ଅଜ୍ଞାତ ଶକ୍ତିକୁ ଭୟ କାହିଁକି ?/ ଜଣାଣର ପରିଭାଷା -



ଅଜ୍ଞାତ ଶକ୍ତିକୁ ଭୟ କାହିଁକି ? 


ଭୟ ପ୍ରତ୍ୟେକ ପ୍ରାଣୀର ଏକ ସହଜାତ ପ୍ରବୃତ୍ତି । ମଣିଷ ବ୍ୟତୀତ ଅନ୍ୟାନ୍ୟ ପ୍ରାଣୀ , କେବେଳ ଆତ୍ମସୁରକ୍ଷା ପାଇଁ ଭୟ କରିଥାନ୍ତି । ମଣିଷର ଭୟ କିନ୍ତୁ ଅନେକ ପ୍ରକାରର ହୋଇଥାଏ । ମଣିଷର ଆତ୍ମସୁରକ୍ଷାର ଭୟ ଯଦି ପ୍ରଥମେ ରହିବ ,

 ତେବେ ଧନହାନୀ ଓ ସମ୍ମାନହାନୀକୁ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରଖପାରିବା । 

ଉପରୋକ୍ତ ତିନୋଟି ଭୟର କାରଣକୁ ଜାଣି ନିରାକରଣର ଉପାୟ ଖୋଜିବା ସହଜ ନହେଲେ ମଧ୍ୟ ଅସମ୍ଭବ ନୁହେଁ । ଜୀବନ , ଧନ ଓ ସମ୍ମାନ ରକ୍ଷାପାଇଁ ମଣିଷ ମନରେ ସୃଷ୍ଟି ହେଉଥିବା ଭୟ ହେଉଛି ଜାଗତିକ ଭୟ । ଏଥିରୁ ମୁକ୍ତି ପାଇବାପାଇଁ , ଏହି ଜଗତରେ ହିଁ ମଣିଷ ବିଭିନ୍ନ ଉପାୟ ଖୋଜି ପାଇଛି ।

 କେତେକ କ୍ଷେତ୍ରରେ ସମସ୍ୟାର ସମାଧାନ ସହଜରେ ମିଳିନଥାଏ କିମ୍ବା ସମାଧାନ ମିଳିବା ପୂର୍ବରୁ ହିଁ ଧନ , ସମ୍ମାନ ଓ ଜୀବନହାନୀ ହୋଇସାରିଥାଏ । ଏହି ଦୁଇଟି କାରଣରୁ ମଣିଷ ଅସହାୟବୋଧ କରିଥାଏ । ସେତିକିବେଳେ ସେ ଆଧୁଭୌତିକ ଜଗତର କୌଣସି ଅଜ୍ଞାତ ଶକ୍ତି ଅର୍ଥାତ ଦୈବୀଶକ୍ତି ଉପରେ ଭରସା କରିବାକୁ ଆଗେଇଯାଏ । କୌଣସି ତଥାକଥ୍ତ ଦୈବୀଶକ୍ତି ଦ୍ବାରା ଚମତ୍କାର ଭାବେ ସମସ୍ୟାର ସମାଧାନ ହୋଇଯିବାର ବିଶ୍ବାସ ମଣିଷକୁ ଦୁର୍ବଳ କରିପକାଏ । ସେଇଠୁ ଆବଶ୍ୟକ ପଡେ - ପଣ୍ଡା , ପୂଜାରୀ , ସାଧୁ , ସନ୍ୟାସୀ , ତାନ୍ତ୍ରିକ , ଗୁଣିଆ ଓ ଜ୍ୟୋତିଷମାନଙ୍କ ସାହାଯ୍ୟ । ଦୁଃଖୀ ମଣିଷ ଯାହାକୁ ଜାଣିଥାଏ ବା ବିଶ୍ଵାସ କରିଥାଏ , ସେମାନଙ୍କ ପାଖକୁ ଯାଇ ନିଜର ଦୁଃଖ ଜଣାଇଥାଏ । ପ୍ରତ୍ୟେକ ଧର୍ମଗୁରୁ , ତାନ୍ତ୍ରିକ ଓ ଜ୍ୟୋତିଷ ଦୁଃଖ ଦୂର କରିଦେବାର ନିଶ୍ଚିତ ପ୍ରତିଶୃତି ମଧ୍ୟ ଦେଇଥାନ୍ତି । ସେମାନଙ୍କ କହିବା ଅନୁସାରେ ଧର୍ମୀୟ କର୍ମକାଣ୍ଡ କଲେ ଚିନ୍ତାମୁକ୍ତ ହୋଇଯିବାର ଗ୍ୟାରେଣ୍ଟି ମଧ୍ୟ ଦିଅନ୍ତି । ପାଣିରେ ବୁଡ଼ିଯାଉଥିବା ବ୍ୟକ୍ତି କୁଟାଖୁଅଟିକୁ ଭରସା କରିବା ନ୍ୟାୟରେ ଯେ କୌଣସି ଅସଙ୍ଗତ ଓ ଅବୈଜ୍ଞାନିକ ଧର୍ମୀୟ କର୍ମକାଣ୍ଡ କରିବାକୁ ମଣିଷ ବାଧ୍ୟ ହୋଇପଡେ । 

କାକତାଳୀୟ ନ୍ୟାୟରେ ଯେଉଁମାନଙ୍କର ସମସ୍ୟାର ସମାଧାନ ହୋଇଗଲା , ସେମାନଙ୍କ ବିଶ୍ବାସ ଆହୁରି ଦୃଢ ହୋଇଯାଏ । ଯାହାର ସମସ୍ୟା ଦୂର ହେଲାନାହିଁ , ସେମାନଙ୍କୁ କୁହାଯିବ - " ତୁମର ପୂର୍ବଜନ୍ମର ପାପ ଯୋଗୁ , ଏହି ଜନ୍ମରେ ଦଣ୍ଡ ଭୋଗ କରିବାକୁ ପଡୁଛି । ତଥାପି ତୁମେ ଚିନ୍ତାକରନାହିଁ , ଆସନ୍ତା ଜନ୍ମରେ ତୁମେ ସବୁ ସୁଖ ପାଇବ । କପାଳ ଲିଖନ କେ କରିବ ଆନ ' ଭଳି ଆସ୍ତ ବାକ୍ୟକୁ ବିଶ୍ବାସ କରି ସମସ୍ତେ ଚୁପ ହୋଇ ରହିଯାଆନ୍ତି ।ଏହା ପରିବର୍ତ୍ତେ ଯେଉଁ ମଣିଷମାନେ ପ୍ରଥମରୁ ନିଜର ବୁଦ୍ଧିକୌଶଳ ଓ ପ୍ରତିଭା ବଳରେ ଏମିତି ସବୁ କାମ କରନ୍ତି , ଯାହା ଦ୍ବାରା ସେମାନଙ୍କ ଜୀବନରେ ସୁରକ୍ଷା ସହିତ ଧନ ଓ ସମ୍ମାନର ମଧ୍ୟ ସୁରକ୍ଷା ହୋଇପାରୁଛି । ସୁରକ୍ଷା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ସତ୍ତ୍ବେ , ଯଦି ବିପଦ ଆସେ ସେମାନେ ସାହସ ଓ ଆତ୍ମବିଶ୍ବାସର ସହିତ ବିପଦର ମୁକାବିଲା କରନ୍ତି । ବିପଦରୁ ମୁକ୍ତି ପାଇବାପାଇଁ କିମ୍ବା ବିପଦକୁ ଏଡ଼ାଇ ଦେବାପାଇଁ ସେମାନେ ବିପଦ ସମ୍ପର୍କିତ ଜ୍ଞାନୀ ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତି । ସେମାନେ ଅଯଥା କୌଣସି ଅଜ୍ଞାତ ଶକ୍ତିକୁ ନିଜର କ୍ଷତିକାରକ କାରଣ ବୋଲି ଭାବି ଆତଙ୍କିତ ହୁଅନ୍ତା ନାହିଁ । ଅଜ୍ଞାତ ଶକ୍ତି ଅର୍ଥାତ ଏକ କାଳ୍ପନିକ ଶକ୍ତି , ଯାହା ବିଷୟରେ ଆଦିମ କାଳରୁ ସମସ୍ତେ ଶୁଣି ଶୁଣି ବିଶ୍ବାସ କରି ଆସୁଛନ୍ତି । କେବେ କେହି ସେହି ଶକ୍ତିକର୍ତ୍ତାକୁ ଦେଖୁନାହାନ୍ତି କିମ୍ବା ଅନୁଭବ ମଧ୍ୟ କରିନାହାନ୍ତି । ଯାହାର କୌଣସି ପ୍ରମାଣ ଏବଂ ବୈଜ୍ଞାନିକ ଆଧାର ନାହିଁ , ସେହି ଅଜଣା ଶକ୍ତି କାହାରି କ୍ଷତି କରିପାରେନାହିଁ କିମ୍ବା କାହାକୁ ସାହାଯ୍ୟ ମଧ୍ୟ କରିପାରେନାହିଁ । ଅଜ୍ଞାତ ଶକ୍ତିର ଭୟ ଦୂର କରିବାର ସହଜ ଓ ସରଳ ଉପାୟ ହେଉଛି - ମଣିଷ ପୂର୍ବାଗ୍ରହ ତ୍ୟାଗ ପୂର୍ବକ ମୂକ୍ତମନରେ , ଘଟଣାକୁ ପ୍ରଥମେ ତର୍ଜମା କରନ୍ତୁ । ଯେଉଁଠି ସନ୍ଦେହ ହେଉଛି , ସେଇଠି ତର୍କସଙ୍ଗତ ପ୍ରଶ୍ନକରି ତନ୍ନତନ୍ନ କରି ବିଶ୍ଳେଷଣ କରନ୍ତୁ । ତର୍ଜମା ଓ ବିଶ୍ଳେଷଣରୁ ଯେଉଁ ଉତ୍ତର ମିଳିବ , ତାହା ଭୟ ଦୂରକରି ଆତ୍ମବିଶ୍ବାସ ଜାଗ୍ରତ କରିବ । ଏଥ୍‌ରେ ସନ୍ଦେହ ନାହିଁ ।


ଜଣାଣର ପରିଭାଷା - 


ଅଭିଯୋଗ ଓଡ଼ିଆ ସାହିତ୍ୟରେ ଜଣାଣ ଓ ଭଜନ ଲେଖକମାନଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ସେମାନଙ୍କୁ ଭକ୍ତକବି ଉପାଧ୍ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଜଣାଣ ଓ ଭଜନକୁ ବିଭିନ୍ନ ତାଳ , ଲୟ ଓ ସ୍ୱରରେ ଗାଇବାକୁ ପଡିଥାଏ । ପଦ୍ୟ ଆକାରରେ ଲିଖ୍ ଜଣାଣଗୁଡିକୁ ଗାୟକ ଓ ଗାୟିକାମାନେ ନିଜର ଲଳିତ କଣ୍ଠରେ ପରିବେଷଣ କରିଥାନ୍ତି । ଜଣାଣର ଭାଷା ଓ ଭାବକୁ ଶୃତି ମଧୁର ସ୍ଵରରେ ଗାଉଥିବା ଶୁଣି , ଶ୍ରୋତାଗଣ ଭାବ ବିହ୍ଵଳ ହୋଇ ପଡ଼ିଥାନ୍ତି । ଦିଅଁ ଦେବତାଙ୍କ ଉଦ୍ଦେଶ୍ୟରେ ଲିଖୁତ ଜଣାଣର ଭାଷା ବେଶ ମର୍ମସ୍ପର୍ଶୀ ହୋଇଥାଏ , ତେଣୁ ଭାବାର୍ଥ ବୁଝିବା ପୂର୍ବରୁ ପ୍ରତ୍ୟେକଭକ୍ତ ଭାବପ୍ରବଣ ହୋଇ ପଡ଼ିଥାନ୍ତି । ସମସ୍ତେ ଭାବନ୍ତି - ଯେମିତି ମୋର ମନର କଥା ଓ ବ୍ୟଥାକୁ କବି ବ୍ୟକ୍ତକରିଛନ୍ତି । ପୂର୍ବରୁ ମାଇକ , ଭିଡିଓ କ୍ୟାମେରା ଆଦି ବୈଦ୍ୟୁତିକ ଯନ୍ତ୍ର ନଥିବାରୁ ଗାୟକ ନିଜ କଣ୍ଠରେ ହିଁ ଉଚ୍ଚ ସ୍ବରରେ ଗାଇ ଶୁଣାଉଥିଲେ । ତେଣୁ କମସଂଖ୍ୟକ ଶ୍ରୋତା ଶୁଣି ପାରୁଥିଲେ ଏବଂ ଗାୟକଙ୍କୁ ଦେଖ୍ ପାରୁଥିଲେ । ଆଜିର ଯୁଗରେ ସେସବୁ ସୁବିଧା ଥିବାରୁ , ଏକାଥରେ ଲକ୍ଷ ଲକ୍ଷ ଶ୍ରୋତା ଓ ଦର୍ଶକ , ଗାୟକ ଗାୟିକାଙ୍କୁ ଦେଖୁସହ ଶୁଣି ମଧ୍ୟ ପାରୁଛନ୍ତି । ଆହୁରି ଏକ ସୁବିଧା ହେଉଛି ଭଜନ ବା ଜଣାଣର ରେକଡିଂ ସିଡି ଦ୍ବାରା ଆପଣ ଯେଉଁ ସମୟରେ ଏବଂ ଯେଉଁଠାରେ ଥାଇ ମଧ୍ୟ ଶୁଣିପାରିବେ । ଟିଭି ମାଧ୍ୟମରେ ପ୍ରସାରିତ ଭକ୍ତିରସ ଜଣାଣ ପ୍ରତ୍ୟେକ ଘରେ ଘରେ ଉପଲବ୍ଧ ଅଛି । ଗଦ୍ୟ ଆକାରରେ ଲିଖ କୌଣସି ଜଣାଣ କେହି ଦେବତାଙ୍କ ମନ୍ଦିରରେ ପଢି ଶୁଣାଉଥିବା ଦେଖା ଯାଏନାହିଁ । ସତେ ଯେମିତି ଠାକୁର ମଣିଷ ମନର ଦୁଃଖ କେବଳ ଗୀତ ବା ସଙ୍ଗୀତ ରୂପରେ ଶୁଣିଲେ ହିଁ ବୁଝି ପାରୁଛନ୍ତି । ଜଣାଣର ଭାଷା ଓ ସ୍ବର ଯେତେ ମନଛୁଆଁ ହେଲେ ମଧ୍ୟ , ସେଥ୍‌ରେ ଲୁଚି ରହୁଥିବା ଭାବ ବା ଅର୍ଥକୁ ଯଦି ଆମେ ବିଶ୍ଳେଷଣ କରିବା , ତେବେ ସ୍ପଷ୍ଟ ଭାବେ ଗୋଟିଏ କଥା ବୁଝା ପଡୁଛି ଯେ ' ପ୍ରତ୍ୟେକଟି ଜଣାଣରେ ଲେଖକମନର ଅସରନ୍ତି ଅଭିଯୋଗ ଭରିରହିଛି । ଲେଖକ ନିଜଜୀବନର ଅସରନ୍ତି ଦୁଃଖ , ଶୋକ , ଅଶାନ୍ତି ଓ କ୍ଷୋଭକୁ ଅଭିମାନଭରା ଭାଷାରେ ବ୍ୟକ୍ତ କରି ଠାକୁରଙ୍କୁ ଅଭିଯୋଗ କରୁଛି । କବିସୂର୍ଯ୍ୟ ବଳଦେବ ରଥ - ଜଗନ୍ନାଥଙ୍କୁ ଭରସାକରି ନିରାଶ ହେବା ପରେ , କ୍ଷୋଭ ପ୍ରକଟକରି , ଲେଖୁଲେ - ' ବାଲା ଜାଣି କ୍ଷମା , କର ନୋହିଲେ , ରମାରମଣ ଦଣ୍ଡେ ଦିଅ ଟାଳି । ତୁମକୁ ଜଗନ୍ନାଥ ଆଜି ମୋ ମନୋରଥ ଭରତି କରିଦବି ଗାଳି ହେ , କୃପାନିଧ୍ l କରୁଣା ସିନ୍ଧୁ ବୋଲିକରି , କହନ୍ତି ବୁଦ୍ଧେ ଡରି ମରି । କାଳସର୍ପ ଆପଣ , କବଳକର ପ୍ରାଣମାନଙ୍କ ସବୁରି ହେ କୃପାନିଧ୍ । " ଗଣକବି ବୈଷ୍ଣବ ପାଣି ନିରାଶ ହୋଇ ଲେଖୁଲେ - ' ' ହେଳା କରନା ହେ ନୀଳାଚଳନାଥ ଆଉ , ବଳାଇଲା ଦୁଃଖ କଳାକାର ମୁଖ ତୋପରି ଚାଳକ ଥାଉଁ । " କ୍ଷୋଭ ପ୍ରକଟ କରି ପୁଣି ଲେଖୁଲେ - ' ' ଛାଡ଼ ମାତୱ୍ଆ ବୁଦ୍ଧି ହେ , ବଡ ଦେଉଳ , ବଡ ଗୋସାଇଁ , ଯେ ମାଇଲା ମାଡ଼ ସେ ହୋଇଲା ବଡ଼ , ବାଡ଼ ଦେଲୁ ତାକୁ ତୁହି । ଭକ୍ତକବି ବୈଷ୍ଣବ ତାଙ୍କ ପ୍ରାଣପ୍ରିୟ ଜଗନ୍ନାଥଙ୍କୁ ' ଘରବୁଡ଼ା ଜଗବନ୍ଧୁ ' , ' ଗୋତରମରା ଗୋବିନ୍ଦ ' , ' ଭାତବିକା ଜଗନ୍ନାଥ ' , ' ହାତୀମୁହାଁ ଜଗବନ୍ଧୁ ' , ' ଦଗାଦିଆ ରଙ୍ଗାଧର ' ଆଦି ବିଶ୍ଳେଷଣରେ ଜଗନ୍ନାଥଙ୍କୁ ଭୂଷିତ କରିବାକୁ ପଛେଇ ନାହାନ୍ତି । ଭକ୍ତକବି ସାଲବେଗ ଜଗନ୍ନାଥଙ୍କୁ ଅଭିଯୋଗ କରି ଲେଖୁ - ' ସର୍ପ ଜଣାଣ ' ' ଆହେ କେଉଁ କାଳରେ କାହାକୁ କ'ଣ ଦେଇଥିଲ ମୋତେ କାହିଁକି ନୀଳଶଇଳ , ପ୍ରବଳ ମର ବାରଣ ... ଦେଉନାହଁ ବୋଲି ଅଭିଯୋଗ କରିଛନ୍ତି । ପୁରାତନ କବିମାନଙ୍କ ଠାରୁ ଆରମ୍ଭ କରି ଆଧୁନିକ ଯୁଗର ଭକ୍ତକବିମାନଙ୍କର ଜଣାଣରେ ପ୍ରାୟ ଏକାଭଳି ଅଭିମାନ ଓ ଅଭିଯୋଗ ଭରି ରହୁଥିବା ଦେଖାଯାଉଛି । ଏଇଠି ପ୍ରଶ୍ନ ଉଠୁଛି - ଯଦି ବିଶ୍ବକୁ ସୃଷ୍ଟି କରିଥିବା ସର୍ବଶକ୍ତିମାନ ଓ ମଙ୍ଗଳକର୍ତ୍ତା ଈଶ୍ବର ସବୁକିଛି ଠିକ ଭାବେ ତିଆରି କରିଛନ୍ତି , ତେବେ ମଣିଷ ଜୀବନରେ ଏତେ ଅଭାବ ରହିଛି କାହିଁକି ? ତାଙ୍କର ସୃଷ୍ଟିର ବ୍ୟବସ୍ଥାରେ କ'ଣ କିଛି ତୃଟି ରହିଯାଇଛି କି ? ଜଣାଣ ଲେଖୁ , କାତର କଣ୍ଠରେ ଗାନକରି ପ୍ରାର୍ଥନା କଲେ କ'ଣ ଈଶ୍ବର ତାଙ୍କର ସୃଷ୍ଟିକୁ ମଣିଷମାନଙ୍କ ସୁବିଧାନୁସାରେ ସଂଶୋଧନ କରିଦେଇ ପାରିବେ ? ଏହା କେବେ ସମ୍ଭବ ଲାଗୁନି । ମଣିଷମାନଙ୍କର ଏହା ଏକ ଭ୍ରାନ୍ତ ଧାରଣା ଯେ ଈଶ୍ବର ଆମ ଡାକଶୁଣି ଆମର ସବୁ ସମସ୍ୟାର ସମାଧାନ କରିଦେବେ । ଦାର୍ଶନିକମାନେ ମତ ଦେଉଛନ୍ତି - ସାମୁହିକ ଭାବେ ଈଶ୍ବରଙ୍କୁ ପ୍ରାର୍ଥନା କରିବା ଅର୍ଥ - ଈଶ୍ବରଙ୍କୁ ଚେତାଇ ଦିଆ ଯାଉଛି ଯେ ' ହେ ଈଶ୍ବର ତୁମର ପ୍ରାକୃତିକ ବ୍ୟବସ୍ଥାରେ କିଛି ତୃଟି ରହିଯାଇଛି । ଯଥା : ଅତି ବା କମ ବର୍ଷା , ଅତି ବା କମ ଗ୍ରୀଷ୍ମ , ଅତି ଶୀତ , ପ୍ରାକୃତିକ ବିପର୍ଯ୍ୟୟ - ଭୂକମ୍ପ , ଝଡ଼ , ବନ୍ୟା ଦ୍ବାରା ପ୍ରାଣୀଜଗତର ଅନେକ କ୍ଷତିହେଉଛି । ହେ ଈଶ୍ବର ସେବୁକୁ ଆମର ସୁବିଧା ଅନୁସାରେ ସାମାନ୍ୟ କରିଦିଅ ବ୍ୟକ୍ତିଗତ ଭାବେ ପ୍ରାର୍ଥନା କରିବା ଅର୍ଥ - " ହେ ଈଶ୍ବର ମୋର ଦୁଃଖ , ଶୋକ , ରୋଗ ଓ ଅଭାବର ପରିମାଣକୁ କମ କରିଦିଅ । ମୁଁ ଓ ମୋର ପରିବାର ସର୍ବଦା ସୁଖ , ଶାନ୍ତି , ନିରୋଗ ରହିବୁ , ଧନର ଅଭାବ ନରହୁ । " ମଣିଷମାନଙ୍କର ଏହିଭଳି ପ୍ରାର୍ଥନା ଶୁଣି ଈଶ୍ବର ନିଜ ବିଧାନକୁ ପରିବର୍ତ୍ତନ କରିପାରିବେକି ନାହିଁ , ତାହାର ପ୍ରମାଣ ହେଉଛି - ଆଜି ପର୍ଯ୍ୟନ୍ତ ସେମିତି ପରିବର୍ତ୍ତନ ହୋଇଥିବାର 

ଉଦାହରଣ ଦେଖା ଯାଇନି କିମ୍ବା ଶୁଣା ଯାଇନି । ଅବଶ୍ୟ କେତେକ କ୍ଷେତ୍ରରେ କାକତାଳୀୟ ନ୍ୟାୟରେ ପାଗ ପରିବର୍ତ୍ତନ ହୋଇଗଲେ କିମ୍ବା କାମରେ ସଫଳତା ମିଳିଗଲେ , ଲୋକ ଭାବନ୍ତି ଆମର ପ୍ରାର୍ଥନା ଈଶ୍ବର ଶୁଣିଲେ । ତାଙ୍କୁ ଯଦି ପ୍ରଶ୍ନ କରାଯାଏ - ଯଦି ପ୍ରାର୍ଥନା ଦ୍ବାରା ସଫଳତା ମିଳୁଛି ତେବେ ସବୁ ସମୟରେ କିମ୍ବା ଅଧିକାଂଶ ସମୟରେ ମିଳୁନି କାହିଁକି ? ଏହି ପ୍ରଶ୍ନର ତର୍କ ସଂଗତ ଉତ୍ତର କେହି ଦେଉନାହାନ୍ତି । କେତେଲୋକ ମନ ବୁଝାଇଲା ଭଳି କୁହନ୍ତି “ ତୁମେ ପ୍ରାର୍ଥନା କରୁଛ ତୁମର ଆବଶ୍ୟକତା ଅନୁସାରେ କିନ୍ତୁ ଭଗବାନ ଦିଅନ୍ତି ତୁମେ ଯେତିକି ପାଇବା ଯୋଗ୍ୟ । ଯିଏ ପାଇବା ଯୋଗ୍ୟ ନୁହେଁ ବୋଲି ଭଗବାନ ଭାବନ୍ତି , ତାକୁ କିଛି ବି ଦିଅନ୍ତି ନାହିଁ । ସେମାନେ ଭାବିବା ଉଚିତ ଯେ ଯେଉଁମାନେ ଈଶ୍ବରକୁ ମାନୁନାହାନ୍ତି ତେଣୁ ପୂଜା ଓ ପ୍ରାର୍ଥନା ମଧ୍ୟ କରୁନାହାନ୍ତି ତାଙ୍କୁ ସବୁ ପ୍ରକାର ଧନ ସମ୍ପରି , ସୁଖ ଓ ଶାନ୍ତି ଭଗବାନ କାହିଁକି ଦେଉଛନ୍ତି ? ଏହାର ଏକ ସୁନ୍ଦର ଉତ୍ତର ସେମାନେ ଦିଅନ୍ତି - ' ଆଜିର ନାସ୍ତିକମାନେ ପୂର୍ବ ଜନ୍ମରେ ଆସ୍ତିକ ଥିଲେ ଏବଂ ଭଲ କର୍ମ କରିଥିବାରୁ ଏହି ଜନ୍ମରେ ସବୁ ସୁଖ ପାଉଛନ୍ତି । " ଯେତେସବୁ ଆତ୍ମପ୍ରବଞ୍ଚନା ଭିତରେ ବଞ୍ଚି ରହିବାକୁ ଧର୍ମଭୀରୁ ମଣିଷମାନେ ଚାହୁଁଛନ୍ତି । ଶେଷରେ ଏତିକି ବୁଝା ପଡୁଛି ଯେ ପ୍ରକୃତି ଯେମିତି ସୃଷ୍ଟି ହୋଇଛି , ସେମିତି ଚାଲିବ ଏବଂ ମଣିଷ ନିଜର ସୁଖ ବା ଦୁଃଖ ପାଇଁ ନିଜେ ହିଁ ଦାୟୀ । ଅର୍ଥାତ ଭଲ କାମ କଲେ ସୁଖ ମିଳିବ , ମନ୍ଦ କାମ କଲେ ଦୁଃଖ ମିଳିବ । ଏହା ବ୍ୟତୀତ ତଥାକଥିତ ଈଶ୍ବରଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେବନାହିଁ । 

ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ

Comments

  1. Apana bahut badhia re lekhichanti au agaku emiti lekha chalithau ,,,

    ReplyDelete
  2. Jay bhim badbhai bahut sundar lekhatie
    Ahi lekha Sabu Dina pain Jari rakhantu

    ReplyDelete

Post a Comment

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ