ଅଜ୍ଞାତ ଶକ୍ତିକୁ ଭୟ କାହିଁକି ?/ ଜଣାଣର ପରିଭାଷା -
ଅଜ୍ଞାତ ଶକ୍ତିକୁ ଭୟ କାହିଁକି ?
ଭୟ ପ୍ରତ୍ୟେକ ପ୍ରାଣୀର ଏକ ସହଜାତ ପ୍ରବୃତ୍ତି । ମଣିଷ ବ୍ୟତୀତ ଅନ୍ୟାନ୍ୟ ପ୍ରାଣୀ , କେବେଳ ଆତ୍ମସୁରକ୍ଷା ପାଇଁ ଭୟ କରିଥାନ୍ତି । ମଣିଷର ଭୟ କିନ୍ତୁ ଅନେକ ପ୍ରକାରର ହୋଇଥାଏ । ମଣିଷର ଆତ୍ମସୁରକ୍ଷାର ଭୟ ଯଦି ପ୍ରଥମେ ରହିବ ,
ତେବେ ଧନହାନୀ ଓ ସମ୍ମାନହାନୀକୁ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରଖପାରିବା ।
ଉପରୋକ୍ତ ତିନୋଟି ଭୟର କାରଣକୁ ଜାଣି ନିରାକରଣର ଉପାୟ ଖୋଜିବା ସହଜ ନହେଲେ ମଧ୍ୟ ଅସମ୍ଭବ ନୁହେଁ । ଜୀବନ , ଧନ ଓ ସମ୍ମାନ ରକ୍ଷାପାଇଁ ମଣିଷ ମନରେ ସୃଷ୍ଟି ହେଉଥିବା ଭୟ ହେଉଛି ଜାଗତିକ ଭୟ । ଏଥିରୁ ମୁକ୍ତି ପାଇବାପାଇଁ , ଏହି ଜଗତରେ ହିଁ ମଣିଷ ବିଭିନ୍ନ ଉପାୟ ଖୋଜି ପାଇଛି ।
କେତେକ କ୍ଷେତ୍ରରେ ସମସ୍ୟାର ସମାଧାନ ସହଜରେ ମିଳିନଥାଏ କିମ୍ବା ସମାଧାନ ମିଳିବା ପୂର୍ବରୁ ହିଁ ଧନ , ସମ୍ମାନ ଓ ଜୀବନହାନୀ ହୋଇସାରିଥାଏ । ଏହି ଦୁଇଟି କାରଣରୁ ମଣିଷ ଅସହାୟବୋଧ କରିଥାଏ । ସେତିକିବେଳେ ସେ ଆଧୁଭୌତିକ ଜଗତର କୌଣସି ଅଜ୍ଞାତ ଶକ୍ତି ଅର୍ଥାତ ଦୈବୀଶକ୍ତି ଉପରେ ଭରସା କରିବାକୁ ଆଗେଇଯାଏ । କୌଣସି ତଥାକଥ୍ତ ଦୈବୀଶକ୍ତି ଦ୍ବାରା ଚମତ୍କାର ଭାବେ ସମସ୍ୟାର ସମାଧାନ ହୋଇଯିବାର ବିଶ୍ବାସ ମଣିଷକୁ ଦୁର୍ବଳ କରିପକାଏ । ସେଇଠୁ ଆବଶ୍ୟକ ପଡେ - ପଣ୍ଡା , ପୂଜାରୀ , ସାଧୁ , ସନ୍ୟାସୀ , ତାନ୍ତ୍ରିକ , ଗୁଣିଆ ଓ ଜ୍ୟୋତିଷମାନଙ୍କ ସାହାଯ୍ୟ । ଦୁଃଖୀ ମଣିଷ ଯାହାକୁ ଜାଣିଥାଏ ବା ବିଶ୍ଵାସ କରିଥାଏ , ସେମାନଙ୍କ ପାଖକୁ ଯାଇ ନିଜର ଦୁଃଖ ଜଣାଇଥାଏ । ପ୍ରତ୍ୟେକ ଧର୍ମଗୁରୁ , ତାନ୍ତ୍ରିକ ଓ ଜ୍ୟୋତିଷ ଦୁଃଖ ଦୂର କରିଦେବାର ନିଶ୍ଚିତ ପ୍ରତିଶୃତି ମଧ୍ୟ ଦେଇଥାନ୍ତି । ସେମାନଙ୍କ କହିବା ଅନୁସାରେ ଧର୍ମୀୟ କର୍ମକାଣ୍ଡ କଲେ ଚିନ୍ତାମୁକ୍ତ ହୋଇଯିବାର ଗ୍ୟାରେଣ୍ଟି ମଧ୍ୟ ଦିଅନ୍ତି । ପାଣିରେ ବୁଡ଼ିଯାଉଥିବା ବ୍ୟକ୍ତି କୁଟାଖୁଅଟିକୁ ଭରସା କରିବା ନ୍ୟାୟରେ ଯେ କୌଣସି ଅସଙ୍ଗତ ଓ ଅବୈଜ୍ଞାନିକ ଧର୍ମୀୟ କର୍ମକାଣ୍ଡ କରିବାକୁ ମଣିଷ ବାଧ୍ୟ ହୋଇପଡେ ।
କାକତାଳୀୟ ନ୍ୟାୟରେ ଯେଉଁମାନଙ୍କର ସମସ୍ୟାର ସମାଧାନ ହୋଇଗଲା , ସେମାନଙ୍କ ବିଶ୍ବାସ ଆହୁରି ଦୃଢ ହୋଇଯାଏ । ଯାହାର ସମସ୍ୟା ଦୂର ହେଲାନାହିଁ , ସେମାନଙ୍କୁ କୁହାଯିବ - " ତୁମର ପୂର୍ବଜନ୍ମର ପାପ ଯୋଗୁ , ଏହି ଜନ୍ମରେ ଦଣ୍ଡ ଭୋଗ କରିବାକୁ ପଡୁଛି । ତଥାପି ତୁମେ ଚିନ୍ତାକରନାହିଁ , ଆସନ୍ତା ଜନ୍ମରେ ତୁମେ ସବୁ ସୁଖ ପାଇବ । କପାଳ ଲିଖନ କେ କରିବ ଆନ ' ଭଳି ଆସ୍ତ ବାକ୍ୟକୁ ବିଶ୍ବାସ କରି ସମସ୍ତେ ଚୁପ ହୋଇ ରହିଯାଆନ୍ତି ।ଏହା ପରିବର୍ତ୍ତେ ଯେଉଁ ମଣିଷମାନେ ପ୍ରଥମରୁ ନିଜର ବୁଦ୍ଧିକୌଶଳ ଓ ପ୍ରତିଭା ବଳରେ ଏମିତି ସବୁ କାମ କରନ୍ତି , ଯାହା ଦ୍ବାରା ସେମାନଙ୍କ ଜୀବନରେ ସୁରକ୍ଷା ସହିତ ଧନ ଓ ସମ୍ମାନର ମଧ୍ୟ ସୁରକ୍ଷା ହୋଇପାରୁଛି । ସୁରକ୍ଷା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ସତ୍ତ୍ବେ , ଯଦି ବିପଦ ଆସେ ସେମାନେ ସାହସ ଓ ଆତ୍ମବିଶ୍ବାସର ସହିତ ବିପଦର ମୁକାବିଲା କରନ୍ତି । ବିପଦରୁ ମୁକ୍ତି ପାଇବାପାଇଁ କିମ୍ବା ବିପଦକୁ ଏଡ଼ାଇ ଦେବାପାଇଁ ସେମାନେ ବିପଦ ସମ୍ପର୍କିତ ଜ୍ଞାନୀ ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତି । ସେମାନେ ଅଯଥା କୌଣସି ଅଜ୍ଞାତ ଶକ୍ତିକୁ ନିଜର କ୍ଷତିକାରକ କାରଣ ବୋଲି ଭାବି ଆତଙ୍କିତ ହୁଅନ୍ତା ନାହିଁ । ଅଜ୍ଞାତ ଶକ୍ତି ଅର୍ଥାତ ଏକ କାଳ୍ପନିକ ଶକ୍ତି , ଯାହା ବିଷୟରେ ଆଦିମ କାଳରୁ ସମସ୍ତେ ଶୁଣି ଶୁଣି ବିଶ୍ବାସ କରି ଆସୁଛନ୍ତି । କେବେ କେହି ସେହି ଶକ୍ତିକର୍ତ୍ତାକୁ ଦେଖୁନାହାନ୍ତି କିମ୍ବା ଅନୁଭବ ମଧ୍ୟ କରିନାହାନ୍ତି । ଯାହାର କୌଣସି ପ୍ରମାଣ ଏବଂ ବୈଜ୍ଞାନିକ ଆଧାର ନାହିଁ , ସେହି ଅଜଣା ଶକ୍ତି କାହାରି କ୍ଷତି କରିପାରେନାହିଁ କିମ୍ବା କାହାକୁ ସାହାଯ୍ୟ ମଧ୍ୟ କରିପାରେନାହିଁ । ଅଜ୍ଞାତ ଶକ୍ତିର ଭୟ ଦୂର କରିବାର ସହଜ ଓ ସରଳ ଉପାୟ ହେଉଛି - ମଣିଷ ପୂର୍ବାଗ୍ରହ ତ୍ୟାଗ ପୂର୍ବକ ମୂକ୍ତମନରେ , ଘଟଣାକୁ ପ୍ରଥମେ ତର୍ଜମା କରନ୍ତୁ । ଯେଉଁଠି ସନ୍ଦେହ ହେଉଛି , ସେଇଠି ତର୍କସଙ୍ଗତ ପ୍ରଶ୍ନକରି ତନ୍ନତନ୍ନ କରି ବିଶ୍ଳେଷଣ କରନ୍ତୁ । ତର୍ଜମା ଓ ବିଶ୍ଳେଷଣରୁ ଯେଉଁ ଉତ୍ତର ମିଳିବ , ତାହା ଭୟ ଦୂରକରି ଆତ୍ମବିଶ୍ବାସ ଜାଗ୍ରତ କରିବ । ଏଥ୍ରେ ସନ୍ଦେହ ନାହିଁ ।
ଜଣାଣର ପରିଭାଷା -
ଅଭିଯୋଗ ଓଡ଼ିଆ ସାହିତ୍ୟରେ ଜଣାଣ ଓ ଭଜନ ଲେଖକମାନଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ସେମାନଙ୍କୁ ଭକ୍ତକବି ଉପାଧ୍ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଜଣାଣ ଓ ଭଜନକୁ ବିଭିନ୍ନ ତାଳ , ଲୟ ଓ ସ୍ୱରରେ ଗାଇବାକୁ ପଡିଥାଏ । ପଦ୍ୟ ଆକାରରେ ଲିଖ୍ ଜଣାଣଗୁଡିକୁ ଗାୟକ ଓ ଗାୟିକାମାନେ ନିଜର ଲଳିତ କଣ୍ଠରେ ପରିବେଷଣ କରିଥାନ୍ତି । ଜଣାଣର ଭାଷା ଓ ଭାବକୁ ଶୃତି ମଧୁର ସ୍ଵରରେ ଗାଉଥିବା ଶୁଣି , ଶ୍ରୋତାଗଣ ଭାବ ବିହ୍ଵଳ ହୋଇ ପଡ଼ିଥାନ୍ତି । ଦିଅଁ ଦେବତାଙ୍କ ଉଦ୍ଦେଶ୍ୟରେ ଲିଖୁତ ଜଣାଣର ଭାଷା ବେଶ ମର୍ମସ୍ପର୍ଶୀ ହୋଇଥାଏ , ତେଣୁ ଭାବାର୍ଥ ବୁଝିବା ପୂର୍ବରୁ ପ୍ରତ୍ୟେକଭକ୍ତ ଭାବପ୍ରବଣ ହୋଇ ପଡ଼ିଥାନ୍ତି । ସମସ୍ତେ ଭାବନ୍ତି - ଯେମିତି ମୋର ମନର କଥା ଓ ବ୍ୟଥାକୁ କବି ବ୍ୟକ୍ତକରିଛନ୍ତି । ପୂର୍ବରୁ ମାଇକ , ଭିଡିଓ କ୍ୟାମେରା ଆଦି ବୈଦ୍ୟୁତିକ ଯନ୍ତ୍ର ନଥିବାରୁ ଗାୟକ ନିଜ କଣ୍ଠରେ ହିଁ ଉଚ୍ଚ ସ୍ବରରେ ଗାଇ ଶୁଣାଉଥିଲେ । ତେଣୁ କମସଂଖ୍ୟକ ଶ୍ରୋତା ଶୁଣି ପାରୁଥିଲେ ଏବଂ ଗାୟକଙ୍କୁ ଦେଖ୍ ପାରୁଥିଲେ । ଆଜିର ଯୁଗରେ ସେସବୁ ସୁବିଧା ଥିବାରୁ , ଏକାଥରେ ଲକ୍ଷ ଲକ୍ଷ ଶ୍ରୋତା ଓ ଦର୍ଶକ , ଗାୟକ ଗାୟିକାଙ୍କୁ ଦେଖୁସହ ଶୁଣି ମଧ୍ୟ ପାରୁଛନ୍ତି । ଆହୁରି ଏକ ସୁବିଧା ହେଉଛି ଭଜନ ବା ଜଣାଣର ରେକଡିଂ ସିଡି ଦ୍ବାରା ଆପଣ ଯେଉଁ ସମୟରେ ଏବଂ ଯେଉଁଠାରେ ଥାଇ ମଧ୍ୟ ଶୁଣିପାରିବେ । ଟିଭି ମାଧ୍ୟମରେ ପ୍ରସାରିତ ଭକ୍ତିରସ ଜଣାଣ ପ୍ରତ୍ୟେକ ଘରେ ଘରେ ଉପଲବ୍ଧ ଅଛି । ଗଦ୍ୟ ଆକାରରେ ଲିଖ କୌଣସି ଜଣାଣ କେହି ଦେବତାଙ୍କ ମନ୍ଦିରରେ ପଢି ଶୁଣାଉଥିବା ଦେଖା ଯାଏନାହିଁ । ସତେ ଯେମିତି ଠାକୁର ମଣିଷ ମନର ଦୁଃଖ କେବଳ ଗୀତ ବା ସଙ୍ଗୀତ ରୂପରେ ଶୁଣିଲେ ହିଁ ବୁଝି ପାରୁଛନ୍ତି । ଜଣାଣର ଭାଷା ଓ ସ୍ବର ଯେତେ ମନଛୁଆଁ ହେଲେ ମଧ୍ୟ , ସେଥ୍ରେ ଲୁଚି ରହୁଥିବା ଭାବ ବା ଅର୍ଥକୁ ଯଦି ଆମେ ବିଶ୍ଳେଷଣ କରିବା , ତେବେ ସ୍ପଷ୍ଟ ଭାବେ ଗୋଟିଏ କଥା ବୁଝା ପଡୁଛି ଯେ ' ପ୍ରତ୍ୟେକଟି ଜଣାଣରେ ଲେଖକମନର ଅସରନ୍ତି ଅଭିଯୋଗ ଭରିରହିଛି । ଲେଖକ ନିଜଜୀବନର ଅସରନ୍ତି ଦୁଃଖ , ଶୋକ , ଅଶାନ୍ତି ଓ କ୍ଷୋଭକୁ ଅଭିମାନଭରା ଭାଷାରେ ବ୍ୟକ୍ତ କରି ଠାକୁରଙ୍କୁ ଅଭିଯୋଗ କରୁଛି । କବିସୂର୍ଯ୍ୟ ବଳଦେବ ରଥ - ଜଗନ୍ନାଥଙ୍କୁ ଭରସାକରି ନିରାଶ ହେବା ପରେ , କ୍ଷୋଭ ପ୍ରକଟକରି , ଲେଖୁଲେ - ' ବାଲା ଜାଣି କ୍ଷମା , କର ନୋହିଲେ , ରମାରମଣ ଦଣ୍ଡେ ଦିଅ ଟାଳି । ତୁମକୁ ଜଗନ୍ନାଥ ଆଜି ମୋ ମନୋରଥ ଭରତି କରିଦବି ଗାଳି ହେ , କୃପାନିଧ୍ l କରୁଣା ସିନ୍ଧୁ ବୋଲିକରି , କହନ୍ତି ବୁଦ୍ଧେ ଡରି ମରି । କାଳସର୍ପ ଆପଣ , କବଳକର ପ୍ରାଣମାନଙ୍କ ସବୁରି ହେ କୃପାନିଧ୍ । " ଗଣକବି ବୈଷ୍ଣବ ପାଣି ନିରାଶ ହୋଇ ଲେଖୁଲେ - ' ' ହେଳା କରନା ହେ ନୀଳାଚଳନାଥ ଆଉ , ବଳାଇଲା ଦୁଃଖ କଳାକାର ମୁଖ ତୋପରି ଚାଳକ ଥାଉଁ । " କ୍ଷୋଭ ପ୍ରକଟ କରି ପୁଣି ଲେଖୁଲେ - ' ' ଛାଡ଼ ମାତୱ୍ଆ ବୁଦ୍ଧି ହେ , ବଡ ଦେଉଳ , ବଡ ଗୋସାଇଁ , ଯେ ମାଇଲା ମାଡ଼ ସେ ହୋଇଲା ବଡ଼ , ବାଡ଼ ଦେଲୁ ତାକୁ ତୁହି । ଭକ୍ତକବି ବୈଷ୍ଣବ ତାଙ୍କ ପ୍ରାଣପ୍ରିୟ ଜଗନ୍ନାଥଙ୍କୁ ' ଘରବୁଡ଼ା ଜଗବନ୍ଧୁ ' , ' ଗୋତରମରା ଗୋବିନ୍ଦ ' , ' ଭାତବିକା ଜଗନ୍ନାଥ ' , ' ହାତୀମୁହାଁ ଜଗବନ୍ଧୁ ' , ' ଦଗାଦିଆ ରଙ୍ଗାଧର ' ଆଦି ବିଶ୍ଳେଷଣରେ ଜଗନ୍ନାଥଙ୍କୁ ଭୂଷିତ କରିବାକୁ ପଛେଇ ନାହାନ୍ତି । ଭକ୍ତକବି ସାଲବେଗ ଜଗନ୍ନାଥଙ୍କୁ ଅଭିଯୋଗ କରି ଲେଖୁ - ' ସର୍ପ ଜଣାଣ ' ' ଆହେ କେଉଁ କାଳରେ କାହାକୁ କ'ଣ ଦେଇଥିଲ ମୋତେ କାହିଁକି ନୀଳଶଇଳ , ପ୍ରବଳ ମର ବାରଣ ... ଦେଉନାହଁ ବୋଲି ଅଭିଯୋଗ କରିଛନ୍ତି । ପୁରାତନ କବିମାନଙ୍କ ଠାରୁ ଆରମ୍ଭ କରି ଆଧୁନିକ ଯୁଗର ଭକ୍ତକବିମାନଙ୍କର ଜଣାଣରେ ପ୍ରାୟ ଏକାଭଳି ଅଭିମାନ ଓ ଅଭିଯୋଗ ଭରି ରହୁଥିବା ଦେଖାଯାଉଛି । ଏଇଠି ପ୍ରଶ୍ନ ଉଠୁଛି - ଯଦି ବିଶ୍ବକୁ ସୃଷ୍ଟି କରିଥିବା ସର୍ବଶକ୍ତିମାନ ଓ ମଙ୍ଗଳକର୍ତ୍ତା ଈଶ୍ବର ସବୁକିଛି ଠିକ ଭାବେ ତିଆରି କରିଛନ୍ତି , ତେବେ ମଣିଷ ଜୀବନରେ ଏତେ ଅଭାବ ରହିଛି କାହିଁକି ? ତାଙ୍କର ସୃଷ୍ଟିର ବ୍ୟବସ୍ଥାରେ କ'ଣ କିଛି ତୃଟି ରହିଯାଇଛି କି ? ଜଣାଣ ଲେଖୁ , କାତର କଣ୍ଠରେ ଗାନକରି ପ୍ରାର୍ଥନା କଲେ କ'ଣ ଈଶ୍ବର ତାଙ୍କର ସୃଷ୍ଟିକୁ ମଣିଷମାନଙ୍କ ସୁବିଧାନୁସାରେ ସଂଶୋଧନ କରିଦେଇ ପାରିବେ ? ଏହା କେବେ ସମ୍ଭବ ଲାଗୁନି । ମଣିଷମାନଙ୍କର ଏହା ଏକ ଭ୍ରାନ୍ତ ଧାରଣା ଯେ ଈଶ୍ବର ଆମ ଡାକଶୁଣି ଆମର ସବୁ ସମସ୍ୟାର ସମାଧାନ କରିଦେବେ । ଦାର୍ଶନିକମାନେ ମତ ଦେଉଛନ୍ତି - ସାମୁହିକ ଭାବେ ଈଶ୍ବରଙ୍କୁ ପ୍ରାର୍ଥନା କରିବା ଅର୍ଥ - ଈଶ୍ବରଙ୍କୁ ଚେତାଇ ଦିଆ ଯାଉଛି ଯେ ' ହେ ଈଶ୍ବର ତୁମର ପ୍ରାକୃତିକ ବ୍ୟବସ୍ଥାରେ କିଛି ତୃଟି ରହିଯାଇଛି । ଯଥା : ଅତି ବା କମ ବର୍ଷା , ଅତି ବା କମ ଗ୍ରୀଷ୍ମ , ଅତି ଶୀତ , ପ୍ରାକୃତିକ ବିପର୍ଯ୍ୟୟ - ଭୂକମ୍ପ , ଝଡ଼ , ବନ୍ୟା ଦ୍ବାରା ପ୍ରାଣୀଜଗତର ଅନେକ କ୍ଷତିହେଉଛି । ହେ ଈଶ୍ବର ସେବୁକୁ ଆମର ସୁବିଧା ଅନୁସାରେ ସାମାନ୍ୟ କରିଦିଅ ବ୍ୟକ୍ତିଗତ ଭାବେ ପ୍ରାର୍ଥନା କରିବା ଅର୍ଥ - " ହେ ଈଶ୍ବର ମୋର ଦୁଃଖ , ଶୋକ , ରୋଗ ଓ ଅଭାବର ପରିମାଣକୁ କମ କରିଦିଅ । ମୁଁ ଓ ମୋର ପରିବାର ସର୍ବଦା ସୁଖ , ଶାନ୍ତି , ନିରୋଗ ରହିବୁ , ଧନର ଅଭାବ ନରହୁ । " ମଣିଷମାନଙ୍କର ଏହିଭଳି ପ୍ରାର୍ଥନା ଶୁଣି ଈଶ୍ବର ନିଜ ବିଧାନକୁ ପରିବର୍ତ୍ତନ କରିପାରିବେକି ନାହିଁ , ତାହାର ପ୍ରମାଣ ହେଉଛି - ଆଜି ପର୍ଯ୍ୟନ୍ତ ସେମିତି ପରିବର୍ତ୍ତନ ହୋଇଥିବାର
ଉଦାହରଣ ଦେଖା ଯାଇନି କିମ୍ବା ଶୁଣା ଯାଇନି । ଅବଶ୍ୟ କେତେକ କ୍ଷେତ୍ରରେ କାକତାଳୀୟ ନ୍ୟାୟରେ ପାଗ ପରିବର୍ତ୍ତନ ହୋଇଗଲେ କିମ୍ବା କାମରେ ସଫଳତା ମିଳିଗଲେ , ଲୋକ ଭାବନ୍ତି ଆମର ପ୍ରାର୍ଥନା ଈଶ୍ବର ଶୁଣିଲେ । ତାଙ୍କୁ ଯଦି ପ୍ରଶ୍ନ କରାଯାଏ - ଯଦି ପ୍ରାର୍ଥନା ଦ୍ବାରା ସଫଳତା ମିଳୁଛି ତେବେ ସବୁ ସମୟରେ କିମ୍ବା ଅଧିକାଂଶ ସମୟରେ ମିଳୁନି କାହିଁକି ? ଏହି ପ୍ରଶ୍ନର ତର୍କ ସଂଗତ ଉତ୍ତର କେହି ଦେଉନାହାନ୍ତି । କେତେଲୋକ ମନ ବୁଝାଇଲା ଭଳି କୁହନ୍ତି “ ତୁମେ ପ୍ରାର୍ଥନା କରୁଛ ତୁମର ଆବଶ୍ୟକତା ଅନୁସାରେ କିନ୍ତୁ ଭଗବାନ ଦିଅନ୍ତି ତୁମେ ଯେତିକି ପାଇବା ଯୋଗ୍ୟ । ଯିଏ ପାଇବା ଯୋଗ୍ୟ ନୁହେଁ ବୋଲି ଭଗବାନ ଭାବନ୍ତି , ତାକୁ କିଛି ବି ଦିଅନ୍ତି ନାହିଁ । ସେମାନେ ଭାବିବା ଉଚିତ ଯେ ଯେଉଁମାନେ ଈଶ୍ବରକୁ ମାନୁନାହାନ୍ତି ତେଣୁ ପୂଜା ଓ ପ୍ରାର୍ଥନା ମଧ୍ୟ କରୁନାହାନ୍ତି ତାଙ୍କୁ ସବୁ ପ୍ରକାର ଧନ ସମ୍ପରି , ସୁଖ ଓ ଶାନ୍ତି ଭଗବାନ କାହିଁକି ଦେଉଛନ୍ତି ? ଏହାର ଏକ ସୁନ୍ଦର ଉତ୍ତର ସେମାନେ ଦିଅନ୍ତି - ' ଆଜିର ନାସ୍ତିକମାନେ ପୂର୍ବ ଜନ୍ମରେ ଆସ୍ତିକ ଥିଲେ ଏବଂ ଭଲ କର୍ମ କରିଥିବାରୁ ଏହି ଜନ୍ମରେ ସବୁ ସୁଖ ପାଉଛନ୍ତି । " ଯେତେସବୁ ଆତ୍ମପ୍ରବଞ୍ଚନା ଭିତରେ ବଞ୍ଚି ରହିବାକୁ ଧର୍ମଭୀରୁ ମଣିଷମାନେ ଚାହୁଁଛନ୍ତି । ଶେଷରେ ଏତିକି ବୁଝା ପଡୁଛି ଯେ ପ୍ରକୃତି ଯେମିତି ସୃଷ୍ଟି ହୋଇଛି , ସେମିତି ଚାଲିବ ଏବଂ ମଣିଷ ନିଜର ସୁଖ ବା ଦୁଃଖ ପାଇଁ ନିଜେ ହିଁ ଦାୟୀ । ଅର୍ଥାତ ଭଲ କାମ କଲେ ସୁଖ ମିଳିବ , ମନ୍ଦ କାମ କଲେ ଦୁଃଖ ମିଳିବ । ଏହା ବ୍ୟତୀତ ତଥାକଥିତ ଈଶ୍ବରଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେବନାହିଁ ।
ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ
Apana bahut badhia re lekhichanti au agaku emiti lekha chalithau ,,,
ReplyDeleteJay bhim badbhai bahut sundar lekhatie
ReplyDeleteAhi lekha Sabu Dina pain Jari rakhantu