ରକାର ଜୀବ ଜନ୍ତୁ , ଦେବୀ , ଦେବତା ଓ ଦାନବମାନେ ମଧ୍ୟ ବାସ କରନ୍ତି । ପାତାଳରେ ମଣିଷଙ୍କ ବ୍ୟତୀତ ଦେବ ଓ ଦାନବ ହିଁ ରହୁଥିଲେ ।
2.ଆଧୁନିକ ଯୁଗର ବିଦେଶୀ ବୈଜ୍ଞାନିକମାନେ ଶତୃ ଦମନ କରିବାପାଇଁ ଛୋଟ ଓ ବଡ଼ ମାରଣାସ୍ତ୍ର ଉଦ୍ଭାବନ କରିଛନ୍ତି । ଛୋଟଅପ୍ସ ହେଉଛି -ପିସ୍ତଲ ଓ ରାଇଫଲ ଆଦି । ବଡ଼ ଅସ୍ତ୍ର ହେଉଛି - ସାଧାରଣ ବୋମା , ରାକେଟ , ପରମାଣୁ ବୋମା , ହାଇଡ୍ରୋଜେନ ବୋମା ଇତ୍ୟାଦି । ଧର୍ମବିଶ୍ଵାସୀମାନଙ୍କ ମତରେ , ଆମ ଦେଶରେ ବହୁ ପୂର୍ବରୁ ବ୍ରହ୍ମାସ୍ଥ ଓ ଆଗ୍ନେୟାସ୍ତ୍ର ଥିଲା , ଯାହାଦ୍ୱାରା କେବଳ ପୃଥିବୀ ନୁହେଁ , ତିନିଲୋକ ସ୍ବର୍ଗ , ମର୍ତ୍ତ୍ୟ ଓ ପାତାଳ ଧ୍ବଂସ କରିପାରିବା କ୍ଷମତା ଥିଲା । ତଥାପି ଆମ ଦେଶ ଉପରେ ବିଦେଶୀ ମୋଗଲ , ପାର୍ଶୀ କିମ୍ବା ଇଂରେଜ ଶତ୍ରୁମାନଙ୍କ ଆକ୍ରମଣ ସମୟରେ ସେହି ବ୍ରହ୍ମାପ୍ତ ଓ ଆଗ୍ନେୟାସ୍ତ୍ର ବ୍ୟବହାର ହୋଇପାରିଲା ନାହିଁ । ଆମେ ଅଯଥା ଅଢେଇ ହଜାର ବର୍ଷ ଧରି ସେମାନଙ୍କର ଶାସନରେ ଗୋଲାମ ଭଳି ରହିଲୁ କିନ୍ତୁ ତଥାକଥ୍ତ ବ୍ରହ୍ମାସ୍ତ୍ର ଓ ଆଗ୍ନେୟାସ୍ତ୍ର କେଉଁଠି ଅଛି କାହାରିକୁ ଜଣାନାହିଁ ।
3.ଆଜିପର୍ଯ୍ୟନ୍ତ ଚିକିତ୍ସାବିଜ୍ଞାନ ଯଥେଷ୍ଟ ପ୍ରଗତି କରିଥିଲେ ମଧ୍ୟ ମଣିଷକୁ ଅମରତ୍ନ ପ୍ରଦାନ କରା ଯାଇପାରୁନାହିଁ । ଧର୍ମବିଶ୍ବାସୀମାନେ କୁହନ୍ତି - " ପୁରାଣରେ ବର୍ଣ୍ଣିତ ଅଶ୍ବତଥାମା ଭଳି ଅନେକ ଦୂରବୀର ଅମରବର ପ୍ରାପ୍ତ ହୋଇଥିଲେ । ସେମାନେ ଯେହେତୁ ଅମର ତେଣୁ ସେମାନେ ଆଜି ମଧ୍ୟ ଭାରତରେ କେଉଁଠି ଥିବା କଥା ।
4. ଦୂରଭାଷ ( Telephone ) , ଓ ଦୂରଦର୍ଶନ ( Television ) ବିଦେଶ ଭୂଇଁରେ ହିଁ ଉଦ୍ଭାବନ ହେଲା । ବହୁତ ଦିନ ପରେ ସେଗୁଡିକ ଭାରତକୁ ଆସିଲା । ଆଜି ଘରେ ଘରେ ସେ ଗୁଡିକ ବ୍ୟବହାର ହେଉଛି । ଧର୍ମବିଶ୍ବାସୀମାନେ କୁହନ୍ତି - ଆମ ଦେଶର ମହାଭାରତ ଯୁଗରେ ସଞ୍ଜୟଙ୍କ ଦିବ୍ୟଦୃଷ୍ଟି ଯୋଗୁ ସେ ବହୁ ଦୂରରେ ଚାଲିଥିବା ଯୁଦ୍ଧର ପ୍ରତ୍ୟେକ୍ଷ ବିବରଣୀ ଧୃତରାଷ୍ଟ୍ରଙ୍କୁ ଶୁଣାଇପାରୁଥିଲେ । ଏହା ମହାଭାରତ ମହାକାବ୍ୟରେ ବର୍ଣ୍ଣନା ଅଛି । ସେତେବେଳେ ଦେବୀ ଦେବତାମାନେ ଅଦୃଶ୍ୟ ରହି ମଧ୍ୟ ଆକାଶବାଣୀ ଦ୍ବାରା ମଣିଷମାନଙ୍କୁ ନିର୍ଦେଶ ଦେଇଥିଲେ । ଏବେ କାହିଁ ସେଭଳି ନିର୍ଦ୍ଦେଶ ତ ଶୁଣାଯାଉନି ।
5. ରାଇଟ ବ୍ରଦର୍ସ ଅନେକ ଦିନ ଓଲଟା ପାଲଟା ଗବେଷଣା କରି ଶେଷରେ ମଣିଷକୁନେଇ ପକ୍ଷୀଭଳି ଆକାଶରେ ଉଡ଼ିପାରିବା ଯାନ୍ତ୍ରିକ ଯାନଟିଏ ଉଦ୍ଭାବନ କରି ତା'ର ନାମ ଦେଲେ ଉଡ଼ାଜାହାଜ ( Airplane ) . ଆଜି ତାହା ଏତେ ପର୍ଯ୍ୟନ୍ତ ବିକଶିତ ହୋଇ ପାରିଛି ଯେ ତୀବ୍ର ଗତିରେ ଉଡିପାରୁଥିବା ଜେଟ ବିମାନରେ ବସି , ସାରା ଦୁନିଆକୁ ମାତ୍ର କେଇ ଦିନରେ ପରିକ୍ରମା କରିହେବ । ଆମ ଦେଶର ଅନେକ ସହର ମଧ୍ୟରେ ଆଜି ଉଡ଼ାଜାହାଜର ପ୍ରଚଳନ ଅତି ସାଧାରଣ କଥା ହୋଇ ଗଲାଣି । ଧର୍ମବିଶ୍ବାସୀମାନେ କହୁଛନ୍ତି - ଆମ ଦେଶର ରାମାୟଣ ଯୁଗରେ ରାବଣ ନାମକ ଏକ ଅସୁର ଇଡ଼ନ୍ତା ଯନ୍ତ୍ର ବ୍ୟବହାର କରୁଥିଲା । ତା'ର ନାମ ଥିଲା " ପୁଷ୍ପକ ବିମାନ " । ସମସ୍ତ ପୁରାଣ ଯୁଗରେ ସେହି ଗୋଟିଏ ମାତ୍ର ଭଡ଼ନ୍ତା ଯାନର ବର୍ଣ୍ଣନା ଅଛି । ଏହାର ଗଠନ ପଦ୍ଧତି , ଏତିରେ ବ୍ୟବହାର ହୋଇଥିବା ଇନ୍ଧନ କିମ୍ବା ତା'ର ବେଗ ( Speed ) ଆଦି ସମ୍ପର୍କରେ ରାମାୟଣରେ ମଧ୍ୟ କୌଣସି ତଥ୍ୟ ଉପଲବ୍ଧନାହିଁ ।
6. ଆଜିର ଡାକ୍ତରମାନେ ରୋଗଗ୍ରସ୍ତ ମଣିଷଙ୍କୁ ଆରୋଗ୍ୟ କରିବାପାଇଁ ବହୁପ୍ରକାର ଔଷଧ ଓ ଚିକିତ୍ସା ପଦ୍ଧତି ଉଦ୍ଭାବନ କରି ପାରିଥିଲେ ମଧ୍ୟ ମୃତ୍ୟୁ ପରେ କୌଣସି ଔଷଧ ପ୍ରୟୋଗ କରି ବଞ୍ଚେଇ ଦେବା ଭଳି ବ୍ୟବସ୍ଥା କରି ପାରିନାହାନ୍ତି । ଧର୍ମବିଶ୍ବାସୀମାନେ କୁହନ୍ତି - " ରାମାୟଣ ଯୁଗରେ ସଞ୍ଜିବନୀ ଲତା ଖୁଆଇ ମୃତ ଲକ୍ଷ୍ମଣକୁ ବଞ୍ଚାଇ ଦିଆ ଯାଇଥିଲା । ଆଜି ସେହି ଲତା ଭାରତରେ କେଉଁଠି ଅଛି , କେହି ଜାଣିନାହାନ୍ତି ।
7. ପାଣି , ମେଘ ଓ ବର୍ଷାର ଋତୁଚକ୍ର ସମ୍ପର୍କରେ ଥିବା ବୈଜ୍ଞାନିକ କାରଣ ଆଜି ପ୍ରାଇମେରୀ ସ୍କୁଲର ପିଲା ମଧ୍ୟ ବିସ୍ତାରଭାବେ ବର୍ଣ୍ଣନା କରି ପାରିବ । ଧର୍ମବିଶ୍ବାସୀମାନେ କୁହନ୍ତି - ପୁରାଣ ଯୁଗର ଶୂର ବୀରମାନେ ଆକାଶକୁ ତୀର ମାରିଦେଲେ , ଆକାଶ କଣା ହୋଇ ପାଣି ଗଳି ପଡୁଥିଲା କିମ୍ବା ବର୍ଷାର ଦେବତା ଇନ୍ଦ୍ରଙ୍କୁ ପ୍ରାର୍ଥନା କଲେ ସେ ବର୍ଷା କରିଦେଇଥିଲେ । ଆଜି ସେହି ଶୂର ବୀରମାନେ କେଉଁଠି କିମ୍ବା ଯେତେ ପୂଜା କଲେ ମଧ୍ୟ ଇନ୍ଦ୍ର ବର୍ଷା କରୁନାହିଁ କାହିଁକି ?
8 . ଆଜି ଯେଉଁ ଶିଶୁ ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ , ଦୁଇଟି ଶରୀରରେ ଗୋଟିଏ ମୁଣ୍ଡ କିମ୍ବା ଦୁଇରୁ ଅଧିକ ହାତ ବା ଗୋଡ଼ ଥାଇ ଜନ୍ମ ହୁଅନ୍ତି , ସେମାନଙ୍କୁ ସାଧାରଣ ଭାଷାରେ ଅପଙ୍ଗ ବା ବିକଳାଙ୍ଗ ବୋଲି କୁହାଯାଏ । ସେମାନଙ୍କୁ ସାଧାରଣ ମଣିଷ ଭଳି ମରାମତି କରିଦେବା ଶକ୍ତି କୌଣସି ଦେବୀ ଦେବତାଙ୍କର ନଥାଏ ବରଂ ମଣିଷମାନେ ହିଁ ଚିକିତ୍ସା ଶାସ୍ତ୍ର ଅନୁସାରେ ଅସ୍ତ୍ରୋପଚାର କରି ଅନେକ କ୍ଷେତ୍ରରେ ସାଧାରଣ ସ୍ତରକୁ ଆଣିପାରୁଛନ୍ତି । ଧର୍ମବିଶ୍ବାସୀମାନେ କୁହନ୍ତି - ପୁରାଣ ଯୁଗରେ ବ୍ରହ୍ମାଙ୍କର ଚାରିଟି ମୁଣ୍ଡ , ରାବଣର ଦଶଟି ମୁଣ୍ଡ , କେତେକ ଦେବୀ ଦେବତାଙ୍କ ଚାରି , ଆଠ , ଦଶ ଓ ସହସ୍ର ଭୁଜ ଥିବା କଥା ବର୍ଣ୍ଣନା କରାଯାଇଛି । ଏପରିକି ତାହା ଯଦି ସତ ଆଜି ସେହି ବିଦ୍ୟା କାମ କରୁନି କାହିଁକି ? ମଣିଷ ଶରୀରରେ ହାତୀ ମୁଣ୍ଡ ଓ ମାଛ ଶରୀରରେ ମାନବ କଲ୍ୟାର ମୁଣ୍ଡ ରୋପଣ ବହୁତ ସହଜ ଥିଲା ।
9 . ବିଦେଶର ବୈଜ୍ଞାନିକମାନେ ଗବେଷଣା କରି ପ୍ରମାଣିତ କରିସାରିଲେଣି ଯେ Clone କରାଯାଇପାରିବ । ଧର୍ମବିଶ୍ବାସୀମାନେ କୁହନ୍ତି - ପୁରାଣ ଯୁଗରେ କିନ୍ତୁ ମଣିଷ Clone ପାଇଁ ଏତେ ପାଠ ଆବଶ୍ୟକ ପଡୁନଥିଲା । ମଣିଷର ରକ୍ତ ଭୂଇଁରେ ପଢିବା ମାତ୍ରେ ନୂଆ ମଣିଷଟିଏ ଉଠି ଠିଆ ହୋଇଯାଉଥିଲା , ଯାହା ରକ୍ତବୀର୍ଯ୍ୟ ଉପାଖ୍ୟାନ କହେ I
10 , ସ୍ତ୍ରୀ ଓ ପୁରୁଷଙ୍କ ଶାରୀରିକ ସଂସର୍ଗରୁ ସନ୍ତାନ ଜାତହେବା ଏକ ପ୍ରାକୃତିକ ସତ୍ୟ । ଆଜି ବୈଜ୍ଞାନିକମାନେ ସ୍ତ୍ରୀର ଡିମ୍ବାଣୁ ଓ ପୁରୁଷର ଶୁକ୍ରାଣୁକୁ ଗବେଷଣାଗାରରେ ବିକଶିତ କରି ନୂତନ ଶିଶୁକୁ ଜନ୍ମ ଦେବା ପଦ୍ଧତି ଦୁନିଆରେ ବେଶ ପ୍ରଚଳିତ ହେଲାଣି । ହଜାର ହଜାର ଶିଶୁଙ୍କୁ ଜନ୍ମ କରା ଯାଉଛି । ଧର୍ମବିଶ୍ବାସୀମାନେ କୁହନ୍ତି ପୁରାଣ ଯୁଗରେ ପୁରୁଷ ଶରୀରର ଝାଳରୁ , ରକ୍ତ ବିନ୍ଦୁରୁ , ସ୍ତ୍ରୀମାନେ ଋଷିମାନଙ୍କର ମନ୍ତୁରା ଖୁରି କିମ୍ବା ପୁରୁଷର ବୀର୍ଯ୍ୟ ମୁହଁରେ ଖାଇବା ଦ୍ବାରା ଶିଶୁ ଜନ୍ମ ହେଉଥିଲା । ଏପରିକି ପଶୁସହ ମଣିଷ ସମ୍ଭୋଗ କଲେ ମଧ୍ଯ ମଣିଷ ଶିଶୁ ଜନ୍ମ ହେଉଥିଲା । ଆଜି ମଧ୍ୟ କିଛି ଲୋକ ନିଜ ଜୀବନର ସମସ୍ୟା ଗୁଡିକ ଚମତ୍କାରୀ ଢଙ୍ଗରେ ସମାଧାନ ହୋଇଯିବ ଭାବି ତନ୍ତ୍ର ମନ୍ତ୍ର ଉପରେ ବିଶ୍ବାସ କରୁଛନ୍ତି । ତାଳ୍ପିକ , ଗୁଣିଆ , ଜ୍ୟୋତିଷମାନଙ୍କ ଦ୍ବାରା ଦିଆଯାଉଥବା ମୁଦି , ତାବିଜ ଓ ଡେଉଁରିଆ ଇତ୍ୟାଦି ମହଙ୍ଗା ଦାମରେ କିଣି ବ୍ୟବହାର କରୁଛନ୍ତି । ସେଥ୍ରେ କେତେ ପରିମାଣରେ ଦୈବୀଶକ୍ତି ଅଛି ସେମାନେ ଜାଣନ୍ତି ନାହିଁ କିମ୍ବା ଦେଉଥିବା ଲୋକଠାରୁ କୌଣସି ଗ୍ୟାରେଣ୍ଟି ମାଗନ୍ତି ନାହିଁ । ମାନସିକ ପୁଅରନ ନହେଲେ ପ୍ରତିବାଦ ମଧ୍ୟ କରନ୍ତି ନାହିଁ କି ଟଙ୍କା ଫେରସ୍ତ ମାଗନ୍ତି ନାହିଁ । ସେହି ଲୋକମାନେ ବଜାରରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ବେଳେ ଦୋକାନୀକୁ ହଜାରେ ପ୍ରଶ୍ନ କରନ୍ତି , ଗ୍ୟାରେଣ୍ଟି ମଧ୍ୟ ମାଗନ୍ତି । ଜିନିଷରେ କୌଣସି ତୃଟି ଥିଲେ ଘୋର ପ୍ରତିବାଦ କରନ୍ତି । ଦେଇଥୁବା ମୂଲ୍ୟ ଫେରସ୍ତ ମାଗନ୍ତି । ଉପରୋକ୍ତ ସମସ୍ତ ଉଦାହରଣରୁ ପାଠକେ ବୁଝି ପାରିବେ - ପୌରାଣିକ ଆବିଷ୍କାର ଗୁଡିକ କେତେ ବିଶ୍ବାସନୀୟ ଓ ବିଜ୍ଞାନସମ୍ମତ ଥିଲା ?
(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)
100% correct
ReplyDeleteବହୁତ ବହୁତ ଧନ୍ୟବାଦ |
ReplyDelete