ଭକ୍ତି ଯଦି ସତ୍ୟ , ଦୈବୀ ଶକ୍ତି ମିଥ୍ୟା କି ?
ଭକ୍ତି ଯଦି ସତ୍ୟ , ଦୈବୀ ଶକ୍ତି ମିଥ୍ୟା କି ?
ଏଭଳି ଏକ ଦାର୍ଶନିକ ପ୍ରଶ୍ନ ମନରେ ଉଠିବାର ଯଥେଷ୍ଟ କାରଣ ରହିଛି । ସମସ୍ତେ ଜାଣୁଛନ୍ତି ଓ ଅନୁଭବ ମଧ୍ୟ କରୁଛନ୍ତି ଯେ ଦୁନିଆର ସମସ୍ତ ଛୋଟ , ବଡ ଧର୍ମସମ୍ପ୍ରଦାୟର ଆର୍ଥିକବାଦୀ ମଣିଷମାନେ ନିଜର ଇଷ୍ଟ ଦେବତାଙ୍କୁ ଭକ୍ତିର ସହ ପୂଜା , ଅର୍ଜନା କରୁଛନ୍ତି । ସେହି ଧର୍ମର ସମସ୍ତ ବିଧି , ବିଧାନ ଅନୁସାରେ କର୍ମକାଣ୍ଡ ମଧ୍ୟ କରୁଛନ୍ତି । ନିଜ ନିଜ ଘରେ ଇଷ୍ଟ ଦେବୀ , ଦେବତାଙ୍କ ଫୋଟ ବା ମୂର୍ତ୍ତି ରଖି ବଂଶାନୁଗତ ଭାବେ ପୂଜା କରାଯାଉଛି । ସର୍ବସାଧାରଣ ସ୍ଥାନରେ ବହୁତ ଧର୍ମସ୍ଥଳ ନିର୍ମାଣ କରାଯାଇଛି । ଏହାଦେଖି ମନରେ ସ୍ବତଃ ପ୍ରଶ୍ନ ଉଠୁଛି ସେମାନଙ୍କର ଘରେଘରେ ପୂଜା ପାଉଥିବା ଦେବୀ ଦେବତା କ'ଣ ନକଲି ? ଅଥବା ଦୈବୀଶକ୍ତି ବିହୀନ ନିର୍ଜୀବ ଫୋଟ ବା ମୂର୍ତ୍ତି ? ଯଦି ନକଲି ଓ ଶକ୍ତି ରହିତ ନୁହନ୍ତି , ତେବେ ଅସଲି ଭଗବାନଙ୍କୁ ପାଇବା ଆଶାରେ ଲୋକମାନେ ବଡ଼ ବଡ଼ ଧର୍ମସ୍ଥଳକୁ ଦୌଡ଼ି ଯିବା ଆବଶ୍ୟକ ପଡୁଛି କାହିଁକି ? ବହୁତ ଦୂରରେ କିମ୍ବା ଅତି ଦୁର୍ଗମ ପାହାଡ ଉପରେ ଅବସ୍ଥିତ ଦେବାଳୟକୁ ଯିବାପାଇଁ ଅନେକ କଷ୍ଟ ସହ୍ୟକରି ଅନେକ ଧନଖର୍ଚ୍ଚ କରାଯାଏ । ତୀର୍ଥ ଯାତ୍ରା ସମୟରେ ବିଭିନ୍ନ କାରଣରୁ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ହୋଇଥାଏ । ଅନେକ ଲୋକ ସେହି ଯୋଗୁ ମୃତ୍ୟୁ ବରଣ କରନ୍ତି ଏବଂ ଅନେକ ଲୋକ ଆହତ ମଧ୍ୟ ହୋଇଥାନ୍ତି । ଏଇଠି ପ୍ରଶ୍ନ ଉଠୁଛି - ଘର ଦେବତା ଅପେକ୍ଷା ଧର୍ମସ୍ଥଳର ଦେବତା ଯଦି ଅସଲି ଓ ସର୍ବ ଶକ୍ତିମାନ , ତେବେ ତାଙ୍କ ପାଖକୁ ଯାଉଥିବା ଭକ୍ତମାନେ ଏଭଳି ଦୁର୍ଦ୍ଦଶା ଭୋଗ କରୁଛନ୍ତି କାହିଁକି ? ଆମର ଗୋଟିଏ ଆପ୍ତ ବଚନ ଅଛି - ଭକ୍ତ ହିଁ ଭଗବାନ ' ଅର୍ଥାତ ଯିଏ ଭକ୍ତ ନୁହେଁ ତାକୁ ଭଗବାନ କୃପା କରନ୍ତି ନାହିଁ । ଏଇଠି ପ୍ରଶ୍ନ ଉଠୁଛି - ଭଗବାନ ଯଦି କେବଳ ଭକ୍ତର ତେବେ ଯେଉଁମାନେ ତଥାକଥିତ ଭଗବାନଙ୍କୁ ଜାଣି ନାହାନ୍ତି ।
( ବଣ , ଜଙ୍ଗଲରେ ରହୁଥିବା ଆଦିବାସୀ ) କିମ୍ବା ଭଗବାନଙ୍କୁ ଜାଣିଥିଲେ ମଧ୍ୟ ଭକ୍ତି ପ୍ରଦର୍ଶନ କରିବା ଜାଣି ନାହାନ୍ତି , ସେମାନେ କାହାର ସୃଷ୍ଟି ? ସେମାନଙ୍କର ସୃଷ୍ଟିକର୍ତ୍ତା ଓ ପାଳନ କରା କିଏ ? ଭଗବାନ ଯଦି ସମସ୍ତଙ୍କର ସୃଷ୍ଟିକର୍ତ୍ତା , ତେବେ ଏଭଳି ଭେଦଭାବ କରିବା ସମ୍ଭବ ନୁହେଁ । ଏହି ବିଶ୍ବାସ ମଧ୍ୟ ଭୁଲ ପ୍ରମାଣିତ ହୋଇଯାଉଛି । ଉଦାହରଣ ସ୍ଵରୂପ ଦେଖନ୍ତୁ , ଯେଉଁ ଲୋକମାନେ ତଥାକଥିତ ଭଗବାନଙ୍କୁ ଆଦୌ ଜାଣି ନାହାନ୍ତି କିମ୍ବା ବିଧବଦ୍ଧ ଭାବେ ପୂଜା , ଅର୍ଚ୍ଚନା କର୍ମକାଣ୍ଡ କରିବା ଜାଣିନାହାନ୍ତି , ସେହିମାନେ ବହୁତ ସୁଖ ଓ ଶାନ୍ତିରେ ରହୁଛନ୍ତି । ସେମାନଙ୍କର ସଂଖ୍ୟା ଅଧିକ I ସେମାନେ ହେଉଛନ୍ତି - କୃଷକ ଓ ଶ୍ରମିକ ଶ୍ରେଣୀର ଲୋକ । କଥା ହେଉଛି ଯେ ମଣିଷ ସମାଜର ସମସ୍ତ ମୌଳିକ ଆବଶ୍ୟକତା ଖାଦ୍ୟ , ବସ୍ତ୍ର ଓ ବାସସ୍ଥାନ ସେହିମାନେ ହିଁ ଉତ୍ପାଦନ ଓ ନିର୍ମାଣ କରୁଛନ୍ତି । ଧର୍ମଶାସ୍ତ୍ର ସେମାନଙ୍କ ଠାରୁ ବହୁତ ଦୂରରେ ରହୁଛି । ତେଣୁ କୌଣସି ଆଧ୍ୟାତ୍ମିକ ଜ୍ଞାନ ସେମାନଙ୍କୁ ଶସ୍ୟ ଉତ୍ପାଦନ କିମ୍ବା ବସ୍ତ୍ର ଓ ବାସଗୃହ ନିର୍ମାଣପାଇଁ ସାହାଯ୍ୟ କରୁନାହିଁ । ନିଜର ବ୍ୟକ୍ତିଗତ ଅନୁଭବ ହିଁ ସେମାନଙ୍କର ଅସଲ ଜ୍ଞାନ । ବିଚାରଣୀୟ ବିଷୟ ହେଉଛି - ଯେଉଁ ସ୍ବାର୍ଥପର , ପଳାୟନବାଦୀ ତଥା କାମଚୋର ଧର୍ମ ପ୍ରଚାରକ ଗୋଷ୍ଠୀର ଭଣ୍ଡ ଲୋକମାନେ , କୃଷକ ଦ୍ବାରା ଉତ୍ପାଦିତ ଖାଦ୍ୟ ଖାଇ , ଶ୍ରମିକଙ୍କ ହାତ ତିଆରି ବସ୍ତ୍ର ପିନ୍ଧି ଓ ଆରାମଦାୟକ ବାସଗୃହରେ ରହି , ଯେଉଁ ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର କରିବାର ପ୍ରହସନ କରୁଛନ୍ତି , ସେମାନେ ସମାଜର କ'ଣ ଉପକାର କରୁଛନ୍ତି ? ଦୁନିଆରେ କୌଣସି ଧର୍ମଶାସ୍ତ୍ରର ଜ୍ଞାନ ଦ୍ବାରା କୌଣସି ବିଜ୍ଞାନ ବା ପ୍ରଯୁକ୍ତି ବିଦ୍ୟାର ବିକାଶ ହୋଇଥିବା କେହି ଜାଣନ୍ତି ନାହିଁ । ଧର୍ମଗୁରୁମାନଙ୍କ ସଂଖ୍ୟା ବହୁତ କମ କିନ୍ତୁ ବିଡମ୍ବନା ହେଉଛି ଯେ ସବୁଧର୍ମର ସେହି ଅଳ୍ପସଂଖ୍ୟକ ଲୋକମାନେ ହିଁ ବହୁସଂଖ୍ୟକ ସରଳ ବିଶ୍ବାସୀ ଲୋକମାନଙ୍କୁ ଭକ୍ତ ବନେଇ ଭଗବାନ ଓ ଧର୍ମ ନାମରେ ମାନସିକ , ଶାରୀରିକ ଓ ଆର୍ଥିକ ଶୋଷଣ କରୁଛନ୍ତି । ଆମଦେଶର କେତେକ ତଥାକଥ୍ତ ଶାସ୍ତ୍ରବିଦ୍ବାନ ନିଜର ଗାରିମା ବଢାଇବାପାଇଁ ଦାବି କରୁଛନ୍ତି - ଆମ ଧର୍ମଶାସ୍ତ୍ରରେ ବିଜ୍ଞାନ ଭରି ରହିଛି । ବିଦେଶୀମାନେ ଆମ ଗ୍ରନ୍ଥରୁ ଜ୍ଞାନ ଚୋରେଇ ନେଇ ଗାଡି , ମଟର , ରେଳଗାଡ଼ି , ଉଡ଼ାଜାହାଜ , ବନ୍ଧୁକ , ଟେଲିଫୋନ , ସବୁ ତିଆରି କରିଛନ୍ତି । ବିଜୁଳୀ ମଧ୍ୟ ଉତ୍ପାଦନ କରିଛନ୍ତି ।
ପ୍ରଶ୍ନ ଉଠୁଛି - ଆପଣ ଯଦି ସତ କହୁଛନ୍ତି ? ତେବେ ଆପଣ ସେହି ଜ୍ଞାନକୌଶଳ ପ୍ରୟୋଗ କରି , ଆମଦେଶରେ ଦେଶୀ କାରଖାନା ନିର୍ମାଣ କରି ସମସ୍ତ ଭୌତିକ ଜିନିଷ ତିଆରି କରୁନାହଁ କାହିଁକି ? ଆମ ସରକାର ଆପଣଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବେ । ସେମାନେ କିନ୍ତୁ ଏହିଭଳି ପ୍ରଶ୍ନ ଗୁଡିକୁ ଏଡାଇ ଦିଅନ୍ତି କିମ୍ବା କୁହନ୍ତି - ତୁମେ ନାସ୍ତିକ , ତେଣୁ ଧର୍ମଶାସ୍ତ୍ରକୁ ସମାଲୋଚନା କରୁଛି । ସେମାନେ ଏତିକି ଜାଣି ରଖୁବା ଉଚିତ ଯେ ଧର୍ମଶାସ୍ତ୍ରରେ ଯଦି ବୈଜ୍ଞାନିକ ପଦ୍ଧତି ଓ ପ୍ରଯୁକ୍ତି ବିଦ୍ୟାର ଜ୍ଞାନ ରହିଥାନ୍ତା , ତେବେ ଯେଉଁ ଦେଶମାନଙ୍କରେ ଧର୍ମର ପ୍ରଭାବ ବହୁତ ବେଶୀ ସେହି ଦେଶମାନେ ସବୁଠାରୁ ଅଧିକ ପ୍ରଗତି କରିବା କଥା । ଆମେ ଦେଖୁଛୁ - ସେହିସବୁ ଦେଶ ଆଜିର ଯୁଗରେ ମଧ୍ୟ ବହୁତ ପଛରେ ହିଁ ରହିଛନ୍ତି । ଏହାର ବିପରୀତ ଯେଉଁ ଦେଶର ନାଗରିକ ଅଧିକ ସଚେତନ , ସେମାନେ ପୁରୁଣା ରୂଢିବାଦୀ ଧର୍ମୀୟ ପରମ୍ପରା ଗୁଡିକୁ ତ୍ୟାଗକରି , ନୂତନ ବୈଜ୍ଞାନିକ ଦୃଷ୍ଟିକୋଣରୁ ସବୁକଥାକୁ ତର୍ଜମା କରୁଥିବାରୁ , ଆଜି ସେମାନେ ପ୍ରଗତିର ଶିଖରରେ ପହଞ୍ଚି ପାରିଛନ୍ତି । ସେହି ଦେଶମାନଙ୍କରେ ମାନବିକତା ଓ ନୈତିକତା ମଧ୍ୟ ବୃଦ୍ଧି ପାଇଛି । ସେଥିପାଇଁ ସେଠାରେ ହିଂସା , ଭ୍ରଷ୍ଟାଚାର ଓ ଶୋଷଣର ଦର , ଅନ୍ୟଦେଶ ଅପେକ୍ଷା କମ ଦେଖାଯାଉଛି । ଧର୍ମଗୁରୁମାନଙ୍କୁ ଯଦି ପ୍ରଶ୍ନ କରାଯାଏ - ସର୍ବଶକ୍ତିମାନ ଭଗବାନଙ୍କ ଭକ୍ତମାନଙ୍କର ମନୋବାଞ୍ଛା ପୂରଣ ହୋଇ ପାରୁନି କାହିଁକି ? ସେମାନେ କୁହନ୍ତି - ଭକ୍ତମାନଙ୍କ ଭକ୍ତିରେ ଶକ୍ତି ନାହିଁ ' ଏହି କଥା ଯଦି ଭକ୍ତଙ୍କୁ ପଚରା ଯାଏ - ' ତୁମର ଭକ୍ତିରେ କ'ଣ ଶକ୍ତି ନାହିଁ ? ' ଭକ୍ତ କହିବ - ମୁଁ ତ ବହୁତ ନିଷ୍ଠାର ସହିତ ଭଗବାନଙ୍କୁ ସ୍ମରଣ କରୁଛି । ସମସ୍ତ ନୀତିନିୟମ ଅନୁସାରେ କର୍ମକାଣ୍ଡ ମଧ୍ୟ କରୁଛି । ଆପଣ କିମିତିକହିବେ ମୋ ଭକ୍ତିରେ ଶକ୍ତିନାହିଁ ? ସତକଥା ' ଭକ୍ତଙ୍କ ଭକ୍ତିକୁ ମାପିବା ପାଇଁ କୌଣସି ଯନ୍ତ୍ର ତ ନାହିଁ ତେଣୁ ଆମେ ତାଙ୍କୁ ଅବିଶ୍ବାସ କରିବା କାହିଁକି ? ସେ ନିଜ ମନର ଦୃଢ ଈଶ୍ବର ବିଶ୍ବାସ ଆଧାରରେ ସତକଥା ହିଁ କହୁଛି । ଏଇଠି ପୁଣି ପ୍ରଶ୍ନ ଉଠୁଛି - ଯଦି ଭକ୍ତ ସତ କହୁଛି , ତେବେ ଭକ୍ତ ବିଶ୍ଵାସ କରୁଥିବା ଦେବତା ପାଖରେ ଦୈବୀଶକ୍ତି ନାହିଁକି ? ଦାବୀଶକ୍ତି କ'ଣ ଏକ ମିଥ୍ୟା ଓ ଭ୍ରମାତ୍ମକ ପ୍ରଲୋଭନ ମାତ୍ର ? ଦୁନିଆର ସବୁ ଧର୍ମର ଭକ୍ତମାନେ ଭକ୍ତିରସରେ ବୁଡିରହି ଦୈବୀଶକ୍ତି ପ୍ରାପ୍ତ ଆଶାରେ , ବିଭିନ୍ନ ପ୍ରକାର କୃଚ୍ଛ୍ର ସାଧନା କରୁଥିବା ସତ୍ତ୍ୱେ କାହାରି ମନୋବାଞ୍ଛା ପୂରଣ ହୋଇ ପାରୁନି କାହିଁକି ? ଭକ୍ତମାନେ ମୁକ୍ତ ମନରେ ଏହାର ଉତ୍ତର ଖୋଜନ୍ତୁ ।
ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ
ଭାରତର ଭ୍ରଷ୍ଟାଚାର ସଂସ୍କୃତି
ଆମଦେଶର ପ୍ରାୟ ପ୍ରତ୍ୟେକ ଲୋକ କହନ୍ତି - ଭ୍ରଷ୍ଟାଚାର ତ ସବୁଠି ଚାଲିଛି କଅଣ କରାଯିବ ? ସହିବାକୁ ହିଁ ପଡିବ । ପ୍ରତିବାଦ କିମ୍ବା ଆପରି କଲେ ତ ଦୋଷ । ଅର୍ଥାତ ସମସ୍ତେ ଭ୍ରଷ୍ଟାଚାର ସହିତ ସାଲିସ କରି ଚାଲିବାକୁ ହିଁ ବୁଦ୍ଧିମାନର କାମ ବୋଲି ଭାବୁଛନ୍ତି । ଆମ ସଂସ୍କୃତିରେ ଭ୍ରଷ୍ଟାଚାର ଏକ ସହଜ ଅନୁଭବ ହୋଇଗଲାଣି । ଏହାର ପ୍ରତିବାଦ କରିବା ଅପେକ୍ଷା ସହ୍ୟ କରିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି । ଏଇଠି ପ୍ରଶ୍ନ ଉଠୁଛି - ଭାରତୀୟମାନେ ଏତେ ଭ୍ରଷ୍ଟ ହୁଅନ୍ତି କାହିଁକି ?
ଏହାର କାରଣ ଜାଣିବାପାଇଁ ଆମକୁ ପ୍ରଥମେ ସେମାନଙ୍କର ପରମ୍ପରା ଓ ଜୀବନ ଶୈଳୀ ସମ୍ପର୍କରେ ଜାଣିବାକୁ ହେବ । ଦେଶର ଅଧିକାଂଶ ଅଧିବାସୀ ଧର୍ମ ବିଶ୍ବାସୀ । ଈଶ୍ବରୀୟ ସମ୍ପର୍କିତ ଧର୍ମ ହେଉଛି - ଦିଆ - ନିଆ ବ୍ୟବସାୟ ଭଳି ଏକ ବ୍ୟବସ୍ଥା । ଅର୍ଥାତ ତୁମେ କିଛି ଦେଲେ ହିଁ ଭଗବାନ ମଧ୍ୟ ପ୍ରତିବଦଳରେ ତୁମକୁ କିଛି ଦେବେ । ହିନ୍ଦୀରେ ଗୋଟିଏ ଗୀତ ଶୁଣିଥିଲି- ତୁମ ଏକ ପୈସା ଦୋଗେ , ୱ ଦଶ ଲାଖ ଦେଗା । ସେଥିପାଇଁ ଦେବୀ - ଦେବତାଙ୍କୁ ଧନ ବ୍ୟତୀତ ବିଭିନ୍ନ ପଶୁ - ପକ୍ଷୀଙ୍କ ବଳି ମଧ୍ୟ ଦିଆଯାଏ । ଏପରିକି ମଣିଷ ନିଜର ଝିଅମାନଙ୍କୁ ମଧ୍ୟ ଦେବଦାସୀ କରି ମନ୍ଦିରକୁ ପଠେଇ ଦିଅନ୍ତି । ଯିଏ ଯେତେ ପାରେ ଅଧ୍ବକ ଧନ ମନ୍ଦିରକୁ ଦାନ କରିଥାନ୍ତି । ୟୁରୋପୀୟମାନେ ଆମଦେଶକୁ ଆସି ତାଙ୍କର ଧର୍ମସ୍ଥଳ ନିର୍ମାଣ କରିଥିଲେ ମଧ୍ୟ ଆମ ପିଲାମାନଙ୍କର ଶିକ୍ଷା ବ୍ୟବସ୍ଥା ବି ଠିକ କରିଥିଲେ । ଅନେକ ସ୍କୁଲ , କଲେଜ ଆଦି ଖୋଲିଥିଲେ । ତା'ପୂର୍ବରୁ ବହୁ କମ ସଂଖ୍ୟାରେ ଗୁରୁକୁଳ ଓ ଚାଟଶାଳୀରେ କେବଳ ଉଚ୍ଚ ଜାତିର ପିଲାମାନଙ୍କୁ ହିଁ ଶିକ୍ଷା ଦିଆଯାଉଥିଲା । ଗରିବ ଓ ନିମ୍ନ ଜାତିର ପିଲାମାନେ ଶିକ୍ଷାରୁ ବଞ୍ଚିତ ରହିଯାଉଥିଲେ । ଆମ ଲୋକମାନେ ୟୁରୋପଗଲେ ଜାଗା ଖୋଜନ୍ତି କେଉଁଠି ମନ୍ଦିର ନିର୍ମାଣ କରିବେ ? ଜାଗା ମିଳିଗଲେ ସମସ୍ତେ ମନ୍ଦିର ନିର୍ମାଣ ପାଇଁ ମୁକ୍ତ ହସ୍ତରେ ଧନ ଦାନ କରିଦିଅନ୍ତି । ସେହି ଟଙ୍କାରେ ଭବ୍ୟ ମନ୍ଦିର ନିର୍ମାଣ କରିସାରି ଗର୍ବରେ କୁହନ୍ତି - ଏଇଟା ହେଉଛି ଆମର ଭାରତୀୟ ସଂସ୍କୃତି । ତାଙ୍କର ନିଜ ଗାଁଆରେ ପଛେ ଭଲ ସ୍କୁଲ କିମ୍ବା ଡାକ୍ତରଖାନାଟିଏ ନଥାଉ , ସେମାନଙ୍କ ବାପା , ମାଆ , ଭାଇ ଓ ଭଉଣୀ ପଛେ ଅଭାବ ଅନାଟନରେ ଜୀବନ ଅତିବାହିତ କରୁଥାନ୍ତି , ସେଥୁପ୍ରତି କାହାରି ଚିନ୍ତା ନଥାଏ । କେଉଁ ଦେଶରେ କେତେ ବଡ଼ ସୁନ୍ଦର ମନ୍ଦିର , କେତେ ବେଶୀ ଟଙ୍କା ଖର୍ଚ୍ଚ ହୋଇ ତିଆରି ହୋଇଛି , ତାହା ଭାରତୀୟମାନଙ୍କ ପାଇଁ ଗର୍ବ ଓ ଚର୍ଚ୍ଚାର ବିଷୟ ହୋଇଥାଏ । ସମସ୍ତଙ୍କର ବିଶ୍ବାସ ଭଗବାନଙ୍କୁ ଧନ ଲାଞ୍ଚ ଦେଇ ଖୁସିକଲେ , ସେ ଆମକୁ ସବୁ ଦେବେ । ଏଥିରେ କିଛି ଦୋଷ ନାହିଁ ।
ଏହି ବିଚାର ଯୋଗୁ ମଣିଷମାନଙ୍କୁ ମଧ୍ୟ ଲାଞ୍ଚ ଦେଇ କାମ ହାସଲ କଲେ କୌଣସି ଦୋଷ ନାହିଁ ବୋଲି ଭାବୁଛନ୍ତି । ଅର୍ଥାତ ଭ୍ରଷ୍ଟାଚାରକୁ ଧାର୍ମିକ ସମର୍ଥନ ମିଳୁଛି । ସେଥ୍ପାଇଁ ଅତି ଭ୍ରଷ୍ଟନେତା ବି ଥରେ ନୁହେଁ , ଅନେକଥର ଦେଶର ନିର୍ବାଚିତ ମନ୍ତ୍ରୀପଦ ପ୍ରାପ୍ତ କରିଥାନ୍ତି । ନୈତିକସ୍ତରରେ ବ୍ୟକ୍ତିଉପରେ ଅନୈତିକତାର ଦାଗ ମଧ୍ୟ ଲାଗେନାହିଁ । ଆମ ଦେଶର ଇତିହାସ ପଢିଲେ ଜଣାପଡେ - ବିଦେଶୀମାନେ ଆମ ଦେଶର ଅନେକ ସୁରକ୍ଷିତ ସହର ଓ ରାଜଧାନୀର ମୁଖ୍ୟ ପ୍ରବେଶ ଦ୍ବାର କିମ୍ବା ଫାଟକ ରକ୍ଷକମାନଙ୍କୁ ଲାଞ୍ଚଦେଇ ଅତି ସଜାରେ ଭିତରକୁ ପ୍ରବେଶ କରିପାରିଥିଲେ । ଏହି ଭ୍ରଷ୍ଟ ସଂସ୍କୃତିର ପ୍ରକୃଷ୍ଣ ପ୍ରମାଣ ହେଉଛି ଯେ ଭାରତୀୟ ଉପମହାଦ୍ୱୀପରେ ବହୁତ କମ ଯୁଦ୍ଧ ହୋଇଛି । ଭାରତୀୟମାନେ ପ୍ରାଚୀନ ୟୁନାନ ଏବଂ ଆଧୁନିକ ୟୁରୋପ ତୁଳନାରେ ବହୁତ କମ ଯୁଦ୍ଧ କରିଛନ୍ତି । ନାଦିରଶାହା ତୁର୍କୀମାନଙ୍କ ସହ ଶେଷ ନିଶ୍ବାସ ପର୍ଯ୍ୟନ୍ତ ପ୍ରଚଣ୍ଡ ଯୁଦ୍ଧ କରିଥିଲେ । ପଲାସି ଯୁଦ୍ଧରେ ଭାରତୀୟ ସୈନ୍ୟମାନଙ୍କ ତରଫରୁ ବହୁତ କମ ପ୍ରତିରୋଧ ହୋଇଥିଲା । କ୍ଲାଇବ , ମୀର ଜାଫରକୁ ଲାଞ୍ଚ ଦେଇ ବଙ୍ଗଳାର ସେନାଙ୍କୁ 3000 ଭିତରେ ସୀମିତ କରିଦେଇଥିଲା । 1687 ମସିହାରେ ଗୋଲକୁଣ୍ଡା ଦୁର୍ଗରେ ଥିବା ପଛର ଗୁପ୍ତଦ୍ବାର ସେହି ଦୁର୍ଗରକ୍ଷକମାନଙ୍କୁ ଲାଞ୍ଚ ଦୁର୍ଗ ଜିତିଥିବାର ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଛି । ଦେଇ ଖୋଲା ଯାଇ ପାରିଥିଲା । ମୋଗଲମାନେ ମଧ୍ୟ ମରାଠୀ ଓ ରାଜପୁତମାନଙ୍କୁ ଲାଞ୍ଚଦେଇ ଅନେକ ବିଦେଶୀ ଆକ୍ରମଣକାରୀମାନଙ୍କର ଭାରତୀୟ ସୈନ୍ୟମାନଙ୍କ ସହ ଯୁଦ୍ଧ କରିବା ଆବଶ୍ୟକ ପଡୁନଥିଲା । ବଛାବଛା କିଛି ମୂଖ୍ୟ ସୈନିକ ବା ସେନାପତିଙ୍କୁ ଲୋଭ ଦେଖାଇ ଲାଞ୍ଚ ଦେଇ ନିଜର ସମର୍ଥକ କରିଦେଉଥିଲେ । ଇଂରେଜମାନଙ୍କ ଶାସନକାଳରେ ମଧ୍ୟ ଅନେକ ରାଜା , ମହାରାଜା , ସାମନ୍ତମାନଙ୍କୁ ଧନଦେଇ ସହଜରେ ଅଭିଆରରେ ରଖିପାରିଥିଲେ । ଅନେକ ବୁଦ୍ଧିଜୀବୀ ଓ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ ଉଚ୍ଚ ଦରମାର ଲୋଭ ଦେଖାଇ କୌଣସି ଅନ୍ୟାୟର ପ୍ରତିବାଦ ନକରିବାପାଇଁ ଚୁପ କରି ଦେଇଥିଲେ । ଆମର ସ୍ବାଧୀନତା ଆନ୍ଦୋଳନ ସମୟରେ ଅନେକ ଭ୍ରଷ୍ଟାଚାରୀ ଲୋକମାନଙ୍କ ବିଶ୍ବାସଘାତୀ ଆଚରଣ ଯୋଗୁ ଅନେକ ସ୍ବାଧୀନତା ବୀର ସଂଗ୍ରାମୀ ଅସମୟରେ ଇଁରେଜମାନଙ୍କ ଦ୍ବାରା ନିହତ ହୋଇଛନ୍ତି । ଭାରତୀୟମାନେ ବିଶ୍ବାସ କରିପାରୁ ନାହାନ୍ତି ଯେ ନୈତିକତାର ପଥରେ ମଧ୍ୟ ଖୁବ ସହଜରେ ଜୀବନ ଯାପନ କରିହେବ । ସେମାନଙ୍କର ଧର୍ମଶାସ୍ତ୍ର ନୈତିକତାର ପାଠ ତ କହୁଛି କିନ୍ତୁ ସେହି ଧର୍ମ ପୁଣି ଅନୈତିକତାର ବାଟ ମଧ୍ୟ ଖୋଲିରଖୁଛି । ଭ୍ରଷ୍ଟାଚାର କରିମଧ୍ୟ ଭଗବାନଙ୍କୁ କିଛି ଲାଞ୍ଚ ଦେଇ ଏହି ଗଳା ବାଟରେ ଖସିଯାଅ । ତୁମେ ସବୁ ଦୋଷରୁ ମୁକ୍ତ ହୋଇଯିବ । ଅନ୍ୟ ଏକ କାରଣ ହେଉଛି - ଜାତି ପ୍ରଥା ସେମାନଙ୍କୁ ବିଭାଜିତ କରୁଛି । ସବୁ ମଣିଷ ସମାନ । ବୋଲି ପୁରାଣ ଯୁଗରୁ ହିଁ କେହି ମାନୁନାହାନ୍ତି ।
ଉଚ୍ଚଜାତିର ଲୋକ ନିଜଜାତିର ଲୋକମାନଙ୍କୁ ଶୋଷଣ କରୁଛନ୍ତି । ଏହାକୁ ସହ୍ୟ କରିନପାରି କେତେ ଲୋକ ହିନ୍ଦୁଧର୍ମ ତ୍ୟାଗକରି ଅନ୍ୟଧର୍ମ ଗ୍ରହଣ କରିନେଉଛନ୍ତି । ସେମାନେ ଅବଶ୍ୟ ବୁଝି ପାରୁନାହାନ୍ତି ଯେ ଏହା କରିବା ଦ୍ବାରା ସେମାନେ ଶୋଷଣରୁ ମୁକ୍ତି ପାଇ ଯାଉନାହାନ୍ତି । ବେଙ୍ଗ ଯେମିତି ଗୋଟିଏ କୂଅରୁ ବାହାରି ଅନ୍ୟ ଏକ କୂଅରେ ଆଶ୍ରୟ ନିଏ , ଧର୍ମଭୀରୁ ମଣିଷ ସେହିଭଳି ଗୋଟିଏ ଧର୍ମର ବନ୍ଧନ ଭିତରୁ ବାହାରି ଆଉ ଏକ ଧର୍ମର ବନ୍ଧନରେ ବାନ୍ଧିହୋଇଯାଏ । କେହି ନିଜକୁ ଭାରତୀୟ ନ କହି ନିଜକୁ ବିଭିନ୍ନ ଧର୍ମର ଅନୁଯାୟୀ ହିସାବରେ ପରିଚୟ ଦେଉଛନ୍ତି । ମୁଁ ହିନ୍ଦୁ , ମୁଁ ମୁସଲମାନ , ମୁଁ ଖ୍ରୀଷ୍ଟିୟାନ ଇତ୍ୟାଦି କହି ଗର୍ବ ଅନୁଭବ କରୁଛନ୍ତି । ଭାରତୀୟମାନେ ଭୁଲି ଗଲେଣି ଯେ ସେମାନେ ଗତ ଦେଢ଼ ହଜାର ବର୍ଷ ପୂର୍ବରୁ ମାତ୍ର ଗୋଟିଏ ଧର୍ମରେ ଥିଲେ । ଏହି ବିଭାଜନ ହିଁ ଏକ ଅନୈତିକ ସଂସ୍କୃତିକୁ ଜନ୍ମ ଦେଇଛି । ଦୁଃଖର ବିଷୟ ଯେ ଏହି ଦେଶ ତ ସ୍ବାଧୀନ ହୋଇଗଲା କିନ୍ତୁ ଜନତା ସ୍ବାଧୀନତାର ସ୍ବାଦ ଚାଖି ପାରିଲାନାହିଁ । କେବଳ ମାଲିକମାନେ ବଦଳି ଗଲେ । ଜନତା ଏହି ଦେଶର ହିଁ ତଥାକଥିତ ଧର୍ମଗୁରୁମାନଙ୍କର ଏବଂ ରାଜନୈତିକ ନେତାମାନଙ୍କର ଗୋଲାମ ହୋଇରହିଗଲେ । ଆମ ସମ୍ବିଧାନରେ ଲେଖାହେଲା ସବୁ ମଣିଷ ସମାନ ଭାବେ ସମ୍ମାନ ପାଇବେ । ବାସ୍ତବରେ କିନ୍ତୁ ସବୁ ଓଲଟା ହୋଇଯାଇଛି । ଦେଶର , ଆର୍ଥିକ , ସାମାଜିକ , ବୈଷୟିକ , ଶିକ୍ଷା , ସ୍ବାସ୍ଥ୍ୟ , ସୁରକ୍ଷା , ଆଇନ ବ୍ୟବସ୍ଥା ଏମିତି କୌଣସି ବିଭାଗ ନାହିଁ ଯେଉଁଠି ଭେଦଭାବ ନାହିଁ କିମ୍ବା ଭ୍ରଷ୍ଟାଚାର ନାହିଁ । ଏପରିକି ଧାର୍ମିକ ଅନୁଷ୍ଠାନରେ ହିଁ ସବୁଠାରୁ ବେଶୀ ଭ୍ରଷ୍ଟାଚାର ଦେଖିବାକୁ ମିଳୁଛି । ଦେଶର ଅନେକ ମଠ , ମନ୍ଦିର ଆଶ୍ରମମାନଙ୍କରେ ଯେତେ ଅଘୋଷିତ ଧନ ସମ୍ପରି ଗଛିତ ଅଛି , ତାହାକୁ ଜନକଲ୍ୟାଣ ପାଇଁ ବିନିଯୋଗ କରିବାକୁ କୌଣସି ସରକାର ବା ପ୍ରଶାସନର ଶକ୍ତି ନାହିଁ । ବୁଦ୍ଧିଜୀବୀ ତଥା ସଚେତନ ନାଗରିକମାନେ ଏଥିପାଇଁ ଗଭୀର ଚିନ୍ତା ପ୍ରକଟ କରୁଛନ୍ତି ଅସହାୟ ଜନତା ବ୍ୟାକୁଳ ନୟନରେ ନିଜଦ୍ବାରା ନିର୍ବାଚିତ ସରକାରଙ୍କୁ ଦେଖୁଛନ୍ତି । ସମସ୍ତଙ୍କ ମନ ପ୍ରଶ୍ନ ତ ଉଠୁଛି - ସତରେ କ'ଣ କେବେ ଆମର ଭାରତ ଏକ ଭ୍ରଷ୍ଟାଚାର ମୁକ୍ତା ଦେଶ ହୋଇପାରିବ ଭ୍ରଷ୍ଟାଚାର ସଂସ୍କୃତି ବଦଳି ପାରିବ କି ନାହିଁ ? ଆମର
ମୁଳ ଲେଖକ ହେତୁବାଦୀ ବାଲ୍ମୀକି
Comments
Post a Comment