ଦାତା ଓ ଦାତ୍ରି

Good morning friends ଜୟଭୀମ ନମୋ ବୁଦ୍ଧାୟ
ଦାତା , ଆଉ ଦାତ୍ରୀ କାହାକୁ କୁହାଯାଏ 
ଯେତେବେଳେ ଆମର ଶିକ୍ଷା ଅଧିକାର ନଥିଲା ସେତେବେଳେ ବିଦ୍ୟାଦାତା ବିଦ୍ୟାର ଭଣ୍ଡାର ଗଣେଷ ଓ ବିଦ୍ୟାଦାତ୍ରୀ ବ୍ରହ୍ମା ଙ୍କ ଝିଅ ବା ସ୍ତ୍ରୀ ବାଗେଶ୍ଵରୀ ମାତା ସରସ୍ୱତୀ କ'ଣ କରୁଥିଲେ ? ଯେ ଆମକୁ ଶିକ୍ଷାରୁ ବଞ୍ଚିତ ରଖାଯାଇଥିଲା। ଆଉ ଆମକୁ ଶିକ୍ଷା ଅଧିକାର ସେତେବେଳେ ମିଳିପାରିଲା ନାହିଁ । ଯେତେବେଳେ DR BR AMBEDKAR constitutional rights ମାଧ୍ୟମରେ ଶୁଦ୍ର ଓ ଅତି ଶୁଦ୍ର ମାନଙ୍କୁ ଶିକ୍ଷ୍ୟା ର ଅଧିକାର ଦେଲେ ବର୍ତ୍ତମାନ ର SC ST OBC ତାପରେ ଯାକ ଶିକ୍ଷା ର ଅଧିକାର ପାଇଲେ। ଏବେ ଆମେ କାହା ନିକଟରେ କୃତଜ୍ଞ ରହିବା ? ଯିଏ ଆମକୁ ଶିକ୍ଷା ଅଧିକାର ଦେଲା ନାହିଁ ତାହାକୁ କେମିତି ବିଦ୍ୟାର ଦାତା ବୋଲି କହିବା। ଆଉ ଏହି ତଥାକଥିତ ଗଣେଷ ସରସ୍ୱତୀଙ୍କର ପୂଜା କରିବା ଆମର ସମ୍ପତ୍ତିଗତ ଅଧିକାର ନଥିଲା । ଏହି ଅଧିକାର ପାଇବା ପରେ ବହୁ କଷ୍ଟ ସହି ପରିଶ୍ରମ କରି ଧନ ଉପାର୍ଜନ କଲା ପରେ ଆମେ ଧନଦାତ୍ରୀ ମାତା ମହାଲକ୍ଷ୍ମୀ କାହାକୁ କହିବା ? ଯେତେବେଳେ ଭୋକ ଉପାସରେ ମରୁଥିଲେ ସେତେବେଳେ ଏହି ଧନଦାତ୍ରୀ ମାତା ଅନ୍ନପୂର୍ଣ୍ଣା କ'ଣ କରୁଥିଲେ ? ଛଟପଟ ହୋଇ ନିଜର ପିଲାଛୁଆ ଭୋକ ଉପାସରେ ମରୁଥିଲେ ଏହି ଆମର ମା ଧନଦାତ୍ରି ମହାଲକ୍ଷ୍ମୀ କେଉଁଠି ଥିଲେ। କେବେ ଛପର ଫାଡି ଦେଇଥିଲେ କି ? ଯଦି ନୁହେଁ ତେବେ ଏମାନଙ୍କୁ ଆମେ ପୂଜା କରିବୁ କାହିଁକି ? ନିଜର କଷ୍ଟ ଉପାର୍ଜିତ ଧନକୁ ଏମାନଙ୍କ ପିଛାରେ କାହିଁକି ବେ ମତଲଵ୍ ଖର୍ଚ୍ଚ କରିବୁ ? ବିପଦଭଞ୍ଜନ କିଏ ? କିଏ ଆମକୁ ବିପଦରୁ ରକ୍ଷା କରିଆସିଛି ଆଜି ପର୍ଯ୍ୟନ୍ତ ? ସେ ହେଉଛନ୍ତି @Dr br Ambedkar ଯେଉଁ ମାନଙ୍କର ଆମ ପ୍ରତି ଅବା ସମାଜ ପ୍ରତି କୌଣସି ଅବଦାନ ନାହିଁ କିନ୍ତୁ ଛକି ବସିଛନ୍ତି କେବଳ ଲୁଟିବା ପାଇଁ ଭିନ୍ନ ଭିନ୍ନ ରୂପରେ । Indian constitutional ଆମର ସବୁକିଛି । ଏହି ସମ୍ବିଧାନକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ । ଜୟଭିମ୍ ଜୟ ସମ୍ବିଧାନ ଜୟ ଭାରତ ଜୟ ବିଜ୍ଞାନ

Comments

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ