ହେତୁ ବାଦୀ ମାନଙ୍କ ଭାବନା କୁ ମଧ୍ୟ ଆହତ ହୁଏ

ହେତୁବାଦୀମାନଙ୍କ ମନ ମଧ୍ୟ ଆହତ ହୁଏ 

ହେତୁବାଦୀମାନେ ଯେତେବେଳେ ଈଶ୍ବରଙ୍କ କାଳ୍ପନିକ ଅସ୍ତିତ୍ବ କିମ୍ବା ଧର୍ମ ଗ୍ରନ୍ଥରେ ଲେଖାଥିବା ଅସଂଖ୍ୟ ଅବୈଜ୍ଞାନିକ ଓ ଅବିଶ୍ୱାସନୀୟ କାହାଣୀ ଉପରେ ନିଜର ମତ ବ୍ୟକ୍ତ କରନ୍ତି କିମ୍ବା ନାଟକ ଓ ସିନେମା ମାଧ୍ୟମରେ ତର୍କ ସଙ୍ଗତ ବିଚାର ପ୍ରକଟ କରନ୍ତି , ସେତେବେଳେ ଆସ୍ତିକମାନଙ୍କ ଧାର୍ମିକ ଭାବନା ଆହତ ହୋଇଥାଏ ବୋଲି ପ୍ରତିବାଦ କରିଥାନ୍ତି । କିନ୍ତୁ କରିଥାଏ ? ଆପଣ ଜାଣନ୍ତି କି ? ଆସ୍ତିକମାନଙ୍କ କେଉଁ କେଉଁ କର୍ମ ଓ ଆଚରଣ ଯୋଗୁ ହେତୁବାଦୀମାନଙ୍କ ଭାବନାକୁ ଆହତ ସେଗୁଡିକର ନିମ୍ନ ଲିଖ୍ତ ଏକ ଲମ୍ବା ତାଲିକା ପ୍ରସ୍ତୁତ କରିହେବ ।
 ୧ . ଯେତେବେଳେ ସଦ୍ୟ ବିଧବା ହୋଇଥିବା ସ୍ତ୍ରୀମାନଙ୍କୁ ସ୍ବାମୀର ଚିନ୍ତାନଳରେ ଜବରଦସ୍ତି ଶୁଆଇ ଦିଆ ଯାଉଥିଲା , ସେତେବେଳେ ହେତୁବାଦୀଙ୍କ ମନକୁ ଗଭୀରଭାବେ ଆହତ କରୁଥିଲା । 
୨ . ଯେତେବେଳେ ସ୍ତ୍ରୀମାନଙ୍କୁ ଦେବଦାସୀ ରୂପେ ମନ୍ଦିର ଭିତରେ ଆଜୀବନ ଶୋଷଣ କରାଯାଉଥିଲା , ସେତେବେଳେ ହେତୁବାଦୀଙ୍କ ଭାବନାକୁ ଗଭୀର ଭାବେ ଆହତ କରୁଥିଲା ।
 ୩ . ଯେତେବେଳେ ତାନ୍ତ୍ରିକମାନେ ନିଜର ତନ୍ତ୍ର - ମନ୍ତ୍ର ସାଧନା କରିବାପାଇଁ ନରବଳୀ ଦେଉଥିଲେ , ସେତେବେଳେ ହେତୁବାଦୀଙ୍କ ମନକୁ ଗଭୀର ଭାବେ ଆହତ କରୁଥିଲା ।
 ୪ . ଯେତେବେଳେ ମୂଲ୍ୟବାନ ଘିଅ ଓ ଦୁଗ୍ଧ ମନ୍ଦିର ଭିତରେ ଅପବ୍ୟୟ ହେଉଛି , ଠାକୁରଙ୍କୁ ଛପନ ଭୋଗରେ ପୂଜା ହେଉଛି ଏବଂ ବାହାରେ ଭୋକିଲା ମଣିଷ ଭିକମାଗୁଛି , ସେତେବେଳେ ହେତୁବାଦୀଙ୍କ ମନକୁ ଆହତ କରୁଛି । 
୫ . ଯେତେବେଳେ ଭାରତୀୟ ସମ୍ବିଧାନର ସିଦ୍ଧାନ୍ତ ବିରୁଦ୍ଧରେ ଯାଇ ଆସ୍ତିକମାନେ ଅନ୍ଧବିଶ୍ବାସକୁ ସମର୍ଥନ କରୁଛନ୍ତି , ସେତେବେଳେ ହେତୁବାଦୀଙ୍କ ଭାବନାକୁ ଆହତ କରୁଛି । 
୬ . ଯେତେବେଳେ ନେତାମାନେ ଗଣପ୍ରତିନିଧ୍ବ ନିର୍ବାଚିତ ହେବାପାଇଁ ଫର୍ମ ଭରିବା ସମୟରେ ଅମୃତ ବେଳାର ପ୍ରତୀକ୍ଷା କରନ୍ତି କିମ୍ବା ମନ୍ତ୍ରୀ ପଦର ଶପଥ ଗ୍ରହଣ ପାଇଁ ଶୁଭମୁହୂର୍ଭର ଅପେକ୍ଷା କରନ୍ତି , ସେତେବେଳେ ହେତୁବାଦୀଙ୍କ ମନକୁ ଆହତ କରନ୍ତି ।
 ୭ . ଯେତେବେଳେ ରଥ ଯାତ୍ରା ହେଉ କି ଅନ୍ଯ ଧାର୍ମିକ ସମାରୋହ ହେଉ , ସଡକ ଅବରୋଧ କରନ୍ତି ଏବଂ ଡ଼ାକବାଜି ଯନ୍ତ୍ର ଦ୍ବାରା ଧ୍ୱନି ପ୍ରଦୂଷଣ କରନ୍ତି , ସେତେବେଳେ ହେତୁବାଦୀଙ୍କ ମନକୁ ଆହତ କରିଥାଏ ।
୮ . ଯେତେବେଳେ ବହୁ ଉଚ୍ଚଶିକ୍ଷିତ ଡାକ୍ତର , ଇଂଜିନିୟର , ପ୍ରଶାସନିକ ଅଫିସର ଓ ନେତାମାନେ , ଅଳ୍ପଶିକ୍ଷିତ ପଣ୍ଡା ବା ପୁରୋହିତମାନଙ୍କୁ ନିଜର ବିବାହ , ପୁତ୍ର ଜନ୍ମ ଓ ତା'ର ନାମକରଣ ଆଦି ପାଇଁ ଶୁଭ ମୁହୂର୍ଭ ପଚାରନ୍ତି , ସେତେବେଳେ ହେତୁବାଦୀଙ୍କ ମନକୁ ଆହତ କରିଥାଏ ।
 ୯ . ଯେତେବେଳେ ଆଧୁନିକ ପଦ୍ଧତିରେ , ମହଙ୍ଗା ବସ୍ତୁ ଦ୍ବାରା ନିର୍ମାଣ କରିଥିବା ଗୃହରେ ପ୍ରବେଶ ପାଇଁ ସେହି ଉଚ୍ଚଶିକ୍ଷିତ ବର୍ଗ ସାମାନ୍ୟ ଜ୍ଞାନ ରଖୁଥିବା ପଣ୍ଡା ବା ପୂଜାରୀଙ୍କ ଦ୍ବାରା ଗୃହର ସ୍ଥାୟୀତ୍ବ ପାଇଁ ହୋମ - ଯଜ୍ଞ ଆଦି କରାଇଥାନ୍ତି , ସେତେବେଳେ ହେତୁବାଦୀଙ୍କ ମନକୁ ଆହତ କରିଥାଏ । 
୧୦ . ଯେତେବେଳେ ଦେଶର କୋଟି କୋଟି ଜନତା ବାସଗୃହ ବିନା ହନ୍ତସନ୍ତ ହେଉଛନ୍ତି , ତେଣେ ଶହଶହ ଏକର ଜମିରେ , କୋଟି କୋଟି ଟଙ୍କା ବ୍ୟୟରେ ନିତି ନୂଆ ନୂଆ ମଠ , ମନ୍ଦିର ଓ ଧର୍ମସ୍ଥଳ ନିର୍ମାଣ ହେଉଛି , ସେତେବେଳେ ହେତୁବାଦୀଙ୍କ ମନକୁ ଆହତ କରୁଛି ।
 ୧୧ . ଯେତେବେଳେ ଜ୍ଞାନ ବର୍ଷକ ପୁସ୍ତକ ପଢିବାପାଇଁ ସମୟ ନାହିଁ କିନ୍ତୁ ବାବାମାନଙ୍କର ଧାର୍ମିକ ପ୍ରବଚନ ଶୁଣିବାପାଇଁ ସାତଦିନ ପର୍ଯ୍ୟନ୍ତ ସବୁ କାମଧନ୍ଦା ଛାଡି ଲୋକେ ବସିରହନ୍ତି , ସେତେବେଳେ ହେତୁବାଦୀଙ୍କ ମନକୁ ଆହତ କରିଥାଏ । 
୧୨ . ଯେତେବେଳେ ଶ୍ରାବଣ ମାସରେ କାନ୍ଧରେ ବାହୁଙ୍ଗା ଧରି , ନିଶା ସେବନକରି , ସଡକ ଅବରୋଧକରି , ଭକ୍ତଗଣ ଶିବଲିଙ୍ଗ ଉପରେ ପାଣି ଢାଳିବାକୁ ଚାଲିଥାନ୍ତି , ସେତେବେଳେ ହେତୁବାଦୀଙ୍କ ମନ ଆହତହୋଇଥାଏ । 
୧୩ . ଯେତେବେଳେ ବିଭିନ୍ନ ଦେବୀ ଦେବତାଙ୍କ ମୂର୍ତ୍ତି ବିସର୍ଜନ କରି ନଦୀ ଓ ପୋଖରୀର ଜଳ ପ୍ରଦୂଷିତ କରନ୍ତି , ସେତେବେଳେ ହେତୁବାଦୀଙ୍କ ମନ ଆହତ ହୋଇଥାଏ ।
 ୧୪ . ଯେତେବେଳେ ଧର୍ମ ଓ ଜାତି ନାମରେ ମଣିଷମାନଙ୍କୁ ଛୁଆଁ ଅଛୁଆଁ ଭେଦ ଭାବ କରାଯାଏ , ସେତେବେଳେ ହେତୁବାଦୀଙ୍କ ମନକୁ ଆହତ କରିଥାଏ । ଉପରୋକ୍ତ ତଥ୍ୟ ଗୁଡିକ କ'ଣ ସତ୍ୟ ନୁହେଁ ? ହେତୁବାଦୀଙ୍କ ମନକୁ ଆହତ ନକରିବାପାଇଁ ଆସ୍ତିକ ବନ୍ଧୁମାନେ କ'ଣ ସଚେତନ ହେବା ଉଚିତ ହେବନାହିଁ ? ଉପରୋକ୍ତ ସମସ୍ତ କର୍ମକୁ ଯଦି ବୈଜ୍ଞାନିକ ପଦ୍ଧତିରେ ସମ୍ପାଦନ କରାଯିବ , ତେବେ ଆସ୍ତିକ ହେଉ କି ନାସ୍ତିକ ସମସ୍ତଙ୍କର ତ ମଙ୍ଗଳ ସାଧନ ହେବ 

Comments

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ