କେଉଁ କଥା ଫସର ଫସା ? ଢଗ ଢମାଳି
ନମସ୍କାର ବନ୍ଧୁଗଣ ନୁଆ ବର୍ଷର ଶୁଭକାମନା ଓ ଶୁଭେଚ୍ଛା
2020/2021 ତ ସମସ୍ତଙ୍କୁ ସୁଖ ଦୁଃଖ ଆଉ ଶୋକ ରେ ଦେଇଚାଲୀଗଲା
2022ରେ ଆଣପ ଆଉ ଆପଣଙ୍କ ର ଶପରିବାରଙ୍କ ପାଇଁ ମଙ୍ଗଳ କାମନା କରୁଛି
କେଉଁ କଥା ଫସର ଫସା ? ତଗ ତମାଳି
ଓକିଲ ଯେବେଟି ନଜାଣେ ଫାନ୍ଦି
ନୂଆ ବୋହୂ ଯେବେ ନଜାଣେ ରାନ୍ଧି।।
ଚାକର ନଜାଣେ ଚାଟୁ ବଚନ।
ଯେତେ ଗୁଣି ହେଲେ ସେ ଅକାରଣ।
ଘୁଷୁରିକି କାହିଁ ପାଚିଲା କଦଳୀ ଅନ୍ଧହସ୍ତେ ରତ୍ନ ମୁଦି ,
ପେଚା ଚଢ଼େଇକି ସୁବର୍ଣ୍ଣ ପଞ୍ଜୁରୀ କୋରଡ଼ ସୁମରୀ କାନ୍ଦି ।।
ପାଇକ ହୋଇ ଚରଣ ଫାଟୁଆ ।
ଅନ୍ଧହସ୍ତେ ହୋଇ ଚାଲଇ ମଠୁଆ।।
ଗାୟକ ହୋଇ କଣ୍ଠ ମୋଟୁଆ ।
କହେ ଦନେଇ ଏ ଛୋଟପଣିଆ ।।
ତନ୍ତୀ ହୋଇ ଯେବେ ଖାଇଲା ନିଶା ।
ଚଷା ହୋଇ ଯେବେ ଖେଳିଲା ପଶା ।।
ଯୋଦ୍ଧା ହୋଇ ଯେବେ ରଖୁଲା ବେଶ୍ୟା ।
ବେଉଷା ତାଙ୍କର ଫସଲ ଫସା ।।
ଫୁଲ ହୋଇ ଯେବେ ନଥାଏ ବାସ।
ଫୁଲାଣିଆ ଯେବେ ହୁଏ ନରେଶ ।।
ଫନ୍ଦା କରି ଯେବେ କରଇ ହେଳା ।
କହେ ଦନାଇ ତା ବୁଡ଼ିଲା ଭେଳା ।।
ନଦୀ ହୋଇ ଯେବେ ନଥାଏ ଜଳ ।
ଗ୍ରାମ ହୋଇ ନାହିଁ ଗୋଳ ଚହଳ ।
ଯୁବାସ୍ତରୀ ମୁଣ୍ଡେ ନଥାଏ ବାଳ।
କହେ ଦନେଇ ଏକଥା ନିଷ୍ଫଳ ।।
ପରଶୁଣୀ ହୋଇ ସଭାରେ ଖଣ୍ଡେ।
ରାଣ୍ଡ ହୋଇ ଯଦି ଦେହକୁ ମଣ୍ଡେ ।।
ଦବ ଦବ ବୋଲି ନିଜତି ଭଣ୍ଡେ ।
ଏ ତିନିଜଣଙ୍କୁ ଦଇବ ଦଣ୍ଡେ ।।
ଲମ୍ପଟ ସନ୍ନ୍ୟାସୀ କପଟି ଯୋଗୀ ।
ଦାରୀ ପୁତ୍ରବତୀ ବଇଦ ରୋଗୀ ।।
ଲାଜୁଆ ବ୍ରାହ୍ମଣ କାସୁଆ ଚୋର ।
ଏ ଛଅଜଣଙ୍କ ବୁଡ଼ଇ ଘର ।।
ଗୀତ ନାଶଯାଏ ବାଟରେ ।
ପ୍ରାଣୀ ନାଶଯାଏ ଫାଟରେ ।।
ସ୍ତିରୀ ନାଶଯାଏ ଯାତରେ ।
ସୁତା ନାଶଯାଏ ହାଟରେ ।।
ନଈ ତୁଠ ସାହାଡ଼ା , କଣ୍ଠ ମୋଟିଆ ବ୍ରାହ୍ମଣ ,
ଗାଁ ଗୋଠିଆ ଗଉଡ଼ , ମାଛଧରା କେଉଟ ,
ଏ ଚାରିଙ୍କର ନାହିଁ ବରକତ ।।
ଯେଉଁ ଚଢ଼େଇର ବାଟରେ ବସା ।
ପୋଇଲୀ ହୋଇଣ କରଇ ଓଷା ।।
ପାଣି ବୁହାଳିର ମୁଣ୍ଡରେ ଖୋସା ।
କହେ ଦନାଇ ଏ ଫସର ଫସା ।।
ଝିପି ଝିପି ବରଷା , ପରଲୋକ ଭରସା ।
ବ୍ରାହ୍ମଣ ଘର ପଇସା କହେ ଦନେଇ ଏ ଫସର ଫସା ।।
ଫଟା ମୃଦଙ୍ଗକୁ ଜଡ଼ା ଗାୟକ କାଣୀ ଦାରୀ ତହୁଁ ନାଚୁଛି । ଅବୁଝା ରାଜାକୁ କେମ୍ପେଇ ପାତର ଯାହା ଇଚ୍ଛା ତାହା ବୁଝୁଛି ।
ଯେଉଁ ପାଣ୍ଡିତ୍ୟର ନାହିଁ ଶାସ୍ତ୍ରର ପ୍ରବେଶ ।
ଯେଉଁ ଆହାରରେ ନାହିଁ ସ୍ଵାଧୀନତା ଲେଶ ।।
ଯେଉଁ ମଇଥୁନେ ପ୍ରଣୟର ଗନ୍ଧ ନାହିଁ ।
ଏ ସଂସାରେ ବିଡ଼ମ୍ବନା ସେ ସବୁ ଅଟଇ ।।
ବଡ଼ଲୋକ ହୋଇ ନଥାଏ ବୃଦ୍ଧି ।
ବ୍ରାହ୍ମଣ ହୋଇଣ ନଥାଏ ସିଦ୍ଧି ।।
ହାତେ ଖଜୁ ନାହିଁ ଗୋଡ଼ର ମୁଦି ।
କହେ ଦନାଇ ଏ ନିର୍ଲଜ ବୁଦ୍ଧି ।।
ଖଣ୍ଡିଆ ଖାତ , ରଙ୍ଗ ମାନିତ ।
ଧୋବା ସଙ୍ଗାତ ଭଣ୍ଡାରି ମିତ ।
କହେ ଦନାଇ ଏ କାହିଁରେ ହିତ ।।
ଟଙ୍କା ନଥାଇ ଟଭା ।
ଟାଙ୍ଗରା ମୁଣ୍ଡେ ଗଭା ।
କୂଳ ଭୁଆସୁଣୀ ଦାଣ୍ଡରେ ଉଭା ।
କହେ ଦନାଇ କାହିଁରେ ଶୋଭା ।।
ତିଅଣ ହୋଇଣ ହୁଏ ଅଲଣା ।
ସୁନା ଝାଳିବାରେ ନାହିଁ ଟାଙ୍ଗଣା ।
ଢ଼ାଳ ଝାଳିବାରେ ନାହିଁ ଟାଙ୍ଗଣା ।
ତାଳଧରି ଯେବେ ହୁଅନ୍ତି ବଣା ।
ଝିଅକୁ ବଢ଼ାନ୍ତ କରି ଦୁଲଣା ।
କହେ ଦନାଇ ଏ ଚାରିହେଁ କଣା ।।
ଅଣ୍ଟାଭଙ୍ଗା ହୋଇ ଯେବଣ ଦାରୁ ।
ପୁଇ ହୋଇକରି ଯେଉଁ କଖାରୁ ।
ଯେଉଁ ସ୍ତରୀଙ୍କର ଅଣ୍ଟାରେ କରୁ ।
କହେ ଦନାଇ ଏ ତିନିହେଁ ମାରୁ ।।
ପରର ପୁଅକୁ ପୁଅ କରି ଆଣି ତାକୁ ନ ବୋଲିବ ବାଳକ। ଅଡୁଆ ସୂତାରୁ ଖିଅକ ପାଇଲେ ତାକୁ ନ ବୋଲିବ ସଳଖ ।। ତୋରାଣି କଂସାରେ ଗୁଣ୍ଡାଏ ପଡ଼ିଲେ ତାକୁ ନ ବୋଲିବ ବେଳକ ।
ଝିପି ଝିପି ହୋଇ ମେଘ ବରଷିଲେ ତାକୁ ନ ବୋଲିବ ପାଳକ।
ପର ଘରେ ଖାଇ ମାଗଣା ରୁଷା ।
ଭିକ ମାଗିଯାଇ ଖେଳିବା ପଶା ।
ବାସି ଧୋବାଲୁଗା ପିନ୍ଧର ଚଷା ।
ସାହୁ ବାପୁଡ଼ାକୁ ତୁଳାର ଭାଷା ।
କହେ ଦନାଇ ଏ ଫସର ଫସା ।।
ମନ୍ଦ କ'ଣ
ବନ୍ଧ ତଳିଆ ବାସ।
ନଈ ତଳିଆ ଚାଷ।।
ପର ଯୁବତୀରେ
କରିବା ଆଶ।।
ଶୋଷମରା କାଠ ,
କାନ୍ଥ ଭିତରେ ଫାଟ।
କାଖ ବାଳୁଆ ଚାଟ ।
ଆଦର ନଥାଇ ଯେଉଁ ଭୋଜନ ।
ଲବଣ ନଥାଇ ଯେଉଁ ତିଅଣ ।।
ଗାମୁଛା ନଥାଇ ଯେଉଁ ସ୍ନାହାନ ।
ସଖୀ ଗୋ ମନ୍ଦ ଇଏ ।।
ଉକୁଣୀ ମୁଣ୍ଡରେ ଖୋସା , ପଛ ଦୁରା ଚଷା ।
ଛାଇ ତଳିଆ ବେଉସା , ଅନ୍ତୁଡ଼ି ପୁଅକୁ ଆଶା ।।
ସଖୀ ଗୋ ମନ୍ଦ ଇଏ ।।
ଦକ୍ ଦକ୍ ମନ , ଦୁମ୍ ଦୁମ୍ ଗମନ ।
ଦାନଦେଲା ଲୋକଠାରେ ମାନ ଅଭିମାନ ।।
ଖଳଲୋକ ସଙ୍ଗେ ମେଳ ।
ଖଣ୍ଟ ଲୋକ ସଙ୍ଗେ ଗୋଳ ।।
ଖଣ୍ଡିଆ କଟୁରୀ , ହାଣ୍ଡିଶାଳ ଗୁହାଳ ।।
ସଖୀ ଗୋ ମନ୍ଦ ଇଏ ।।
ଗଡ଼ ହୋଇକରି ନଥାଏ ବଣ ।
ଘର ଗେରସ୍ତରେ ନଥାଏ ପଣ ।।
ପୋଇଲୀ ମାଇକିନାର ନଥାଏ ପଣ ।।
କହେ ଦନାଇ ଏ କାହାର ଗଣ ।।
ଘୋର ବରଷା ଗଜରି ନିଶା ।
କହେ ଦନାଇ ସ୍ତ୍ରୀଙ୍କ ଦଶା ।।
ଟେ - ଟେୟାଂ ସାରୀ ।
ଚିକିଣିଆ ଭଣ୍ଡାରି ।
ଚାହିଁ ଜଳକା ବିଟପୀ ନାରୀ ।
ସଖୀ ଗୋ ମନ୍ଦ ଇଏ ।।
Bahut bhal a6e
ReplyDelete