କେଉଁ କଥା ଫସର ଫସା ? ଢଗ ଢମାଳି

 


ନମସ୍କାର ବନ୍ଧୁଗଣ ନୁଆ ବର୍ଷର ଶୁଭକାମନା ଓ ଶୁଭେଚ୍ଛା

2020/2021 ତ  ସମସ୍ତଙ୍କୁ ସୁଖ  ଦୁଃଖ ଆଉ ଶୋକ ରେ  ଦେଇଚାଲୀଗଲା

 2022ରେ ଆଣପ ଆଉ ଆପଣଙ୍କ ର ଶପରିବାରଙ୍କ ପାଇଁ ମଙ୍ଗଳ କାମନା କରୁଛି


କେଉଁ କଥା ଫସର ଫସା ? ତଗ ତମାଳି

ଓକିଲ ଯେବେଟି ନଜାଣେ ଫାନ୍ଦି 

ନୂଆ ବୋହୂ ଯେବେ ନଜାଣେ ରାନ୍ଧି।। 

ଚାକର ନଜାଣେ ଚାଟୁ ବଚନ। 

ଯେତେ ଗୁଣି ହେଲେ ସେ ଅକାରଣ।


ଘୁଷୁରିକି କାହିଁ ପାଚିଲା କଦଳୀ ଅନ୍ଧହସ୍ତେ ରତ୍ନ ମୁଦି ,

ପେଚା ଚଢ଼େଇକି ସୁବର୍ଣ୍ଣ ପଞ୍ଜୁରୀ କୋରଡ଼ ସୁମରୀ କାନ୍ଦି ।।


 ପାଇକ ହୋଇ ଚରଣ ଫାଟୁଆ ।

ଅନ୍ଧହସ୍ତେ ହୋଇ ଚାଲଇ ମଠୁଆ।। 

ଗାୟକ ହୋଇ କଣ୍ଠ ମୋଟୁଆ ।

କହେ ଦନେଇ ଏ ଛୋଟପଣିଆ ।। 


ତନ୍ତୀ ହୋଇ ଯେବେ ଖାଇଲା ନିଶା ।

ଚଷା ହୋଇ ଯେବେ ଖେଳିଲା ପଶା ।। 

ଯୋଦ୍ଧା ହୋଇ ଯେବେ ରଖୁଲା ବେଶ୍ୟା ।

ବେଉଷା ତାଙ୍କର ଫସଲ ଫସା ।। 


ଫୁଲ ହୋଇ ଯେବେ ନଥାଏ ବାସ। 

ଫୁଲାଣିଆ ଯେବେ ହୁଏ ନରେଶ ।।

ଫନ୍ଦା କରି ଯେବେ କରଇ ହେଳା ।

କହେ ଦନାଇ ତା ବୁଡ଼ିଲା ଭେଳା ।। 

ନଦୀ ହୋଇ ଯେବେ ନଥାଏ ଜଳ ।

ଗ୍ରାମ ହୋଇ ନାହିଁ ଗୋଳ ଚହଳ । 

ଯୁବାସ୍ତରୀ ମୁଣ୍ଡେ ନଥାଏ ବାଳ।

 କହେ ଦନେଇ ଏକଥା ନିଷ୍ଫଳ ।।


ପରଶୁଣୀ ହୋଇ ସଭାରେ ଖଣ୍ଡେ। 

ରାଣ୍ଡ ହୋଇ ଯଦି ଦେହକୁ ମଣ୍ଡେ ।।

ଦବ ଦବ ବୋଲି ନିଜତି ଭଣ୍ଡେ ।

ଏ ତିନିଜଣଙ୍କୁ ଦଇବ ଦଣ୍ଡେ ।। 


ଲମ୍ପଟ ସନ୍ନ୍ୟାସୀ କପଟି ଯୋଗୀ ।

ଦାରୀ ପୁତ୍ରବତୀ ବଇଦ ରୋଗୀ ।।

ଲାଜୁଆ ବ୍ରାହ୍ମଣ କାସୁଆ ଚୋର ।

ଏ ଛଅଜଣଙ୍କ ବୁଡ଼ଇ ଘର ।। 


ଗୀତ ନାଶଯାଏ ବାଟରେ ।

ପ୍ରାଣୀ ନାଶଯାଏ ଫାଟରେ ।।

ସ୍ତିରୀ ନାଶଯାଏ ଯାତରେ ।

ସୁତା ନାଶଯାଏ ହାଟରେ ।।


ନଈ ତୁଠ ସାହାଡ଼ା , କଣ୍ଠ ମୋଟିଆ ବ୍ରାହ୍ମଣ , 

ଗାଁ ଗୋଠିଆ ଗଉଡ଼ , ମାଛଧରା କେଉଟ , 

ଏ ଚାରିଙ୍କର ନାହିଁ ବରକତ ।।


 ଯେଉଁ ଚଢ଼େଇର ବାଟରେ ବସା ।

ପୋଇଲୀ ହୋଇଣ କରଇ ଓଷା ।।

ପାଣି ବୁହାଳିର ମୁଣ୍ଡରେ ଖୋସା ।

କହେ ଦନାଇ ଏ ଫସର ଫସା ।। 


ଝିପି ଝିପି ବରଷା , ପରଲୋକ ଭରସା ।

ବ୍ରାହ୍ମଣ ଘର ପଇସା କହେ ଦନେଇ ଏ ଫସର ଫସା ।।


ଫଟା ମୃଦଙ୍ଗକୁ ଜଡ଼ା ଗାୟକ କାଣୀ ଦାରୀ ତହୁଁ ନାଚୁଛି । ଅବୁଝା ରାଜାକୁ କେମ୍ପେଇ ପାତର ଯାହା ଇଚ୍ଛା ତାହା ବୁଝୁଛି ।


 ଯେଉଁ ପାଣ୍ଡିତ୍ୟର ନାହିଁ ଶାସ୍ତ୍ରର ପ୍ରବେଶ ।

ଯେଉଁ ଆହାରରେ ନାହିଁ ସ୍ଵାଧୀନତା ଲେଶ ।।

ଯେଉଁ ମଇଥୁନେ ପ୍ରଣୟର ଗନ୍ଧ ନାହିଁ ।

ଏ ସଂସାରେ ବିଡ଼ମ୍ବନା ସେ ସବୁ ଅଟଇ ।।


ବଡ଼ଲୋକ ହୋଇ ନଥାଏ ବୃଦ୍ଧି ।

ବ୍ରାହ୍ମଣ ହୋଇଣ ନଥାଏ ସିଦ୍ଧି ।।

ହାତେ ଖଜୁ ନାହିଁ ଗୋଡ଼ର ମୁଦି ।

କହେ ଦନାଇ ଏ ନିର୍ଲଜ ବୁଦ୍ଧି ।।


ଖଣ୍ଡିଆ ଖାତ , ରଙ୍ଗ ମାନିତ ।

ଧୋବା ସଙ୍ଗାତ ଭଣ୍ଡାରି ମିତ ।

କହେ ଦନାଇ ଏ କାହିଁରେ ହିତ ।। 


ଟଙ୍କା ନଥାଇ ଟଭା ।

ଟାଙ୍ଗରା ମୁଣ୍ଡେ ଗଭା ।

କୂଳ ଭୁଆସୁଣୀ ଦାଣ୍ଡରେ ଉଭା ।

କହେ ଦନାଇ କାହିଁରେ ଶୋଭା ।। 


ତିଅଣ ହୋଇଣ ହୁଏ ଅଲଣା ।

ସୁନା ଝାଳିବାରେ ନାହିଁ ଟାଙ୍ଗଣା ।

ଢ଼ାଳ ଝାଳିବାରେ ନାହିଁ ଟାଙ୍ଗଣା ।

ତାଳଧରି ଯେବେ ହୁଅନ୍ତି ବଣା ।

ଝିଅକୁ ବଢ଼ାନ୍ତ କରି ଦୁଲଣା ।

କହେ ଦନାଇ ଏ ଚାରିହେଁ କଣା ।।


ଅଣ୍ଟାଭଙ୍ଗା ହୋଇ ଯେବଣ ଦାରୁ ।

ପୁଇ ହୋଇକରି ଯେଉଁ କଖାରୁ ।

ଯେଉଁ ସ୍ତରୀଙ୍କର ଅଣ୍ଟାରେ କରୁ ।

କହେ ଦନାଇ ଏ ତିନିହେଁ ମାରୁ ।। 


ପରର ପୁଅକୁ ପୁଅ କରି ଆଣି ତାକୁ ନ ବୋଲିବ ବାଳକ। ଅଡୁଆ ସୂତାରୁ ଖିଅକ ପାଇଲେ ତାକୁ ନ ବୋଲିବ ସଳଖ ।। ତୋରାଣି କଂସାରେ ଗୁଣ୍ଡାଏ ପଡ଼ିଲେ ତାକୁ ନ ବୋଲିବ ବେଳକ ।

ଝିପି ଝିପି ହୋଇ ମେଘ ବରଷିଲେ ତାକୁ ନ ବୋଲିବ ପାଳକ।


ପର ଘରେ ଖାଇ ମାଗଣା ରୁଷା ।

ଭିକ ମାଗିଯାଇ ଖେଳିବା ପଶା ।

ବାସି ଧୋବାଲୁଗା ପିନ୍ଧର ଚଷା ।

ସାହୁ ବାପୁଡ଼ାକୁ ତୁଳାର ଭାଷା ।

କହେ ଦନାଇ ଏ ଫସର ଫସା  ।।


ମନ୍ଦ କ'ଣ


ବନ୍ଧ ତଳିଆ ବାସ।

ନଈ ତଳିଆ ଚାଷ।।

ପର ଯୁବତୀରେ 

କରିବା ଆଶ।।


ଶୋଷମରା କାଠ , 

କାନ୍ଥ ଭିତରେ ଫାଟ।

କାଖ ବାଳୁଆ ଚାଟ । 


ଆଦର ନଥାଇ ଯେଉଁ ଭୋଜନ ।

ଲବଣ ନଥାଇ ଯେଉଁ ତିଅଣ ।।

ଗାମୁଛା ନଥାଇ ଯେଉଁ ସ୍ନାହାନ ।

ସଖୀ ଗୋ ମନ୍ଦ ଇଏ ।। 


ଉକୁଣୀ ମୁଣ୍ଡରେ ଖୋସା , ପଛ ଦୁରା ଚଷା ।

ଛାଇ ତଳିଆ ବେଉସା , ଅନ୍ତୁଡ଼ି ପୁଅକୁ ଆଶା ।।

ସଖୀ ଗୋ ମନ୍ଦ ଇଏ ।। 


ଦକ୍ ଦକ୍ ମନ , ଦୁମ୍ ଦୁମ୍ ଗମନ ।

ଦାନଦେଲା ଲୋକଠାରେ ମାନ ଅଭିମାନ ।। 


ଖଳଲୋକ ସଙ୍ଗେ ମେଳ ।

ଖଣ୍ଟ ଲୋକ ସଙ୍ଗେ ଗୋଳ ।।

ଖଣ୍ଡିଆ କଟୁରୀ , ହାଣ୍ଡିଶାଳ ଗୁହାଳ ।।

ସଖୀ ଗୋ ମନ୍ଦ ଇଏ ।। 


ଗଡ଼ ହୋଇକରି ନଥାଏ ବଣ ।

ଘର ଗେରସ୍ତରେ ନଥାଏ ପଣ ।।

ପୋଇଲୀ ମାଇକିନାର ନଥାଏ ପଣ ।।

କହେ ଦନାଇ ଏ କାହାର ଗଣ ।। 


ଘୋର ବରଷା ଗଜରି ନିଶା ।

କହେ ଦନାଇ ସ୍ତ୍ରୀଙ୍କ ଦଶା ।। 


ଟେ - ଟେୟାଂ ସାରୀ ।

ଚିକିଣିଆ ଭଣ୍ଡାରି ।

ଚାହିଁ ଜଳକା ବିଟପୀ ନାରୀ ।

ସଖୀ ଗୋ ମନ୍ଦ ଇଏ ।।

Comments

Post a Comment

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ